ହେଡଲାଇନସ୍:

ପୃଥ୍ୱୀରାଜ ଓ ଚିତ୍ତ ସ୍ମାରକୀ କ୍ରିକେଟ୍: ବାଲିପଟା ସେମିରେ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପଦ୍ମପୁର: ପଦ୍ମପୁର ନିକଟସ୍ଥ ବାଦିମାଲ ଠାରେ ଏମ.ଏଲ.ସି.ସି. ଦ୍ଵାରା ଆୟୋଜିତ ୧୮ତମ ପୃଥ୍ୱୀରାଜ ଓ ଚିତ୍ତ ସ୍ମାରକୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଚତୁର୍ଥ ଦିନ ଖେଳରେ ସର୍ଗିପାଲି ଦଳ ମହୁଲପାଲି ଦଳକୁ ହରାଇ ଏବଂ ବାଲିପଟା ଦଳ କେଛୋମାଲ ଓ ଖୁଣ୍ଟପାଲି ଦଳକୁ ହରାଇ କ୍ବାଟର ଫାଇନାଲରେ ପ୍ରବେଶ କରିଥିଲେ। ପରେ ସର୍ଗିପାଲି ଓ ବାଲିପଟା ମଧ୍ୟରେ କ୍ବାଟର ଫାଇନାଲ ମ୍ୟାଚ ରେ ବାଲିପଟା ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୬ ଓଭରରେ ୧ ଉଇକେଟ ହରାଇ ୧୨୧ ରନ ସଂଗ୍ରହ କରିଥିଲେ। ଏହାର ଜବାବରେ ସର୍ଗିପାଲି ଦଳ ୬ ଓଭରରେ ୫ ଉଇକେଟ ହରାଇ ମାତ ୪୪ ରନ ସଂଗ୍ରହ କରି ପରାଜିତ ହୋଇଥିଲେ। ମ୍ୟାଚ ଶେଷ ହେବା ପରେ ନକୁଳ ଗିଙ୍ଗରା, ମନିଷ, ରଜନୀକାନ୍ତ ବାଗ ଓ ରାଜୁ ମେହେର ଅତିଥି ରୂପେ ଯୋଗଦେଇ ବାଲିପଟା ଦଳର ନରେଶଙ୍କୁ ମେନ ଅଫ ଦି ମେଚ ପୁରସ୍କାର ପ୍ରଦାନ କରିଥିଲେ । ଆଜିର ମ୍ୟାଚରେ ଦୀପକ, ନିଲେଶ, ସତ୍ୟ, ଧର୍ମେନ୍ଦ୍ର ଓ ଗୋକୁଳ ଅମ୍ପାୟାରିଂ ଏବଂ ତାପସ ଓ ଆନନ୍ଦ ସ୍କୋରିଂ ଦାୟିତ୍ୱ ତୁଲାଇଥିଲେ। ଗଣେଶ ଓ ବିକାଶ ଧାରାବିବରଣୀ ପ୍ରଦାନ କରିଥିଲେ ଓ ସତ୍ୟ ମେହେର ସମସ୍ତଙ୍କ ପାଇଁ ଭୋଜନ ବ୍ୟବସ୍ଥା କରିଥିଲେ। ସୁନୀଲ, ଶ୍ୟାମସୁନ୍ଦର, ରିଙ୍କୁ, ମୁକେଶ, ଚୁଡ଼ାମଣି, ରୁଦ୍ର, ମିଥୁନ ପ୍ରମୁଖ ବିଶେଷ ସହଯୋଗ କରିଥିଲେ। ଆସନ୍ତାକାଲି ଟୁର୍ଣ୍ଣାମେଣ୍ଟର ସେମିଫାଇନାଲ ଓ ପରେ ଫାଇନାଲ ମ୍ୟାଚ ମଧ୍ୟ ଅନୁଷ୍ଠିତ ହେବ।

0
0
0
s2sdefault