ହେଡଲାଇନସ୍:

ଦ୍ବିତୀୟ ଗୁଏବାହାଳି ଏକ ଦିବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ବୁଧାପାଲି ଚମ୍ପିଆନ  ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର/Nila Deep - ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଗୁଏବାହାଳି ଖେଳପଡିଆରେ ଚାଳୁଥିବା ଦ୍ୱିତୀୟ ଗୁଏବାହାଳି ଏକ ଦିବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଗୁଏବାହାଳି କ୍ରିକେଟ ଏସୋସିଏସନ ଦ୍ବାରା ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟ ରେ ସାଲେପାଲି, ବୁଧାପାଲି, ଲୋହାରପାଲି, ଭଗତପୁର, ଭୁଲିଆବନ୍ଧ, କେର୍ମେଲାବାହାଲ, ଝେଙ୍ଗନାଡିହି, ବୁକୁରାମୁଣ୍ଡା,ବାଦିକଟା, କୁଆପାଲି, ବିଜାଡିହି, ଦର୍ବେକେଲା, ଝାଙ୍କରପାଲି, ସଦାନନ୍ଦପୁର ଓ ଗୁଏବାହାଳି ଦଳ ସହ ୧୬ଗୋଟି ଦଳ ଅଂଶ ଗ୍ରହଣ କରିଥିଲେ। ଝାଙ୍କରପାଲି ଦଳକୁ ବୁଧାପାଲି ଦଳ ଓ ଲୋହାରପାଲି ଦଳକୁ ସାଲେପାଲି ଦଳ ହରାଇ ଫାଇନାଲକୁ ପ୍ରବେଶ କରିଥିଲେ । ଫାଇନାଲ ମ୍ୟାଚରେ ସାଲେପାଲିକୁ ହରାଇ ବୁଧାପାଲି ଦଳ ଚମ୍ପିଆନ ହୋଇଥିଲା ।ବିଜୟ ବିଶି ଓ ପିଙ୍କୁ କାଳୁ ଖେଳ ପରିଚାଳନା କରିଥିଲେ ।ଶ୍ରୀଯୁକ୍ତ ନରେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଜେତା ଦଳକୁ ପାଞ୍ଚ ହଜାର ଟଙ୍କା ସହ ଟ୍ରଫି ଓ ଉପ ବିଜେତା ଦଳକୁ ତିନି ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରିଥିଲେ ।ପ୍ରଶାନ୍ତ ବେହେରା ସ୍କୋରର ଦାୟିତ୍ୱ ତୁଲାଇଥିବା ବେଲେ ଜିତୁଚରଣ ବିଶି ଧନ୍ୟବାଦ ଦେଇଥିଲେ ।

 

0
0
0
s2sdefault