ହେଡଲାଇନସ୍:

ବିଜେପିରେ ବିଶୃଙ୍ଖଳା : ଦଳୀୟ ଶୃଙ୍ଖଳା ଭଙ୍ଗ କାରଣରୁ ବରଗଡ ଜିଲ୍ଲା ଆଗଲପୁର ମଣ୍ଡଳ ସଭାପତି ଓ ୪ଜଣଙ୍କୁ ପାର୍ଟିରୁ ନିଲମ୍ବିତ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଭୁୁବନେଶ୍ୱର, ବିଜେପିରେ ବିଶୃଙ୍ଖଳା ପଦାକୁ ଆସିଛି | ଦଳର ପୁରୁଣା କର୍ମୀ ଓ ନେତା ମାନେ ରାଜ୍ୟ ତଥା ଜାତୀୟ ନେତାଙ୍କ ନିଷ୍ପତିରେ ଅସନ୍ତୋଷ ପ୍ରକାଶ କରିଛନ୍ତି |ଯାହାର ନଜିର ଦେଖିବାକୁ ମିଳିଛି ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ସାରିଥିବା ବିଜେପୁରରେ |   ଦଳର ନିଷ୍ପତ୍ତି ବିରୋଧରେ ଯାଇ ଦଳ ବିରୋଧୀ କାମ କରିଥିବା ଯୋଗୁ ବିଜେପି ରାଜ୍ୟ ସଭାପତି  ବସନ୍ତ କୁମାର ପଣ୍ଡା ୫ ଜଣ ଦଳୀୟ କର୍ମକର୍ତାଙ୍କୁ ଦଳରୁ ବହିଷ୍କୃତ କରିଛନ୍ତି ବୋଲି ରାଜ୍ୟ ମୁଖ୍ୟ ପ୍ରବକ୍ତା ଶ୍ରୀ ସଜ୍ଜନ ଶର୍ମା ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ଜଣାଇଛନ୍ତି । ସେମାନେ ହେଲେ  ଆଗଲପୁର ମଣ୍ଡଳ ସଭାପତି ଉପେନ୍ଦ୍ର ଖେତି, ଆଗଲପୁର ମଣ୍ଡଳ ସାଧାରଣ ସଂପାଦକ ବୀରୋସେନ ସାହୁ, କୌସ୍ତୁଭ ସାହୁ, କୁମ୍ଭାରୀ ଗ୍ରାମପଂଚାୟତ ବରପାଲିର ଆଡଭୋକେଟ୍ ଶରତ ଦାସ ଓ  କୈଳାସ ଦାସ !

0
0
0
s2sdefault