ହେଡଲାଇନସ୍:

ବିଜେପିକୁ ଜୋର ସା ଝଟକା ଧୀରେ ସେ ଲଗା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନାମାଙ୍କନପତ୍ର ଦାଖଲର ୨୪ ଘଣ୍ଟା ନପୁରୁଣୁ କର୍ମୀ ଓ ନେତା ଯୋଗଦେଲେ ବିଜେଡିରେ

ଭୁବନେଶ୍ୱର :  ଆଜି ବିଜେପୁର ନିର୍ବାଚନ ମଣ୍ଡଳୀର ବିଜେପି କର୍ମୀମାନେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି । ବିଜେପି ବିଜେପୁର ଉପ-ନିର୍ଚାଚନ ପାଇଁ ନାମାଙ୍କନପତ୍ର ଦାଖଲ କରିବାର ୨୪ ଘଣ୍ଟା ନପୁରୁଣୁ ବିଜେପି କର୍ମୀଙ୍କ ବିଜେଡିରେ ଯୋଗଦାନ ବିଜେପିକୁ ଶକ୍ତ ଧକ୍କା ଲାଗିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଭାବମୂର୍ତ୍ତି, ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟ କରିବା ସହିତ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ସେମାନେ ଯୋଗ ଦେଇଛନ୍ତି ବୋଲି କହିଛନ୍ତି ବିଜେପି ଛାଡି ବିଜେଡିରେ ଯୋଗ ଦେଇଥିବା ନେତା ଓ କର୍ମୀ ମାନେ  | ଯୋଗଦାନ ଉତ୍ସବରେ ପୂର୍ବତନ କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି କୌସ୍ତୁଭମଣୀ ସାହୁ, ଜିଲ୍ଲା ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି କୈଳାସ ବେହେରା, ଆଗଲପୁର ବିଜେପି ମଣ୍ଡଳ ସଭାପତି ଉପେନ୍ଦ୍ର ଖେତି, ସାଧାରଣ ସଂପାଦକ ବୀରୋସେନ୍‍ ସାହୁ, ବିଜେପି ଲିଗାଲ୍‍ ସେଲ୍‍ ସଭ୍ୟ ଶରତ ଚନ୍ଦ୍ର ଦାଶ, ବରପାଲ୍ଲୀ ଟାଉନ୍‍ ପୂର୍ବତନ ବିଜେପି ସଭାପତି ମଧୁ ବେହେରା, ବାଳକୃଷ୍ଣ ପୂଜାରୀ, ଆଗଲପୁର ପ୍ରାଥମିକ କୃଷି ସମବାୟ ସମିତି ନିର୍ଦ୍ଦେଶକ  ଜୟଦେବ ପାତ୍ର, ଆଗଲପୁର କୃଷକ ମୋର୍ଚ୍ଚା ସଭାପତି ସୁଭାସ ଚନ୍ଦ୍ର ସାହୁ, ଆଗଲପୁର ଜୋନ୍‍ ଅନୁସୂଚିତ ଜନଜାତି ମୋର୍ଚ୍ଚ ସଭାପତି ଅଜିତ ରାୟଙ୍କ ସହ ୪୦ରୁ ଊଦ୍ଧ୍ୱର୍ ବିଜେପି କର୍ମୀ ଆଜି ବିଜୁ ଜନତା ଦଳରେ ଆନୁଷ୍ଠାନିକ  ଭାବେ ସାମିଲ ହୋଇଥିଲେ ।

ରାଜ୍ୟ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଦଳରେ ସାମିଲ ହୋଇଥିବା  ସମସ୍ତ ବିଜେପି କର୍ମୀଙ୍କୁ ସ୍ୱାଗତ କରିବା ସହ କହିଥିଲେ ଯେ ବିଜେଡି ସରକାର ଗରିବ ଓ ସାଧାରଣ ଜନତାଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ସମର୍ପିତ ଭାବେ କାର୍ଯ୍ୟ କରୁଛି । ଆଜିର ଏହି ଯୋଗଦାନ ଫଳରେ ବିଜେପୁର ନିର୍ବାଚନ ମଣ୍ଡଳୀରେ ଦଳ ଆହୁରି ଶକ୍ତିଶାଳୀ ହେବ ଓ ଦଳକୁ ସୁଦୃଢ଼ କରିବା ଦିଗରେ ବିଜୁ ଜନତା ଦଳରେ ନୂତନ କର୍ମୀଙ୍କ ଯୋଗଦାନ ସହାୟକ ହେବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ ।ହେଲେ ଏକ ବିଜେପିର ପୁରୁଣା ବନାମ ନୂଆ ନେତାଙ୍କ ଭିତରେ ସୃଷ୍ଟି ହୋଇଥିବା ଅସନ୍ତୋଷକୁ ପଦାରେ ପକାଇ ଦେଇଛି |  ଦଳର ପୁରୁଣା କର୍ମୀ ଓ ନେତା ମାନେ ରାଜ୍ୟ ତଥା ଜାତୀୟ ନେତାଙ୍କ ନିଷ୍ପତିରେ ଅସନ୍ତୋଷବିଭିନ୍ନ ସ୍ତରରେ ଜାହିର କରୁଥିବା ବେଳେ ବିଜେପୁର ରେ ଏଭଳି ଘଟିବା ତାହାର ପ୍ରତିଫଳନ ବୋଲି ଚର୍ଚା ହେଉଛି | 

0
0
0
s2sdefault