ହେଡଲାଇନସ୍:

ସେଲ ହକି ଏକାଡେମୀର ୩ ଜଣ କ୍ୟାଡେଟଙ୍କ ଖେଲୋ ଇଣ୍ଡିଆ ପ୍ରତିଭା ଚିହ୍ନଟ ବିକାଶ ଯୋଜନା ଅନ୍ତର୍ଗତ କ୍ରୀଡାବୃତ୍ତି ଲାଭ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 27-07-18-rsp-haki.jpg - 59.18 kB

ରାଉରକେଲା/ ସୁଶାନ୍ତ ବେହେରା : ରାଉରକେଲା ଇସ୍ପାତ କାରଖାନାର ସେଲ ହକି ଏକାଡେମୀର ତିନି ଜଣ କ୍ୟାଡେଟ ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆ ଦ୍ଵାରା ଖେଲୋ ଇଣ୍ଡିଆ ପ୍ରତିଭା ଚିହ୍ନଟ ବିକାଶ ଯୋଜନା ଅନ୍ତର୍ଗତ କ୍ରୀଡାବୃତ୍ତି ଲାଭ ନିମନ୍ତେ ଚୟନ ହୋଇଛନ୍ତି। ଏହି ଗୌରବ ଲାଭ କରିଥିବା କ୍ୟାଡେଟ ମାନେ ହେଉଛନ୍ତି ମଧ୍ୟ ଭାଗ ଖେଳାଳୀ, ଇନୋସେଣ୍ଟ ମୁଣ୍ଡା, ଫରୱାର୍ଡ ଖେଳାଳୀ ରଜତ ମିଞ୍ଜ ଓ ରକ୍ଷଣଭାଗ ଖେଳାଳୀ, ନବୀନ କୁଜୁର । ଜାତୀୟ ପ୍ରଶିକ୍ଷଣ ଶିବିରରେ ସେମାନଙ୍କର ପ୍ରଦର୍ଶନ ଭିତ୍ତିରେ ସେମାନଙ୍କର ମନୋନୟନ କରାଯାଇଥିଲା।  ଭାରତ ସରକାରଙ୍କର ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆ ଦ୍ଵାରା ଆରମ୍ଭ ହୋଇଥିବା ଯୋଜନା ଅନୁଯାୟୀ ବିଭିନ୍ନ କ୍ରୀଡାବର୍ଗର ୭୩୪ ଜଣ କ୍ରୀଡାବିତଙ୍କୁ ଏହି ଛାତ୍ରବୃତ୍ତି ପ୍ରଦାନ ନିମନ୍ତେ ମନୋନୀତ କରାଯାଇଛି। ପ୍ରତ୍ୟେକ କ୍ୟାଡେଟଙ୍କୁ ପ୍ରଦାନ କରାଯାଉଥିବା ବାର୍ଷିକ ୫ ଲକ୍ଷ ଟଙ୍କାର କ୍ରୀଡାବୃତ୍ତି ମଧ୍ୟରୁ ସଂପୂର୍ଣ୍ଣ ବର୍ଷ ପାଇଁ ୧.୨୦ ଲକ୍ଷ ଟଙ୍କା ନଗଦ ବୃତ୍ତିରାଶି ପ୍ରଦାନ କରାଯିବ।  ଏହି ଖେଳାଳୀମାନଙ୍କୁ ସର୍ବାଧିକ ୮ ବର୍ଷ ନିମନ୍ତେ ସହାୟତା ଯୋଗାଇଦିଆଯିବ। ଏହି ଖେଳାଳୀ ମାନେ ଖେଲୋ ଇଣ୍ଡିଆ ଅନୁବନ୍ଧିତ ଏକାଡେମୀଗୁଡିକରେ ସ୍କିଲ ଟ୍ରେନିଂ ଲାଭ କରିବେ ।

            ସୂଚନାଯୋଗ୍ୟ ଯେ ,  ଇନୋସେଣ୍ଟ ମୁଣ୍ଡା ଓ ରଜତ ମିଞ୍ଜ ସେଲ ବ୍ୟାନରରେ ନୂଆଦିଲ୍ଲୀ ସ୍ଥିତ ଜାତୀୟ ହକି ଏକାଡେମୀରେ ପ୍ରଶିକ୍ଷଣ ଲାଭ କରୁଛନ୍ତି।    

 

 

 

 

 

 

 

0
0
0
s2sdefault