ରାଉରକେଲା/ ସୁଶାନ୍ତ ବେହେରା
୨୯ ଜୁଲାଇ ରେ ଭାରତ ବିଶ୍ୱକପ ର ଶେଷ ଲିଗ ମ୍ୟାଚ ବିଶ୍ୱରେ (୭)ସ୍ଥାନରେ ଥିବା ଆମେରିକା ସହିତ ମୁକାବିଲା କରିବ | ଭାରତ କୁ କ୍ରସ ଓଭର ମ୍ୟାଚ ଖେଳି କ୍ୱାର୍ଟରରେ ପ୍ରବେଶ କରିବାକୁ ହେଲେ ଆମେରିକାକୁ ପରାସ୍ତ କରିବାକୁ ପଡ଼ିବ। ତେଣୁ ଏଭଳି ସ୍ଥିତି ରେ ଭାରତ ସମ୍ପୁର୍ଣ୍ଣ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିବାକୁ ପଡିବ | ତା ସହିତ ରକ୍ଷଣ ଭାଗକୁ ମଧ୍ୟ ମଜବୁତ ରଖିବାକୁ ପଡିବ। ଭାରତ ଶେଷ ମ୍ୟାଚ ଆୟର୍ଲାଣ୍ଡ ସହିତ ପରାଜୟ ବରଣ କରିଥିଲା | କାରଣ ଭାରତକୁ ମିଳିଥିବା ୬ ଟି ପେନାଲଟି କର୍ଣ୍ଣରକୁ ଗୋଳରେ ପରିଣତ କରିବାରେ ଭାରତ ଖେଳାଳି ବିଫଳ ହୋଇଥିଲେ | ତେଣୁ ଭାରତ ଏହି ଶେଷ ଲିଗ ମ୍ୟାଚ ରେ ଜିତିବାକୁ ହେଲେ ନିହାତି ଉଚ୍ଚକୋଟୀର ଖେଳ ପ୍ରଦର୍ଶନ କରିବାକୁ ପଡ଼ିବ।