ଦ୍ବି ଦିବସୀୟ କାଳିଆ 'ଦା' ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ପ୍ରତିଯୋଗିତା ଉଦଯାପିତ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଅର୍ଜୁନପାଲିକୁ ହରାଇ କାଦୋବାହାଲ ଚାମ୍ପିଅନ

କୁଚିଣ୍ଡା- ଉପଖଣ୍ଡ ପ୍ରତିନିଧି(ଅଜୟ କୁମାର ବାଘ) : କୁଚିଣ୍ଡା ବ୍ଲକ ଲାଡ଼ରେ ୨ ଦିନ ଧରି ଚାଲିଥିବା ଫୁଟବଲ ପ୍ରତିଯୋଗିତା ଶନିବାର ଉଦଯାପିତ ହୋଇଯାଇଛି l ସ୍ଥାନୀୟ ଜୟହିନ୍ଦ କ୍ଲବ ପକ୍ଷରୁ ଆୟୋଜିତ ହୋଇ ଆସୁଥିବା ଏହି ପ୍ରତିଯୋଗିତାରେ ଚଳିତ ବର୍ଷ ମୋଟ ୧୬ଟି ଦଳ ଭାଗ ନେଇଥିଲେ l କାଳିଆ ଦା ଙ୍କ ବାପା ଫକୀର ଲୁହା, ସରପଞ୍ଚ ରତନୁ କିସାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଅରୁଣ ବେହେରା , ପ୍ରତାପ ହଂସ ,ଉପସ୍ଥିତ ଥିଲେ l ପ୍ରଥମ ସେମିରେ ସରଧାପାଲି କୁ ହରାଇ କାଦୋବାହାଲ ଦଳ ଓ ଦ୍ଵିତୀୟ ସେମିରେ ସମ୍ବଲେଶ୍ୱରୀ କ୍ଲବ ଡ଼ିମିରିମୁଣ୍ଡା କୁ ହରାଇ ଅର୍ଜୁନପାଲି ଦଳ  ଫାଇନାଲରେ ପ୍ରବେଶ କରିଥିଲେ l ଟ୍ରାଏବେକର ଜରିଆରେ ଫାଇନାଲ ମ୍ୟାଚରେ ଅର୍ଜୁନପାଲିକୁ ୪-୩ ଗୋଲରେ ହରାଇ କାଦୋବାହାଲ ଦଳ  ଚାମ୍ପିଅନ ହୋଇଥିଲେ l l ରେଫରୀ ରାଜେଶ ଜୟପୁରିଆ, ଜୀବନ ବୁଦୁଲା, ଅଭିମନ୍ୟୁ ବାଘ, ବାପି ବାଘ ଓ ପ୍ରଶାନ୍ତ ଭୋଇ ଖେଳ ପରିଚାଳନା କରିଥିଲେ l ଉଦଯାପନୀ ଉତ୍ସବରେ ପଦ୍ମଲୋଚନ ଗୁରୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ l ଅମିତ ନାୟକ, କିଶୋର ପିଙ୍ଗ, ସୁଜିତ ବୁଡ଼ା, ଜୟଲାଲ କେଛୁ, ମନୋଜ ବାଘ, ଗଣେଶ ବେହେରା, ପରଖିତ ପ୍ରଧାନ, ଆଶିଷ ବୁଡ଼ା, କୁମଦ ପୃସେଠ ବିଶେଷ ସହଯୋଗ କରିଥିଲେ l କ୍ଲବ ସଭାପତି ଝିପି ବାଘ ଓ ସମ୍ପାଦକ ଶ୍ରୀକାନ୍ତ ହାତୀ  ଙ୍କ  ତତ୍ତ୍ୱାବଧାନରେ କ୍ଲବର ସମସ୍ତ ମେମ୍ବର  ପ୍ରମୁଖ ପ୍ରତିଯୋଗିତା ପରିଚାଳନା ରେ ସହଯୋଗ କରିଥିଲେ l

0
0
0
s2sdefault