ହେଡଲାଇନସ୍:

ଲୁଚିଛି ନା ଗୋଡ ଦିଟା ଦିଶୁଛି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବିଜେଡି ନୁହେଁ, ବିଜେପି ଡୁବିଯିବ: ବିଜୟ ନାୟକ

ଭୁବନେଶ୍ୱର,: ଲୋକଙ୍କ ଦ୍ୱାରା ପ୍ରତ୍ୟାଖ୍ୟାତ ନେତାଙ୍କୁ ଡାକିହାକି ଦଳରେ ମିଶାଇବା, ବିଜେପି ଦଳର ବିକଳ ଅବସ୍ଥା ସହଜରେ ଅନୁମେୟ । ବିଜେପୁର ଉପ-ନିର୍ବାଚନ ପରିପ୍ରେକ୍ଷୀରେ ଗତ କିଛିଦିନ ତଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ସମେତ ବିଜେପି ନେତା ନିର୍ବାଚନ କମିଶନଙ୍କ ଆଗରେ ଫେରାଦ ହୋଇଥିବା ସ୍ଥଳେ ଆଜି ତାଙ୍କ ଦଳୀୟ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରୁଥିବା ବେଳେ ଶ୍ରୀ ପ୍ରଧାନ ଏଥିରେ ସାମିଲ ନହେବା ବିଜେପିର ଆଭ୍ୟନ୍ତରୀଣ ଗୋଷ୍ଠୀ କନ୍ଦଳର ସୂଚନା ଦେଉନାହିଁ କି ବୋଲି ବିଜୁ ଜନତା ଦଳ ରାଜ୍ୟ ସଂପାଦକ ବିଜୟ ନାୟକ ପ୍ରଶ୍ନ କରିଛନ୍ତି ।
ଶ୍ରୀ ପ୍ରଧାନଙ୍କ ଅଭିଯୋଗର ଉତ୍ତର ରଖି ଶ୍ରୀ ନାୟକ କହିଛନ୍ତି କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟର ଟିକସରୁ ଆଦାୟ ହେଉଥିବା ଅର୍ଥକୁ ସମ ପରିମାଣରେ ସଂଘୀୟ ବ୍ୟବସ୍ଥା ଅନୁଯାୟୀ ସମସ୍ତ ରାଜ୍ୟର ବିକାଶ ପାଇଁ ଅର୍ଥ ବ୍ୟୟବରାଦ କରିଥାନ୍ତି । ରାଜ୍ୟରୁ ଆଦାୟ ହେଉଥିବା ଟିକସକୁ ପ୍ରଧାନମନ୍ତ୍ରୀ ମୋଦି ରାଜ୍ୟକୁ ଦେଉଛନ୍ତି ବୋଲି କହିବା ଏହା ନିଶ୍ଚିତ ରୂପେ ଦୁଃଖଦାୟକ । ବାଲେଶ୍ୱରେ ସଭାରେ ବିଶୃଙ୍ଖଳା ସୃଷ୍ଟିକାରୀ ମହିଳା ଓ ତାଙ୍କ ସ୍ୱାମୀ ବିଜେପି ଦଳର କର୍ମୀ ବୋଲି ତାଙ୍କ ଦଳର ନେତା ପ୍ରତାପ ଷଡ଼ଙ୍ଗୀ ସ୍ୱୀକାର କରିଥିବା ବେଳେ ଏଠାରେ ସାଧାରଣ ଲୋକ ପ୍ରତିବାଦ କରିବା ପ୍ରଶ୍ନ ଉଠିଲା କେଉଁଠି? ନିଜ ଦଳର କର୍ମୀଙ୍କୁ ଯେଉଁ ନେତା ନିଜ ଦଳର ବୋଲି କହିବାର ସତ୍‍ସାହସ ନାହିଁ, ସେ ନବୀନ-ସରକାରଙ୍କ ପ୍ରତି ଅନାସ୍ଥା ବଢ଼ୁଛି ବୋଲି ଆପେ ଆପେ କହି ଖୁସି ହେବା କେବଳ ଆତ୍ମପ୍ରବଞ୍ଚନା । ବିଜେଡି ଡୁବିବ କି ବିଜେପି ଡୁବିବ ତା’ର ଉତ୍ତର ଗତକାଲି ଦେଶରେ ହୋଇଥିବା ୩ଟି ସ୍ଥାନର ଉପ-ନିର୍ବାଚନ ଫଳାଫଳରୁ କେନ୍ଦ୍ରମନ୍ତ୍ରୀ ନିଶ୍ଚୟ ପାଇଯାଇଥିବେ ଏବଂ  ତାଙ୍କର  ଓ ତାଙ୍କ ଦଳର ଅହଂକାର ର ଠିକଣା ଜବାବ ଲୋକ ଦେଇଛନ୍ତି ଓ ଆଗକୁ ମଧ୍ୟ ଦେବେ | ଖୁବ୍‍ଶୀଘ୍ର ବିଜେପୁର ଉପ-ନିର୍ବାଚନରୁ ମଧ୍ୟ ଏହାର ସ୍ପଷ୍ଟ ଉତ୍ତର ମିଳିଯିବ । ଅନ୍ୟପକ୍ଷରେ ଲୁଚିଛି ନା ଗୋଡ ଦିଟା ଦିଶୁଛି ରୀତିରେ ସ୍ଥାନୀୟ ସାଂସଦଙ୍କ ପ୍ରତି ଧର୍ମେନ୍ଦ୍ର ପ୍ରଧାନ ସମବେଦନା ଜ୍ଞାପନ କରିବା, ଉଭୟଙ୍କ ମଧ୍ୟରେ ଥିବା ନିବିଡ଼ ସଂପର୍କର ଆଉ ଏକ ନମୁନା ନୁହେଁ କି ବୋଲି ଶ୍ରୀ ନାୟକ କହିଛନ୍ତି । ଶ୍ରୀ ପ୍ରଧାନ  ବୁଝି ଯିବା ଦରକାର ଯେ କିସିଛି ଲୋକଙ୍କୁ କିଛି ସମୟ ପାଇଁ ବୋକା ବନାଇଁ ଦିଆଯାଇପାରେ, ହେଲେ ସବୁ ଲୋକଙ୍କୁ ସବୁ ସମୟ ପାଉ ଭୁଆଁ ବୁଲାଇବା ସମ୍ଭବ ନୂହେ `| ଲୋକ ସେମାନଙ୍କ ଗପକୁ  ଠିକ ଭାବେ ବୁଝି ସାରିଲେଣି ଆଉ ସେଇଠି ପାଇଁ ବିଜେପି ଶାସିତ ରାଜସ୍ଥାନ ରେ ଅନୁଷ୍ଠିତ ଉପନିର୍ବାଚନ ରେ ଲୋକମାନେ ବିଜେପିକୁ ପ୍ରତ୍ୟାଖ୍ୟାନ କରି ତା ଅହଂକାର ର ଠିକଣା ଜବାବ ଦେଇସାରିଲେଣି ବୋଲି କହିଛନ୍ତି ଶ୍ରୀ ନାୟକ |  

0
0
0
s2sdefault