ଶାସକ ବିଜେଡିର ନେତାମାନେ ଠିକାଦାରଙ୍କୁ ହାତବାରେସି କରି ରାସ୍ତା ପାଇଁ ଆସିଥିବା ଅର୍ଥକୁ ବାଟମାରଣା କରିଛନ୍ତି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜାତୀୟ ରାଜପଥ ରାସ୍ତା ମରାମତି ଦାବୀ ନେଇ

ଜାତୀୟ ରାଜପଥ ଆଂଚଳିକ କାର୍ଯ୍ୟାଳୟ ଅଧିକାରୀଙ୍କୁ ଭେଟିଲା ବିଜେପି ପ୍ରତିନିଧି ଦଳ

ଭୁବନେଶ୍ୱର/କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ ଅନ୍ତର୍ଗତ ମୟୁରଭଂଜ ଜିଲ୍ଲା ସିଙ୍ଗଡାରୁ କେନ୍ଦୁଝର ଜିଲ୍ଲାର ବିଂଜବାହାଲ ପର୍ଯ୍ୟନ୍ତ ରାସ୍ତା ମରଣଯନ୍ତା ପାଲଟିଛି । ଖରାପ ରାସ୍ତା କାରଣରୁ ଅଂଚଳବାସୀ ନାହିଁ ନଥିବା ହଇରାଣର ଶିକାର ହେଉଛନ୍ତି । ଏହି ପ୍ରସଙ୍ଗରେ କେନ୍ଦୁଝର ଜିଲ୍ଲାପାଳଙ୍କୁ ବାରମ୍ବାର ଦାବୀ ଜଣାଇବା ସତ୍ୱେ କୈାଣସି ପଦକ୍ଷେପ ଗ୍ରହଣ ନକରି ନୀରବଦ୍ରଷ୍ଟା ସାଜିଛନ୍ତି । ଏହି ରାସ୍ତାର ତୁରନ୍ତ ମରାମତି କାମ କରିବାକୁ ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଜିଲ୍ଲା ବିଜେପିର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଭୁବନେଶ୍ୱରସ୍ଥିତ ଜାତୀୟ ରାଜପଥ ଆଂଚଳିକ କାର୍ଯ୍ୟାଳୟ ଅଧିକାରୀ ଧର୍ମାନନ୍ଦ ଷଡଙ୍ଗୀକୁ ଭେଟି ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି ।

୪୯ ନମ୍ବର ଜାତୀୟ ରାଜପଥର ମରାମତି ପାଇଁ କର୍ତୃପକ୍ଷ ୧ କୋଟି ୧୨ ଲକ୍ଷ ଟଙ୍କା ଅନୁଦାନ ଦେଇଥିଲେ । ଏହା ସତ୍ୱେ ରାସ୍ତାର ମରାମତି କାର୍ଯ୍ୟ ସଠିକ ଭାବରେ ନକରି କେବଳ ତାଳିପକା କାମ କରି ରାସ୍ତା ନିର୍ମାଣ ପାଇଁ ଆସିଥିବା ଅର୍ଥକୁ ହେରଫେର କରିଛି ବୋଲି ଜିଲ୍ଲା ବିଜେପି ଅଭିଯୋଗ କରିଛି । ଅନ୍ୟପଟେ ଶାସକ ବିଜେଡିର ନେତାମାନେ ଠିକାଦାରଙ୍କୁ ହାତବାରେସି କରି ରାସ୍ତା ପାଇଁ ଆସିଥିବା ଅର୍ଥକୁ ହଡପ କରି ବାଟମାରଣା କରିଛନ୍ତି ବୋଲି ପ୍ରତିନିଧି ଦଳ ଅଭିଯୋଗ କରିଛି ।

ସେହିପରି ୨୧୫ ନମ୍ବର ଜାତୀୟ ରାଜପଥରେ ଥିବା ସମସ୍ତ ଓଭରବ୍ରିଜ କଡରେ ବାଇପାସ ରାସ୍ତାଗୁଡିକର ନିର୍ମାଣ କରିବା ସହ ବକେୟା ଥିବା ରାସ୍ତା କାମ ଖୁବଶୀଘ୍ର ଶେଷ କରିବାକୁ ଏହି ପ୍ରତିନିଧି ଦଳ ଦାବୀ କରିଛନ୍ତି । ଆଗାମୀ ୧୦ ଦିନ ମଧ୍ୟରେ ରାସ୍ତା କାମ ନିର୍ମାଣ ସହ ମରାମତି କାର୍ଯ୍ୟ ଆରମ୍ଭ ହେବ ବୋଲି ଶ୍ରୀ ଷଡଙ୍ଗୀ ପ୍ରତିଶୃତି ଦେଇଛନ୍ତି । ଏହି ପ୍ରତିନିଧୀ ଦଳରେ ରାଜ୍ୟ ସଂପାଦକ କାଳନ୍ଦୀ ସାମଲ, କେନ୍ଦୁଝର ଜିଲ୍ଲା ସଭାପତି ରାଧାକାନ୍ତ ମହାନ୍ତ, ସାଧାରଣ ସଂପାଦକ ସୁବ୍ରତ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପୃଥୀରୀଜ କୁଅଁର, କରଂଜିଆ ଆଦିବାସୀ ଯୁବନେତା ବିପ୍ଲବ ସଂଖିଆଳ ପ୍ରମୁଖ ସାମିଲ ଥିଲେ । 

0
0
0
s2sdefault