ହେଡଲାଇନସ୍:

କେନ୍ଦ୍ର  ବଜେଟ ଗ୍ରାମୀଣ ଅର୍ଥନୀତିକୁ ସୃଦୁଢ କରିବ : ବିଜେପି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ଉପସ୍ଥାପିତ ସାଧାରଣ ବଜେଟ ହେଉଛି ପ୍ରୋ-ଇଣ୍ଡିଆ, ପ୍ରୋ-ପୋର, ପ୍ରୋ-ଏଗ୍ରିକଲଚର, ପ୍ରୋ-ଟ୍ରାଇବାଲ ଏବଂ ପ୍ରୋ-ଓଡିଶା ବଜେଟ

ଏହି ବଜେଟ ଦେଶର ସାଧାରଣ ଗରିବ ଲୋକମାନଙ୍କ ପାଇଁ ସମର୍ପିତ ହୋଇଥିବା ବଜେଟ

ଏହି ବଜେଟରେ ମୋଦି ସରକାର ଦେଶର ନ୍ୟୁନତମ ବର୍ଗରେ ବଂଚୁଥିବା ଲୋକମାନଙ୍କ ବିକାଶ ପାଇଁ ସମର୍ପିତ ଏକଥା ପୁନ୍ନ ପ୍ରମାଣିତ

ଏହି ବଜେଟ ଆଗାମୀ ଦିନରେ ଗ୍ରାମାଂଚଳରେ ବିକାଶ ଆଣିପାରିବା ସହ ଓଡିଶା ଭଳି ଗରିବ ପଛୁଆ ଏବଂ ଆଦିବାସୀ ବହୁଳ ରାଜ୍ୟ ପାଇଁ ଏହା ବହୁତ ଲାଭ ଆଣିବ

ଭୁବନେଶ୍ୱର/ ମାନସୀ ମିଶ୍ର : ଲୋକସଭାରେ ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ଉପସ୍ଥାପିତ ସାଧାରଣ ବଜେଟ ପ୍ରୋ-ଇଣ୍ଡିଆ, ପ୍ରୋ-ପୁଅର , ପ୍ରୋ-ଏଗ୍ରିକଲଚର, ପ୍ରୋ-ଟ୍ରାଇବାଲ ଏବଂ ପ୍ରୋ-ଓଡିଶା ବୋଲି ଏଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେପି ଉପସଭାପତି ସମିର ମହାନ୍ତି କହିଛନ୍ତି ।  ଶ୍ରୀ ମହାନ୍ତି କହିଛନ୍ତି କି ଏହି ବଜେଟ ଦେଶର ସାଧାରଣ ଗରିବ ଲୋକମାନଙ୍କ ପାଇଁ ସମର୍ପିତ ଏବଂ ଏହି ବଜେଟରେ ମୋଦି ସରକାର ଦେଶର ନ୍ୟୁନତମ ବର୍ଗରେ ବଂଚୁଥିବା ଲୋକମାନଙ୍କ ବିକାଶ ପାଇଁ ସମର୍ପିତ ଏକଥା ପୁନ୍ନ ପ୍ରମାଣିତ ।  ବଜେଟରେ ଗ୍ରାମୀଣ ବିକାଶ, କୃଷି ଏବଂ କୃଷକର ବିକାଶ, ଆଦିବାସୀ ଦଳିତମାନଙ୍କର ବିକାଶ ପାଇଁ ପ୍ରଯ୍ୟାପ୍ତ ବ୍ୟୟ ବରାଦ ହେବା ସହ ଦେଶର ସମସ୍ତ ବର୍ଗର ଲୋକଙ୍କୁ ଖୁସି କରିବା ଭଳି ବଜେଟ ପାରିତ ହୋଇଛି । ଗ୍ରାମାଂଚଳ ଭିତିଭୂମି ନିର୍ମାଣ ଲାଗି ମୋଟ ୧୪.୩୪ ଲକ୍ଷ କୋଟି ଟଙ୍କାର ବ୍ୟୟ ପ୍ରସ୍ତାବ, ଗ୍ରାମ୍ୟ ବିକାଶ ପାଇଁ ୧,୩୮,୦୯୭ କୋଟି ଟଙ୍କାର ବ୍ୟୟ ବରାଦ, ୩ ଲକ୍ଷ କିଲୋମିଟରରୁ ଅଧିକ ସଡକ ନିର୍ମାଣ ଯୋଜନା ଏବଂ ୩ ଲକ୍ଷ କୋଟି ଟଙ୍କାର ମୁଦ୍ରା ଋଣ ପ୍ରଦାନ ପ୍ରସ୍ତାବ ଭଳି ଯୋଜନା ଆଗାମୀ ଦିନରେ ଗ୍ରାମାଂଚଳରେ ବିକାଶ ଆଣିପାରିବା ସହ ଓଡିଶା ଭଳି ଗରିବ ପଛୁଆ ଏବଂ ଆଦିବାସୀ ବହୁଳ ରାଜ୍ୟ ପାଇଁ ଏହା ବହୁତ ଲାଭ ଆଣିବ  ବୋଲି ଶ୍ରୀ ମହାନ୍ତି କହିଛନ୍ତି ।  ସେହିପରି ଆଜି ବଜେଟରେ ସ୍ଥାନିତ ହୋଇଥିବା ବିଶ୍ୱର ସର୍ବ ବୃହତ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା ଯାହା ଅଧିନରେ ଦେଶର ୧୦ କୋଟି ଗରୀବ ପରିବାର ସାମିଲ ହେବେ ତଥା ୫୦ କୋଟି ହିତାଧିକାରୀ ମାନେ ଲାଭାନ୍ୱିତ ହେବେ । ଏହି ଯୋଜନାରେ ପ୍ରତିବର୍ଷ ଜଟିଳ ଚିକିତ୍ସା  ପାଇଁ ଗରୀବଙ୍କୁ ମିଳିବ ୫ ଲକ୍ଷ ଟଙ୍କାର ଚିକିତ୍ସା  ସୁବିଧା ଯାହା ଦେଶର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ଶ୍ରୀ ମହାନ୍ତି କହିଛନ୍ତି । 

