ହେଡଲାଇନସ୍:

ଏକଘରିକିଆ ବୈଜୟନ୍ତଙ୍କୁ ନିଆଁପାଣି ମନା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଦଳବିରୋଧୀ କାର୍ଯ୍ୟ ଅଭିଯୋଗରେ ନବୀନ କଲେ ନିଲମ୍ବିତ

ଖୁବ ଶୀଘ୍ର ଖୋଲିବେ ମୁହଁ, ଦଳର ନେତାଙ୍କୁ କରିବେ ଟାର୍ଗେଟ !!!!!!!  

ଦୁଃଖଦାୟକ ଓ ଚକିତ ହେଲାଭଳି  ବୋଲି ଟ୍ୱିଟ କଲେ ନିଲମ୍ବିତ ଜୟ

ଭୁବନେଶ୍ୱର/ Manasi Mishra : ଯାହା ଆଶା କରାଯାଉଥିଲା ବିଜେଡି ସଂସଦ ବୈଜୟନ୍ତ ପଣ୍ଡାଙ୍କ ଭାଗ୍ୟରେ ସେଇୟା ଘଟିଲା , ଗତ କିଛି ମାସ ହେଲା ଦଳକୁ ଅପଦସ୍ତ କଲାଭଳି  କାମ କରିଚାଲିଥିବା ତଥା ବିଜେପିର ନିକଟବର୍ତ୍ତୀ ହୋଇ ତାହାର ଭାଷା କହୁଥିବା ସର୍ବୋପରି ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସମସ୍ତ ବିଧାୟକଙ୍କ ତଥା ଦଳଦ୍ବାରା ନିଯୁକ୍ତ  ଛାମୁଆ ନେତାମାନଙ୍କୁ  ନଜରଅନ୍ଦାଜ କରିଆସୁଥିବା ଅଭିଯୋଗରେ ବୈଜୟନ୍ତଙ୍କୁ  ଦଳରୁ ନିଲମ୍ବିତ କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ |  ବିଜୁ ଜନତା ଦଳରୁ ଦୁଇ ଥର ରାଜ୍ୟସଭା ଯାଇଥିବା ଓ ଦୁଇଥର କେନ୍ଦ୍ରାପଡ଼ା ଲୋକସଭା  ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବୈଜୟନ୍ତ ୨୦୧୪ ନିର୍ବାଚନ ପରେ ଅତ୍ୟନ୍ତ ଉଚ୍ଚାଭିଳାଷୀ ହୋଇପଡିଥିବା ବେଳେ ଏକ ସମାନ୍ତରାଳ କ୍ଷମତାକେନ୍ଦ୍ର ଭଳି କାମ କରିବାକୁ ଉଦ୍ୟମ କରୁଥିବାର ଅଭିଯୋଗ ହୋଇଆସୁଥିଲା | ରାଜ୍ୟର ବରଗଡ,ସମ୍ବଲପୁର ଆଉ କନ୍ଧମାଳ ଆଦି ଅଂଚଳକୁ ଗସ୍ତ କରି ନିଜର ପତିଆରା ବଢାଇବାକୁ ଚାହୁଁଥିବା ଅଭିଯୋଗ ହୋଇ ଆସୁଥିଲା | ପୂର୍ବତନ ସଂସଦ ସ୍ବର୍ଗତ ପ୍ୟାରିମୋହନଙ୍କୁ ଦଳରୁ ଅପଦସ୍ତ କରି ବାହାର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବୈଜୟନ୍ତ ପ୍ୟାରୀବାବୁଙ୍କ ଶୂନ୍ୟତାରେ ଦଳରେ ନିଜର ଗୁରୁତ୍ୱ ବଢାଇବାକୁ ଚାହିଁଥିଲେ | ସୋସିଆଲ ମିଡ଼ିଆ ଆଉ ତାଙ୍କ ମିଡିଆରେ ଟ୍ୱିଟର ମାଷ୍ଟର ଭାବେ ଜଣାଶୁଣା ବୈଜୟନ୍ତ ଟ୍ୱିଟ ମାଧ୍ୟମରେ ରାଜ୍ୟ ରାଜନୀତିରେ ଝଡ ସୃଷ୍ଟି କରିବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଥିଲା |ତାଙ୍କ ନିର୍ବାଚନ ମଣ୍ଡଳୀରେ ଅନ୍ତର୍ଗତ ସବୁ ବିଧାୟକଙ୍କ ସହ ତାଙ୍କର ସମ୍ପର୍କ ତିକ୍ତ ହେବାରେ ଲାଗିଲା | ଅନେକ ସମୟରେ  କାନ୍ଥକୁ ବାଡ଼କୁ ଦେଖାଇ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କୁ ସମାଲୋଚନା କରି ଆସୁଥିବା ବୈଜୟନ୍ତ ଜାଣିସାରିଥିଲେ ତାଙ୍କର ଏ ଦଳବିରୋଧୀ କାମ ପାଇଁ ତାଙ୍କୁ କେନ୍ଦ୍ରାପଡ଼ାରୁ ଆଉ ଟିକଟ ମିଳିବ ନାହିଁ | ସବୁବେଳେ ଦଳର ବିଧାୟକଙ୍କ ସହ ପଙ୍ଗ ନେବା