ହେଡଲାଇନସ୍:

ଡିସେମ୍ବର ୨୨ ରୁ କ୍ରିଷ୍ଣା କପ୍ କ୍ରିକେଟ୍

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର : ପଦ୍ମପୁର ନିକଟସ୍ଥ ମହୁଲପାଲି ସ୍କୁଲ ପଡ଼ିଆ ରେ ଆସନ୍ତା ଡିସେମ୍ବର ୨୨ ତାରିଖରୁ ୧୯ତମ କ୍ରିଷ୍ଣା କପ କ୍ରିକେଟ ପ୍ରତିଯୋଗିତା ଆରମ୍ଭ ହେବାକୁ ଯାଉଅଛି। ଏଥିପାଇଁ ବୁଧବାର ଦିନ କ୍ରିଷ୍ଣା କ୍ରିକେଟ କ୍ଲବ ର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ମତିଲ ସାହୁ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ ବୈଠକରେ ଟୁର୍ଣ୍ଣାମେଣ୍ଟ ପ୍ରସ୍ତୁତି ପାଇଁ ବିଭିନ୍ନ ଦିଗରେ ଆଲୋଚନା ହୋଇଥିଲା। କେ.ସି.ସି ଦ୍ଵାରା ଆୟୋଜିତ ଏହି ଗ୍ରାମାଞ୍ଚଳ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରେ ୧୬ ଟି ଦଳ ଭାଗ ନେବେ ଓ ଏହାର ଫାଇନାଲ ମ୍ୟାଚ ୨୭ ତାରିଖରେ ଅନୁଷ୍ଠିତ ହେବ । ଟୁର୍ଣ୍ଣାମେଣ୍ଟରେ ବିଜେତା ଦଳକୁ ଟ୍ରଫି ସହିତ ୧୨୦୦୦ ଟଙ୍କା ଓ ଉପ ବିଜେତା ଦଳକୁ ଟ୍ରଫି ସହିତ ୭୦୦୦ ଟଙ୍କା ପ୍ରଦାନ କରାଯିବ ବୋଲି କ୍ଲବ ପକ୍ଷରୁ କୁହାଯାଇଛି। ଦିଲୀପ ସାହୁ ଙ୍କୁ ଦଳ ଚୟନ, ପ୍ରଶାନ୍ତ ସାହୁ ଙ୍କୁ କୋଷାଧ୍ୟକ୍ଷ, ପ୍ରଦୀପ ସାହୁଙ୍କୁ ଖାଦ୍ୟପେୟ ଓ ସନମ ସାହୁଙ୍କୁ ଶାନ୍ତି ଶୃଙ୍ଖଳା ଦାୟିତ୍ଵ ପ୍ରଦାନ କରାଯାଇଛି। ବୈଠକ ଶେଷରେ ରଜତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

0
0
0
s2sdefault