ହେଡଲାଇନସ୍:

ନ୍ୟାୟ ନପାଇ କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା ପ୍ରତିବାଦ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 



 କଂଗ୍ରେସର ଆସନ୍ତା କାଲି ୧୨ଘଣ୍ଟିଆ ବନ୍ଦ ଡାକରା, ବିଜେପି ର ହରତାଳ ଡାକରା
ବିଜେଡି କହିଲା କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା ପ୍ରସଙ୍ଗରେ ରାଜନୀତି ନହେଉ

ଭୁବନେଶ୍ୱର/ଚକ୍ରଧର ମାଝି/ ଦୀନବନ୍ଧୁ ନାୟକ  - କୁନ୍ଦୁଲି ଗଣଦୁଷ୍କର୍ମ ପୀଡ଼ିତାଙ୍କ ଦୁଃଖଦାୟକ ମୃତୁ୍ୟ ପାଇ ରାଜ୍ୟ ସରକାରଙ୍କୁ ସମ୍ପୂର୍ଣ୍ଣ ଦାୟୀକରି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ  ତା ୨୪.୧.୨୦୧୮ ରିଖ ବୁଧବାର ଦିନ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବାର ଘଣ୍ଟିଆ ଶାନ୍ତିପୂର୍ଣ୍ଣ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ବନ୍ଦକୁ ସଂପୂର୍ଣ୍ଣ ସଫଳ କରିବାପାଇଁ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ ଜନସାଧାରଣଙ୍କୁ ନିବେଦନ କରିଛନ୍ତି । ବିଜେଡ଼ି ସରକାର ଗାଁକୁ କାମ ମା’କୁ ସମ୍ମାନର ନାରା ଦେଉଥିବାବେଳେ ରାଜ୍ୟରେ କ୍ରମାଗତ ଭାବେ ନାରୀ ନିର୍ଯ୍ୟାତନା, ହତ୍ୟା ଓ ଦୁଷ୍କର୍ମ ବଢ଼ି ବଢ଼ି ଚାଲିଛି । ରାଜ୍ୟର ଗୃହ ବିଭାଗକୁ ମୁଖ୍ୟମନ୍ତ୍ରୀ ନିଜ ଅଧିନରେ ରଖିଥିଲେ ମଧ୍ୟ ନାରୀ ନିର୍ଯ୍ୟାତନାର ସଠିକ ଅନୁସନ୍ଧାନ ଓ ନିର୍ଯ୍ୟାତିକାକୁ ନ୍ୟାୟ ପ୍ରଦାନରେ ନବୀନ ପଟ୍ଟନାୟକ ବିଫଳ ହୋଇଛନ୍ତି । କୁନ୍ଦୁଲି ପୀଡ଼ିତା ନ୍ୟାୟ ପାଇବାରୁ ବଞ୍ଚôତ ହେବାପରେ ବେସାହରା ହୋଇ ଆତ୍ମହତ୍ୟା କରିଛନ୍ତି । ସେହିପରି ପିପିଲିର ବବିନା ବେହେରା ଓ ଟିକିରିର ଇତିଶ୍ରୀ ପ୍ରଧାନ ଓ ଆହୁରି ଅନେକ ମହିଳା ଦୁଷ୍କର୍ମର ଶୀକାର ହୋଇଥିଲେ ମଧ୍ୟ ରାଜ୍ୟ ସରକାର ସେମାନଙ୍କୁ ନ୍ୟାୟ ଦେଇ ନାହାନ୍ତି । ଯାଜପୁର ଜିଲା ବିଜେଡ଼ି କାର୍ଯ୍ୟାଳୟରେ ବିଜେଡ଼ି ନେତାଙ୍କ ଦ୍ୱାରା ମହିଳା ମଧ୍ୟ ଦୁଷ୍କର୍ମର ଶୀକାର ହୋଇଛନ୍ତି । ଏଥିରୁ ସ୍ପଷ୍ଟ ବୁଝାପଡେ଼ ବିଜେଡ଼ି ସରକାର ନାରୀ ନିର୍ଯ୍ୟତନାକୁ ପ୍ରୋତ୍ସାହନ ଦେଉଛନ୍ତି ।
    ଓଡ଼ିଶାରେ ମହିଳାମାନଙ୍କ ସୁରକ୍ଷା ପାଇଁ କଂଗ୍ରେସ ଦଳ ଶାନ୍ତିପୂର୍ଣ୍ଣ ବନ୍ଦ ଡାକରା ଦେଇଛି । ଏହି ସ୍ପର୍ଶକାତର ଘଟଣା ଗୁଡ଼ିକରେ ରାଜ୍ୟ ସରକାରଙ୍କ ବେଖାତିର ମନୋଭାବ ଯୋଗୁଁ ରାଜ୍ୟର ପ୍ରତ୍ୟେକ ଜନସାଧାରଣ ମର୍ମାହତ । ଏଣୁ ଆସନ୍ତା କାଲିର ଶାନ୍ତିପୂର୍ଣ୍ଣ ବନ୍ଦ ଡାକରାକୁ ଓଡ଼ିଶାବାସୀ ସହଯୋଗ କରିବାପାଇଁ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ ଅନୁରୋଧ କରିଛନ୍ତି ।  ଏହି ସ୍ପର୍ଶକାତର ଘଟଣା ଗୁଡ଼ିକରେ ରାଜ୍ୟ ସରକାରଙ୍କ ବେଖାତିର ମନୋଭାବ ଯୋଗୁଁ ରାଜ୍ୟର ପ୍ରତ୍ୟେକ ଜନସାଧାରଣ ମର୍ମାହତ । ଏଣୁ ଆସନ୍ତା କାଲିର ଶାନ୍ତିପୂର୍ଣ୍ଣ ବନ୍ଦ ଡାକରାକୁ ଓଡ଼ିଶାବାସୀ ସହଯୋଗ କରିବାପାଇଁ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ ଅନୁରୋଧ କରିଛନ୍ତି ।