ଜାରି ରଖିଥିବା ବୈଜୟନ୍ତ କିଂତୁ ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ପାଣିଟାଙ୍କି ଉଦ୍ଘାଟନ କରିବା ନାଁରେ ଦଳକୁ ଅପଦସ୍ତ କରିଦେଇଥିଲେ | ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ନା ନନେଇ ଅଫିସରଙ୍କଆଡକୁ ଆଙ୍ଗୁଳି ନିର୍ଦ୍ଦେଶ କରି ସିଧାସଳଖ ଭାବେ ତାଙ୍କ ମିଶନରେ ଆଗେଇ ଚାଲିଲେ | ଆଉ  ବିଜେପି କଂଗ୍ରେସ ସମର୍ଥକଙ୍କ ଗହଣରେ ପାଣିଟାଙ୍କି ଉଦ୍ଘାଟନ କଲେ ବୋଲି ଅଭିଯୋଗ ହେଲା | ସବୁଠାରୁ ବଡ଼କଥା ହେଲା ତାଙ୍କର ଟ୍ୱିଟ ଆଉ ବୟାନ ବିରୋଧୀ ଦଳଙ୍କୁ ଖୋରାକ ଯୋଗାଇ ଆସୁଥିଲା ସରକାରଙ୍କୁ ସମାଲୋଚନା କରିବା ପାଇଁ | ବୈଜୟନ୍ତଙ୍କ ଏଭଳି କରିବା ଦେଖି ଦଳର କିଛି ବିଶୃଙ୍ଖଳିତ ସଦସ୍ୟ ବିଭିନ୍ନ ସ୍ଥାନରେ ଦଳକୁ ଓ ଦଳର ନେତାଙ୍କୁ ସମାଲୋଚନା କରିବାକୁ ପାଛିଲେନାହିଁ, ଯାହାକି ପ୍ୟାରୀବାବୁଙ୍କ କର୍ତ୍ତୃତ୍ୱ ଥିବା ବେଳେ ହେଉନଥିଲା | ଦଳର ଲୋକଙ୍କ ଭିତରେ ଗୋଟାଏ ଭୁଲ ମେସେଜ ପହଂଚୁ ଥିଲା| ଶେଷରେ ଦଳର ସ୍ଥିତି ଆଉ ପ୍ରଗତିରେ ଅନ୍ତରାୟ ସୃଷ୍ଟି କରୁଛନ୍ତି ବୋଲି ଅଭିଯୋଗ ହେଉଥିବା ବୈଜୟନ୍ତଙ୍କୁ ଏକ ଘରିକିଆ କରିବା ପାଇଁ ନବୀନ ବାବୁ ଶେଷରେ ତାଙ୍କୁ ଦଳରୁ ନିଲମ୍ବିତ କଲେ, ଯାହାକୁ କି ବୈଜୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି | ଆଉ ପରବରତି ମନ୍ତବ୍ୟ ରଖିବା ପୂର୍ବରୁ ପ୍ରଭୁ ଜଗନ୍ନାଥଙ୍କୁ ସାହସ ମାଗିଛନ୍ତି ତାଙ୍କ ଟ୍ୱିଟର ମାଧ୍ୟମରେ | ଏହାର ମାନେ ହେଉଛି ବିଜୁ ଜନତା ଦଳ ତାଙ୍କ ବିରୋଧରେ ଆଣିଥିବା ଅଭିଯୋଗକୁ ସେ ମାଜଭୁତ  ଢଙ୍ଗରେ କାଉଣ୍ଟର କରିବେ ବୋଲି ଆଶା କରାଯାଉଛି | ଏବେ ବୈଜୟନ୍ତ ଝୁଲା ଅବସ୍ଥାରେ...ବିଜେଡିରେ ନିଆଁ ପାଣି ବାସନ୍ଦ, ବିଜେପିକୁ ଯାଇପାରୁନନାହାନ୍ତି | ବିଜେପିକୁ ଯିବାପାଇଁ ହେଲେ ତାଙ୍କୁ ବିଜେଡିରୁ ଇସ୍ତଫା ଦେବାକୁ ପଡିବ | ବିଜେପିକୁ ଗଲେ ତାଙ୍କ ସ୍ଥିତି କଣ ହେବ, ତାହା ସେ ଆକଳନ କରିପାରୁନାହାନ୍ତି | କାରଣ ବିଜୟ ମହାପାତ୍ରଙ୍କ ଭଳି ରାଜ୍ୟସ୍ତରୀୟ ନେତା ଯାଇ ସେଠି ୟୁଜ ଆଣ୍ଡ ଥ୍ରୋ ଅର୍ଥାତ ଏମିତି ଖତ ହୋଇଛନ୍ତି ଯେ କୋଉ ଫସଲରେ ପଡି ପାରୁନାହାନ୍ତି | ସେଠି ତୃତୀୟ ମହଲା ଉପରେ ନଜର ରଖିଥିବା ଧର୍ମେନ୍ଦ୍ର ପ୍ରଧାନ ତାଙ୍କୁ ଭବିଷ୍ୟତରେ କେମିତି ବାଟ ଛାଡ଼ିବେ ତାହା ସମୟ କହିବ | ହେଲେ ବୈଜୟନ୍ତ ବାବୁ ଜଗନାଥଙ୍କ ଠାରୁ ସାହସ ସଂଚୟ  କରି କଣ କହୁଛନ୍ତି ତାହାରି ଉପରେ ନିର୍ଭର କରୁଛି ତାଙ୍କର ରାଜନୈତିକ ଭବିଷ୍ୟତ | ତେଣୁ ବ୍ୟବସାୟୀ ରାଜନେତା ବୈଜୟନ୍ତ କଣ ହିସାବକିତାବ କରି ପଦକ୍ଷେପ ନେଉଛନ୍ତି ତାହା ଆଗକୁ ଜଣାପଡିବ !!!

 ଦଳବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗରେ ବୈଜୟନ୍ତଙ୍କୁ ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବନ କରାଯିବା ବିଷୟ ଘୋଷଣା କରିବା ଅବସରରେ  ବିଜେଡି ଉପ-ସଭାପତି ସୂର୍ଯ୍ୟ ନାରାୟଣ ପାତ୍ର ବୁଧବାର ସନ୍ଧ୍ୟାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଜି  ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ବିଜେଡି ସାଂସଦ ବୈଜୟନ୍ତଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।, ସାଂସଦ ବୈଜୟନ୍ତ ପଣ୍ଡା ଦଳକୁ ସମାଲୋଚନା କରିବାକୁ ପଛାଉ ନ ଥିଲେ। ଏଥି ସହ ସେ ଗତ ପଞ୍ଚାୟତ ନିର୍ବାଚନରେ ଦଳ ବିରୋଧୀ ପ୍ରାର୍ଥୀଙ୍କୁ ସହାୟତା କରିଥିଲେ। ସାଂସଦ ବୈଜୟନ୍ତଙ୍କ ବିରୋଧରେ ଏହି ସବୁ ଅଭିଯୋଗ ଆସିବା ପରେ ଦଳର କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଭାରୀ ପ୍ରମିଳା ମଲ୍ଲିକ ଏବଂ କଟକ ଜିଲ୍ଲା ପ୍ରଭାରୀ ଉଷା ଦେବୀଙ୍କୁ ଅଭିଯୋଗର ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ କୁହାଯାଇଥିଲା। ଏହି ରିପୋର୍ଟ ପାଇବା ପରେ ଦଳର ସଭାପତି ଉପରୋକ୍ତ ନିଷ୍ପତ୍ତି ଗ୍ରହଣ କରିଛନ୍ତି ବୋଲି ବିଜେଡି ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ ସାଂସଦ ବୈଜୟନ୍ତ ପଣ୍ଡା ଇମ୍ଫା କମ୍ପାନିର ଉପସଭାପତି ରହି ବାର୍ଷିକ ଦରମା ଓ ଭତ୍ତା ବାବଦରେ ୨୦୧୪ରେ ୧ କୋଟି ୪୫ ଲକ୍ଷ ୨୭ ହଜାର ୭ଶହ ୪୭ଟଙ୍କା ନେଇଛନ୍ତି ଏବଂ ଇମ୍ଫା(ପୂର୍ବରୁ ଆଇସିସିଏଲ ଭାବରେ ନାମିତ) ଉପରୁ ହଜାର ହଜାର କୋଟି ଟଙ୍କା ଋଣ ଛାଡ଼ ଏବେ ମଧ୍ୟ ବିବାଦ ଘେରରେ ରହିଛି। ଗୋଟିଏ ପଟେ ରାଜ୍ୟ ଏବଂ ଦେଶର ଅପରପକ୍ଷେ ଏକ ଶିଳ୍ପ ଗୋଷ୍ଠୀର ସ୍ୱାର୍ଥ ମଧ୍ୟରେ ରହିଥିବା ଗୁରୁତ୍ୱପୂର୍ଣ୍ଣ ପାର୍ଥକ୍ୟକୁ ଆଖି ଆଗରେ ରଖି ଦଳୀୟ ନେତୃତ୍ୱ ପଣ୍ଡାଙ୍କୁ ଷ୍ଟଣ୍ଡିଂ କମିଟିର ଅଧ୍ୟକ୍ଷ ଭାବରେ ମନୋନୀତ କରିବା ପାଇଁ ଅଗ୍ରାହ୍ୟ କରିଛନ୍ତି। ଏହି ଘଟଣା ପରେ ଶ୍ରୀ ପଣ୍ଡା ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ବିଜୁ ଜନତା ଦଳକୁ ଦୁର୍ବଳ କରିବା ଭଳି କାର୍ଯ୍ୟକଳାପରେ ସବୁବେଳେ ଲିପ୍ତ ରହିଛନ୍ତି ବୋଲି ବିଜେଡି ପକ୍ଷରୁ ଅଭିଯୋଗ ଅଣାଯାଇଛି। 

