ହେଡଲାଇନସ୍:

ରଞ୍ଜନ ମେମୋରିୟାଲ କ୍ରିକେଟ କପ ଫାଇନାଲ : କାଦୋମେରିକୁ ହରାଇ ଡୁଡୁକିଝରିଆ ବିଜୟୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାଇକମାଲ : ପାଇକମାଲ ବ୍ଲକ ବରତୁଣ୍ତା ହାଇସ୍କୁଲ ପଡିଆ ଠାରେ ରଞ୍ଜନ ମେମୋରିୟାଲ କ୍ରିକେଟ କପ ୨୦୨୦ - ୨୧ ର ଫାଇନାଲ ଦିବସ ଅନୁଷ୍ଠିତ ହୋଇଥିଲା  । ଫାଇନାଲରେ ଡୁଡୁକିଝରିଆ ଓ କାଦୋମେରି ମଧ୍ୟରେ ମ୍ୟାଚ ଖେଳା ଯାଇଥିଲା  । ଡୁକୁକିଝରିଆ ଟସ୍ ଜିତି କାଦୋମେରି ଦଳକୁ ବ୍ୟଟିଙ୍ଗ କରି ନିର୍ଦ୍ଧାରିତ ୧୦ ଓଭରରେ ସମସ୍ତ ୱକେଟ ହରାଇ ୭୬ରନ ର ଲକ୍ଷ୍ୟ ଦେଇ ଥିଲେ । କ୍ଷେମରାଜ ୧୨ବଲରେ ୨୨ରନ କରିଥିଲେ । ଆର ରାଜକୁମାର ୭ବଳରେ ୧୮ ରନ,ଗଙ୍ଗା ୯ରନ କରିଥିଲେ  । ଡୁଡୁକିଝରିଆ ଦ୍ବିତୀୟ ବ୍ୟଟିଙ୍ଗ କରି ମଣ୍ଟୁ ଷଡଙ୍ଗୀ ୨୪ ବଲରେ ୪୮ରନ,ହେମ ସାଗର ନାଗ ୮ ବଲରେ ୧୧ ରନ,ପ୍ରଦୀପ ୫ବଳରେ ୭ରନ କରି ନିଜ ଟିମକୁ ବିଜୟୀ କରିଥିଲେ  । ମଣ୍ଟୁ ଷଡଙ୍ଗୀ ଭଲ ଖେଳ ପ୍ରଦର୍ଶନ କରି ନିଜ ଟିମକୁ ବିଜୟୀ କରି ମ୍ୟାଚ ଅଫ ଦି ମ୍ଯାଚ ଘୋଷତି ହୋଇ ଥିଲେ  । ମୁଖ୍ୟ ଅତିଥି ଭାବେ ଗୋବିନ୍ଦ ସୁନା ଯୋଗଦାନ କରି ଡୁଡୁକିଝରିଆ ଦଳକୁ ପ୍ରଥମ ପୁରସ୍କାର ପ୍ରଦାନ କରିଥିଲେ  । ସମ୍ମାନିତ ଅତିଥି ଭାବେ ଜଗଜୀବନ ସିଂ ଗୀର୍ଣ୍ଣା ଯୋଗଦାନ କରି ଦ୍ବିତୀୟ ସ୍ଥାନ ଅଧିକାର କରିଥିବାର କାଦୋମେରି ଦଳ କୁ ଦ୍ବିତୀୟ ପୁରସ୍କାର ପ୍ରଦାନ କରିଥିଲେ ।  ସମ୍ମାନିତ ଅତିଥି ଭାବେ ଉମାକାନ୍ତ ବାଗ,ବିଭିଷଣ ଦିୱାନ,ଉଗ୍ରସେନ ପ୍ରଧାନ,ସହଦେବ ଦାଉ,ଫରୋଜ ମହମ୍ମଦ,ଗୁରୁବାରୁ ପଟ୍ଟନାୟକ,ସତାର ଖାଁ,ସତ୍ୟ ହେର୍ଣ୍ଣା,ବିଭିଷଣ ବହିଦାର ପ୍ରମୁଖ ଉପସ୍ଥିତ ଥିବା ବେଳେ  ଧାରା ବିବରଣୀ ବଳଦେବ ଦାଉ ପ୍ରଦାନ କରିଥିଲେ  । ଗୋପାଳ ଅଗ୍ରୱାଲ ଓ ମୁକେଶ କୁମାର ସିଂ ଅମ୍ପାୟାର ରହିଥିଲେ ଏବଂ ହେମନ୍ତ କୁମାର ମାଝୀ ଓ ଦିଲିପ ମାଝୀ ସ୍କୋର ଦାୟିତ୍ୱ ତୁଲାଇ ଥିଲେ  ।  JCC ବ୍ଲକର ସମସ୍ତ ସଦସ୍ୟ କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ  ।

0
0
0
s2sdefault