ହେଡଲାଇନସ୍:

ପ୍ରଦେଶ କଂଗ୍ରେସ ସଂଖ୍ୟାଲଘୁ ବିଭାଗର ନୂତନ କର୍ମକର୍ତ୍ତା ନିଯୁକ୍ତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଖୁବଶୀଘ୍ର ବ୍ଲକ ଓ ପଞ୍ଚାୟତ ସ୍ତରରେ କମିଟି ଗଠନ ହେବ ଏବଂ  ବସିବ କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ୱର- ଅଖିଳ ଭାରତ କଂଗ୍ରେସ କମିଟି ସଂଖ୍ୟାଲଘୁ ବିଭାଗ ଅଧ୍ୟକ୍ଷ  ଖୁର୍ସିଦ୍ ଅହମ୍ମଦ ସୟଦଙ୍କ ଅନୁମୋଦନ କ୍ରମେ ପ୍ରଦେଶ କଂଗ୍ରେସ କମିଟି ସଂଖ୍ୟାଲଘୁ ବିଭାଗ ଅଧ୍ୟକ୍ଷ ମହମ୍ମଦ ସାହାନୱାଜ, ପ୍ରଦେଶ କଂଗ୍ରେସ ସଂଖ୍ୟାଲଘୁ ବିଭାଗର ନୂତନ ରାଜ୍ୟ କର୍ମକର୍ତ୍ତା, ଜୋନାଲ ଅଧ୍ୟକ୍ଷ  ଏବଂ ଜିଲ୍ଲା ଅଧ୍ୟକ୍ଷଙ୍କ ନାମ ଘୋଷଣା କରିଛନ୍ତି । ଏହି କମିଟି ରାଜ୍ୟର  ସଂଖ୍ୟାଲଘୁ ସମ୍ପ୍ରଦାୟକୁ ସଂଗଠିତ କରି ସେମାନଙ୍କର  ବିଭିନ୍ନ ସମସ୍ୟାର ସମାଧାନ ପାଇଁ କାର୍ଯ୍ୟକରିବ । ଅଖିଳ ଭାରତ କଂଗ୍ରେସ କମିଟି ସଭାପତି ରାହୁଲ ଗାନ୍ଧୀଙ୍କ ବଳିଷ୍ଠ ନେତୃତ୍ୱ ଏବଂ ଆଦର୍ଶର ଅନୁପ୍ରାଣିତ ହୋଇ ପ୍ରଦେଶ କଂଗ୍ରେସ କମିଟି ସଭାପତି ପ୍ରସାଦ ହରିଚନ୍ଦନଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସଂଗଠନ କ୍ରିୟାଶୀଳ ହୋଇ ଦାୟିତ୍ୱ ନିର୍ବାହ କରିବ ।

ଉପାଧ୍ୟକ୍ଷ ଭାବେ  ମହମ୍ମଦ ଜିଆଉଲ ହକ୍, ମହମ୍ମଦ ଆରିଫ୍ (ବାବୁ), ମହମ୍ମଦ ଅଲ୍ଲୀ ନିଯୁକ୍ତ ହୋଇଥିବା ବେଳେ ରାଜ୍ୟ ସଂଯୋଜକ- ତମଲେସ ସାଗର, ଓସ୍କିଲ ଜିଲାନି, ମଲ୍ଲିକ କମିରୁଦ୍ଧିନ୍, ନେମତୁନ ନିସା, ନୌସେର ଅଲ୍ଲୀ,ଜସୱନ୍ତ ଜୈନ ଏବଂ ଲଲିତ କୁମାର ଜୈନ ନିଯୁକ୍ତ ହୋଇଛନ୍ତି |  ରାଜ୍ୟ ଉପଦେଷ୍ଟା- ସେକ୍ ମତଲୁବ ଅଲ୍ଲୀ, ଡ. ଲିୟାକତ ଅଲ୍ଲି, ଡ. ଆର କେ  ନାୟକ, ଡ. ହମିଦ୍ ହୁସେନ୍, ସେକ୍ ଅବଦୁଲ ବାରି, ମହମ୍ମଦ ମୋକିମ, ସନ୍ତୋଷ ସିଂ ସାଲୁଜା, ସର୍ଦ୍ଧାର ନରେନ୍ଦ୍ର ସିଂ, ଓଜିର ଅହମ୍ମଦ, ମୁକ୍ତାର ଖାନ, ଜମସେଦ ଅଲ୍ଳୀ, ମହିନ୍ଦ୍ରସିଂ କଲସି, ସୟଦ ଅବୁଦଲ ମସଜିଦ୍, ମହମ୍ମଦ ସାକିର ହୁସେନ୍ ରହିଥିବା ବେଳେ ଜୋନାଲ ଅଧ୍ୟକ୍ଷ (ଦକ୍ଷିଣ) ଅବଦୁଲ ସାଜିଦ୍ ନିଯୁକ୍ତ ହୋଈଥିଇବା ବେଳେ ଜିଲା ଅଧ୍ୟକ୍ଷ ଭାବେ  ଅନୁଗୁଳ-ଅବଦୁଲ କରିମ୍, ଭଦ୍ରକ-ସେକ୍ ସମଦାନି, ଭୁବନେଶ୍ୱର- ଜହୁର ଅଲ୍ଲୀ, ଯାଜପୁର- ଅବୁସାଇମା, କଳାହାଣ୍ଡି – ସରିଫ ଖାନ, କେନ୍ଦ୍ରାପଡ଼ା- ସୟଦ ଅବଦୁଲ ସତାର, କୋରାପୁଟ- ହସନ ମଦନି, ନୟାଗଡ଼- ଅମଜଦ୍ ଖାନ, ଢେ଼ଙ୍କାନାଳ- ବାବୁ ଖାନ, ଗଞ୍ଜାମ – ଇଲିଆସ ଅହମଦ ଖାନ, କନ୍ଧମାଳ- କ୍ଳେସ ପ୍ରଧାନଙ୍କୁ ନିଯୁକ୍ତି ଦିଆଗଲା । 

ନିକଟରେ ସଂଖ୍ୟାଲଘୁ ବିଭାଗର ସଂଗଠନକୁ ସୁଦୃଢ଼ କରିବା ପାଇଁ  ବାକିଥିବା ରାଜ୍ୟ କର୍ମକର୍ତ୍ତା ଏବଂ ଜିଲା ଅଧ୍ୟକ୍ଷ ଘୋଷଣା କରାଯିବା ସହ ସମସ୍ତ ବ୍ଲକ ଓ ପଞ୍ଚାୟତ ସ୍ତରରେ କମିଟି ଗଠନ ହେବ ଏବଂ ଖୁବଶୀଘ୍ର ଉପରୋକ୍ତ କର୍ମକର୍ତ୍ତାଙ୍କର ଏକ କାର୍ଯ୍ୟକାରିଣୀ ବୈଠକ କଂଗ୍ରେସ ଭବନ ରେ ଅନୁଷ୍ଠିତ  ହେବ ବୋଲି ପ୍ରଦେଶ କଂଗ୍ରେସ କମିଟି ସଂଖ୍ୟାଲଘୁ ଅଧ୍ୟକ୍ଷ ଶାହାନୱାଜ ସୂଚନା ଦେଇଛନ୍ତି ।

0
0
0
s2sdefault