ହେଲେ ଦଳ ତାଙ୍କୁ ବହିଷ୍କାର କରୁବୋଲି କୁଆଡେ ବୈଜୟନ୍ତ ଚାହୁଁଥିବା ତାଙ୍କ ନିକଟତମ ମହଲରୁ ଶୁଣିବାକୁ ମିଳୁଥିଲା ! କାରଣ ସେ ଜାଣିଥିଲେ ଯେ ପରିସ୍ଥିତି ଯାହା ହେଲାଣି ପ୍ୟାରୀ ବାବୁଙ୍କ ମଇ ୨୯ ଘଟଣା ଠାରୁ ବଳାଇ ଗଲାଣି | ଖୁବ ଶୀଘ୍ର କିଛି କାର୍ଯ୍ୟାନୁଷ୍ଠାନ ହୋଇପାରେ |   ହେଲେ ଦଳରୁ ନିଲମ୍ବନ କରାଯିବା ଘଟଣାରେ ବୈଜୟନ୍ତ କହିଛନ୍ତି ଯେ ସେ ଏଭଳି ଖବର ଶୁଣି ମୁଁ ଚକିତ ଓ ଦୁଃଖିତ  । ମୋ ବିରୁଦ୍ଧରେ ଜଣେ ଆଇଏଏସ ଅଫିସରଙ୍କ ଷଡ଼ଯନ୍ତ୍ରକୁ ନବୀନ ବାବୁ ଜାଣିନପାରିବା ଦୁର୍ଭାଗ୍ୟଜନକ। ମୋ ବିରୁଦ୍ଧରେ ଲଗାଯାଇଥିବା ସବୁ ଅଭିଯୋଗ ଅମୂଳକ ଓ ଭିତ୍ତିହୀନ । ଆଗକୁ ନିଜର ଜବାବ ରଖିବା ପୂର୍ବରୁ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ବୋଲି ସେ କହିଛନ୍ତି ।”

0
0
0
s2sdefault