ହେଡଲାଇନସ୍:

୯ମ ଗୋଲଡେନ ଷ୍ଟାର କ୍ରିକେଟ ଉଦଯାପିତ : ଦଳଦଳୀ ଚମ୍ପିୟାନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର: ପଦ୍ମପୁର ଉପଖଣ୍ଡ ଖଇରପାଲି ଠାରେ ଚାଲୁଥିବା ଜିଲ୍ଲାସ୍ତରୀୟ ଗୋଲଡେନ ଷ୍ଟାର କ୍ରିକେଟ କପ ଆଜି ଉଦଯାପିତ ହୋଇଯାଇଛି । ପ୍ରଥମ ସେମିଫାଇନାଲ ପାଇକମାଳ ଓ ଦଳଦଳୀ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଦଳଦଳୀ ଦଳ ବିଜୟୀ ହୋଇଥିଲେ ଦ୍ବିତୀୟ ସେମିଫାଇନାଲ ସୋନପୁର ଓ ପାଟଣାଗଡ଼ ମଧ୍ୟରେ ହୋଇଥିଲା ଯେଉଁଥିରେ ପାଟଣାଗଡ଼ ଦଳର ବିଜୟୀ ହୋଇଥିଲେ । ଫାଇନାଲ ମ୍ୟାଚ ଦଳଦଳୀ ଦଳ ଓ ପାଟଣାଗଡ଼ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଦଳଦଳୀ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭରରେ ୮ ଓ୍ବିକେଟ ହରାଇ ୧୩୬ ରନ ସଂଗ୍ରହ କରିଥିଲେ ଯାହାର ଯବାବରେ ପାଟଣାଗଡ଼ ଦଳ ୧୦ ଓଭରରେ ୬ ଓ୍ବିକେଟ ହରାଇ ୯୫ ରନ ସଂଗ୍ରହ କରି ୪୧ ଧନରେ ପରାଜିତ ହୋଇଥିଲେ । ଖଇରପାଲି ଜୟ ଜଗନ୍ନାଥ କମିଟି ର ସଭାପତି, ସମ୍ପାଦକ ଓ କମିଟି ସଦସ୍ୟ ଏବଂ ସୁରେଶ କୁମାର ସାହୁ ଅତିଥି ଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ ।
ଦଳଦଳୀ ଦଳର ମାନସ ଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଏବଂ ପାଟଣାଗଡ଼ ଦଳର ସୁରଜଙ୍କୁ ମ୍ୟାନ ଅଫ ଦି ସିରିଜ ଭାବେ ପୁରସ୍କାର ପ୍ରଦାନ କରାଯାଇଥିଲା । ଆଜିର ମ୍ୟାଚରେ ମିଟୁ,ସୁନୀଲ, ଆନନ୍ଦ, ଧାରା ବିବରଣୀ କରି ଥିବା ବେଳେ ନାରାୟଣ, ରାଜୀବ, ସନମ, ଉମେଶ,ହନୁ ଖେଳ ପରିଚାଳନା କରିଥିଲେ।ସାନୁ,ଚନ୍ଦନ, ଗୋକୁଳ, ଝସ,ସୁଧାଂଶୁ, ଉମେଶ, ଅର୍ଜୁନ, ସନ୍ତୋଷ, ପିଣ୍ଟୁ, ମନୋଜ, ଦୟା ପ୍ରମୁଖ ସହଯୋଗ କରିଥିଲେ।

0
0
0
s2sdefault