ଶ୍ରୀ ମହାନ୍ତି କହିଛନ୍ତି କି ଯାହା କୌଣସି ସରକାର କରିବାର ସାହସ କରିପାରିନଥିଲେ ତାହା ମୋଦି ସରକାର କରିକି ଦେଖେଇଛନ୍ତି ।  ସେହିପରି କିଷାନ କ୍ରେଡିଟ କାର୍ଡରେ ମାଛ ଚାଷୀ ଓ ପଶୁ ପାଳକଙ୍କୁ ସାମିଲ କରିବା, ଆଦିବାସୀ ବହୁଳ ଅଂଚଳରେ ଏକଲବ୍ୟ ବିଦ୍ୟାଳୟର ସ୍ଥାପନା କରିବା,  ସୌଭାଗ୍ୟ ଯୋଜନାରେ ୪ କୋଟି ଗରିବ ପରିବାରଙ୍କୁ ମାଗଣା ବିଜୁଳି ଏବଂ ସ୍ୱଛ ଭାରତ ଯୋଜନା ରେ ଅଧିକା ୨ କୋଟି ଶୌଚାଳୟ ନିର୍ମାଣ ଲକ୍ଷ୍ୟ ଏ ସମସ୍ତ ପଦକ୍ଷେପ ହେଉଛି ଦେଶର ବିକାଶ ଦିଗରେ ଏକ ବଡ ବଡ ପଦକ୍ଷେପ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।  ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ  ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଂପାଦକ କାଳନ୍ଦୀ ସାମଲ, ରାଜ୍ୟ ମୁଖପାତ୍ର ସଜ୍ଜନ ଶର୍ମା ଏବଂ ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ପ୍ରଭାତୀ ପରିଡା ପ୍ରମୁଖ ଉପସ୍ଥିତ ଥିଲେ ।

 

0
0
0
s2sdefault