ହେଡଲାଇନସ୍:

ମୟୂରଭଞ୍ଜ ଭେଟରାନ କ୍ରିକେଟ ଟୁର୍ଣ୍ଣାମେଣ୍ଟ: ଡ଼ିଆରକେ ଚମ୍ପିଆନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି)- ବାରିପଦା ଷ୍ଟାଡ଼ିୟମ ପରିସରରେ ଆୟୋଜିତ ମୟୂରଭଞ୍ଜ ଭେଟରାନ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ଆଜି ଡ଼ିଆରକେ କ୍ଲବ ଆୟୋଜକ ସିକ୍ରେଟ ୧୧ କ୍ଲବକୁ ୫ ରନ୍ ବ୍ୟବଧାନରେ ପରାସ୍ତ କରି ଚମ୍ପିଆନ ଆଖ୍ୟା ଅର୍ଜନ କରିଛି । ଆଜିର ଏହି ସଂଘର୍ଷ ପୂର୍ଣ୍ଣ ଫାଇନାଲ ମ୍ୟାଚରେ ସେକ୍ରେଟ-୧୧ ଟସ୍ ଜିଣି ପ୍ରଥମେ ଫିଲଡ଼ିଂର ନିଷ୍ପତ୍ତି ନେଇ ଥିଲା ଓ ଡ଼ିଆରକେ ଟିମ ବ୍ୟାଟିଂ କରିବାକୁ ପଡ଼ିଆକୁ ଉହ୍ଲାଇ ନିର୍ଦ୍ଧାରିତ ଓଭରରେ ୩ ଉଇକେଟ ବିନିମୟରେ ୯୫ ରନ କରିବାରେ ସକ୍ଷମ ହୋଇଥିଲେ । ଦଳ ପକ୍ଷରୁ ରଣଜିତ ନାୟକ ୩ଟି ଛକ୍କା ଓ ୪ଟି ଚୌକା ସହାୟତାରେ ସର୍ବାଧିକ ଓ ଅପରାଜିତ ୫୪ ରନ୍ କରିଥିବା ସମୟରେ ଆଶିଷ ପୁଷ୍ପଲେକ ୧୭ ବଲରେ ୧୫ ରନ୍, ଅଭିଳାଷ ୧୩ ବଲରେ ୨୦ ରନ୍ ସଂଗ୍ରହ କରିଥିଲେ ଏବଂ ସିକ୍ରେଟ-୧୧ ପକ୍ଷରୁ ପଙ୍କଜ ସାହୁ, ଦେବଦତ୍ତ ସିଂ ଓ ବାସୁଦେବ ଦତ୍ତ ପ୍ରତ୍ୟେକେ ଗୋଟାଏ ଲେଖାଉଁ ଉଇକେଟ ନେଇଥିଲେ । ଏହାପରେ ୯୬ ରନ ବିଜୟର ଲକ୍ଷ ନେଇ ସିକ୍ରେଟ ୧୧ ଟିମ ପଡ଼ିଆକୁ ଉହ୍ଲାଇ ନିର୍ଦ୍ଧାରିତ ଓଭରରେ ୫ ଉଇକେଟ ହରାଇ ୯୦ ରନ କରିବାରେ ସଫଳ ହୋଇଥିଲେ ଏବଂ ଦଳ ପକ୍ଷରୁ ଓପନର କିଶୋର ପଲେଇ ୧୮ ବଲରେ ୨୫ ରନ, ଆଲୋକ ପରିଡ଼ା ୧୪ ରନ୍ ଓ ଲକ୍ଷ୍ମୀଧର ସିଂ ୩୫ ରନ୍ କରି ରନର୍ସ ଅପ୍ ହୋଇଥିଲେ । ଏଥି ସହିତ ଡ଼ିଆରକେ କ୍ଲବର ରଣଜିତ ନାୟକ ମ୍ୟାନ ଅଫ ଦା ମ୍ୟାଚ ହୋଇଥିବା ବେଳେ ସିକ୍ରେଟ-୧୧ର କିଶୋର ପଲେଇ ମ୍ୟାନ ଅଫ୍ ଦା ସିରିଜ, ଲକ୍ଷ୍ମୀଧର ସିଂ ବେଷ୍ଟ ବ୍ୟାଟ୍ସମ୍ୟାନ ଓ ବେଷ୍ଟ ବୋଲର ଭାବେ ଡ଼ିଆରକରେ ସଂଗ୍ରାମ ଦାସଙ୍କୁ ପୁରସ୍କୃତ କରାଯାଇଥିଲା । ଆଜିର ଫାଇନାଲ ମ୍ୟାଚକୁ ଦିଲ୍ଳିପ ଦାସ ଓ ଅମିତାଭ ପଟ୍ଟନାୟକ ପରିଚାଳନା କରିଥିବା ସମୟରେ ସ୍କୋରର ଭାବେ ଦୀପକ ସାହୁ ଓ ଗୌତମ ଦାସ ଟୁର୍ଣ୍ଣାମେଣ୍ଟ ରେ ଧାରାବିବରଣୀ  ପ୍ରଦାନ କରିଥିଲେ । ଶେଷରେ ଆୟୋଜିତ ପୁରସ୍କାର ବିତରଣୀ ସମାରୋହରେ ଓଡ଼ିଶା କୃଷି ନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତି,  ଡ଼ା ଦେବାଶିଷ ମାର୍ଣ୍ଡି, ମୟୂରଭଞ୍ଜ କ୍ରୀଡ଼ା ସଂସଦ ସମ୍ପାଦକ କିଶୋର ବିଶ୍ୱାଳ, ମୟୁରଭଞ୍ଜ  ଆଥେଲେଟିକ ଆସୋସିଏସନର ଉପ-ସଭାପତି ଗିରୀଶ ଚନ୍ଦ୍ର ଦାସ, ସମାଜସେବୀ ସଞ୍ଜୀବ ଦ୍ୱିବେଦୀ ପ୍ରମୁଖ ଯୋଗ ଦେଇଥିଲେ । , 

 

0
0
0
s2sdefault