ବିଜେପିର ୧୨ ଘଣ୍ଟିଆ ହର୍ତାଲ


ସେହିପରି ରାଜ୍ୟ ବିଜେପି ସାଧାରଣ ସଂପାଦକ ଶ୍ରୀ ପୃଥୀରାଜ ହରିଚନ୍ଦନ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ କୁନ୍ଦୁଲି ନାବାଲିକା ଗଣଦୁର୍ଷ୍କମର ଶିକାର ହେବାର ୧୦୦ ଦିନ ପରେ ନ୍ୟାୟ ନପାଇ ନିଜ ଜୀବନକୁ ବଳିଦାନ ଦେବା ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକା ଗତ କାଲିର ଏହି ଘଟଣା ଓଡିଶା ପ୍ରଦେଶ ଇତିହାସରେ ଏକ କଳଙ୍କିତ ଦିନ ଭାବେ ଆଗାମୀ ପିଢୀଙ୍କ ଆଗରେ ଚିତ୍ରିତ ହେବା ବିଜେପି ମହିଳା ମୋର୍ଚ୍ଚାଠୁ ଆରମ୍ଭ କରି ବିଜେପିର ସମସ୍ତ ମୋର୍ଚ୍ଚାର କାର୍ଯ୍ୟକର୍ତାମାନେ ଏକାଠୀ ହୋଇ ପୀଡିତାକୁ ନ୍ୟାୟ ଦେବା ପାଇଁ ଲଢେଇ ଜାରି ରଖିଛନ୍ତି । କୁନ୍ଦୁଲି ପୀଡିତାକୁ ନ୍ୟାୟ ଦାବୀରେ ବିଜେପି ଆସନ୍ତାକାଲି ସାରାରାଜ୍ୟରେ ୧୨ ଘଂଟିଆ ହରତାଲ କରିବା ଏହି ହରତାଲରେ ଅତ୍ୟାବଶକୀୟ ଜିନିଷକୁ ଛାଡି ଦୋକାନ ବଜାର, ଅଖଚକ ସବୁ ବନ୍ଦ ରହିବା ପୀଡିତାଙ୍କୁ ନ୍ୟାୟ ଦେବା ପାଇଁ ଏହି ହରତାଲରେ ରାଜ୍ୟବାସୀଙ୍କ ସହେଯାଗ ଲୋଡାଯାଇଛିା ଆସନ୍ତାକାଲି ଯେଉଁମାନଙ୍କର ପରୀକ୍ଷା ରହିଛି ସେହି ପରୀକ୍ଷାର୍ଥୀମାନେ ନିଜର ପରିଚୟ ପତ୍ର ଓ ଆଡମିଟକାର୍ଡ ଦେଖାଇଲେ ସେମାନଙ୍କୁ ଛାଡ କରାଯିବ ବୋଲି କାର୍ଯ୍ୟକର୍ତାମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତିା
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଂପାଦକ କାଳନ୍ଦୀ ସାମଲ, ରାଜ୍ୟ ପ୍ରବଚ୍ଛା ଦିଲୀପ ମହାନ୍ତି ଏବଂ ଗୋଲକ ପ୍ରସାଦ ମହାପାତ୍ର, ରାଜ୍ୟ କାଯର୍ୟକାରିଣୀ ସଦସ୍ୟ ଅମୀୟ ଦାଶ, ଜଗନ୍ନାଥ ପ୍ରଧାନ, ଭୁବନେଶ୍ୱର ଜିଲ୍ଲା ସଭାପତି ହରେକୃଷ୍ନ ଖୁଂଟିଆ, ଯୁବମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ ବିଶ୍ୱରଂଜନ ବଡଜେନା, ଭୁବନେଶ୍ୱର ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଅଭିଷେକ ଆଚାଯର୍ୟ ପ୍ରମୁଖ ଉପସ୍ଥିତ ଥିଲୋ



କୁଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟାକୁ ନେଇ ରାଜନୀତି କରାଯିବା ଉଚିତ୍‍ ନୁହେଁ : ପ୍ରତାପ


 ବିଜେପି ଓ କଂଗ୍ରେସ ଏକ ଦୁଃଖଦ ଘଟଣାକୁ ନେଇ ନିଜର ରାଜନୈତିକ ଫାଇଦା ଉଠାଇବା ପାଇଁ ପରସ୍ପର ମଧ୍ୟରେ ପ୍ରତିଯୋଗିତାମୂଳକ ମନୋଭାବ ନେଇ ଯେଭଳି ଭାବରେ ଅପଚେଷ୍ଟା କରୁଛନ୍ତି, ତାହା ସଂପୂର୍ଣ୍ଣ ରୂପେ ଅମାନବୀୟ କାର୍ଯ୍ୟ । କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟାରେ ସମସ୍ତେ ଦୁଃଖିତ । ସେହି ପ୍ରସଂଗକୁ ରାଜ୍ୟ ସରକାର ସମସ୍ତ ସମ୍ବେଦନଶୀଳତାର ସହିତ ବିଚାର କରୁଥିବା ବେଳେ ବିରୋଧୀ ଦଳ ଏପରି ନିଜର ନିମ୍ନଗାମୀ ରାଜନୈତିକ ଚିତ୍ରକୁ ଉପରକୁ ଉଠାଇବା ପାଇଁ ଏକ ସୁଯୋଗ ପାଇଲା ଭଳି ଆଚରଣ କରୁଛନ୍ତି ଯାହା ଏକ ନିଷ୍ଠୁର  କାରବାର । ତା’ନହେଲେ ସେମାନେ ପୋଲିସ ଉପରକୁ ଟେକାପଥର ଫିଙ୍ଗି ରକ୍ତାକ୍ତ କରାଇନଥାନ୍ତେ । ରାଜ୍ୟ ସରକାର ଯେତେବେଳେ ଏହି ସମ୍ବେଦନଶୀଳ ଘଟଣା ନେଇ ସବୁ ପ୍ରକାର ପଦକ୍ଷେପ ନେଉଛନ୍ତି, ସେତେବେଳେ ଏହାର ରାଜନୀତିକରଣ କରିବା ନିନ୍ଦନୀୟ ଘଟଣା ବୋଲି ଆଜି ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ସାଂସଦ ପ୍ରତାପ କେଶରୀ ଦେବ କହିଛନ୍ତି ।
ଶ୍ରୀ ଦେବ କହିଛନ୍ତି ଯେ ୫ ଦିନରେ ୬ ଜଣ ଦୁଷ୍କର୍ମର ଶିକାର ହୋଇଥିବା ହରିଆନାର ଘଟଣାକୁ ନେଇ ରାଜ୍ୟ ବିଜେପି ଚୁପ୍‍ କାହିଁକି? କେନ୍ଦ୍ରମନ୍ତ୍ରୀ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରୁଥିବା ବେଳେ ହରିଆନାର ମୁଖ୍ୟମନ୍ତ୍ରୀଙ୍କ ବିଷୟରେ ଚୁପ୍‍ କାହିଁକି? ଏଥିରୁ ଜଣାପଡୁଛି, କୌଣସି ପୀଡ଼ିତାଙ୍କ ପ୍ରତି ସମ୍ବେଦନଶୀଳ କିମ୍ବା ଦରଦ ଏମାନଙ୍କର ନାହିଁ, କେବଳ ଏଥିରୁ ରାଜନୈତିକ ଫାଇଦା ଉଠାଇବା ପାଇଁ ଏବେ ବିଜେପି ଓ କଂଗ୍ରେସ ମଧ୍ୟରେ ଏକ ପ୍ରକାର ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । ଏହା ଅତ୍ୟନ୍ତ ନିନ୍ଦନୀୟ ଓ ଏହାକୁ ବିଜୁ ଜନତା ଦଳ କଡ଼ା ଭାଷାରେ ନିନ୍ଦା କରୁଛି । ଏଭଳି ଏକ ସମ୍ବେଦନଶୀଳ ଘଟଣାରୁ ରାଜନୈତିକ ଫାଇଦା ଉଠାଇବା ଲକ୍ଷ୍ୟରେ ଉଭୟ ଦଳ ପରିବେଶକୁ ଦୂଷିତ କରିବାରୁ କ୍ଷାନ୍ତ ରୁହନ୍ତୁ । ଦୁଷ୍କର୍ମ ଘଟଣା ଘଟିବା ପରେ ପରେ ଏସ୍‍ପିଙ୍କ ନେତୃତ୍ୱରେ ଏକ ଦଳ ତଦନ୍ତ କରୁଥିଲେ । କିନ୍ତୁ ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ହୃଦୟଙ୍ଗମ କଲେ ଯେ ପୋଲିସ କିଭଳି ଆଉ ଗୋଟେ ପୋଲିସର ତଦନ୍ତ କରିପାରିବ । ତେଣୁ ଏହାକୁ ନ୍ୟାୟିକ ତଦନ୍ତ କରିବାକୁ ନିଦେ୍ର୍ଧଶ ଦେଲେ । କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ ନ୍ୟାୟିକ ତଦନ୍ତ ଚାଲିଥିବା ଭିତରେ ପୀଡ଼ିତାର ଆତ୍ମହତ୍ୟା ଘଟଣା ଘଟିଲା । ଯେଉଁ ରାଜନୈତିକ ଦଳ କିଛି ଗଣମାଧ୍ୟମମାନଙ୍କୁ ନେଇ କଟକ ବଡ଼ ଡାକ୍ତରଖାନାରେ ପୀଡ଼ିତ ଚିକିତ୍ସା ଚାଲିଥିବା ବେଳେ ମିଥ୍ୟା ଅପପ୍ରଚାର କରି କହିଲେ ଯେ ପୀଡ଼ିତାଙ୍କୁ ଘରକୁ ଯିବାକୁ ଦିଆଯାଉନାହିଁ, କିମ୍ବା ଜବରଦସ୍ତ ରଖାଯାଇଛି, ସେହି ରାଜନୈତିକ ଦଳ ଆଜି ଏଭଳି ଘଟଣାରେ ୧୨ ଘଣ୍ଟିଆ ଓଡ଼ିଶା ହରତାଳର ଡାକରା ଦେଇଛି । ବିଜେପି କିଛି ସମୟ ପୂର୍ବରୁ ୪ ଜିଲ୍ଲାରେ ବନ୍ଦ ଡାକରା ଦେଇଥିବା ବେଳେ କଂଗ୍ରେସ ଯେତେବେଳେ ଓଡ଼ିଶା ବନ୍ଦ ଡାକରା ଦେଲା, ସଂଗେ ସଂଗେ ବିଜେପି ତା’ର ମତ ପରିବର୍ତ୍ତନ କରି ଓଡ଼ିଶା ହରତାଳ କରିବାକୁ ଘୋଷଣା କରିଛି । ଏଥିରୁ ଜଣାପଡୁଛି, ପୀଡ଼ିତାଙ୍କ ପ୍ରତି କାହାର କୌଣସି ଦରଦ ନାହିଁ, ଏଭଳି ଘଟଣାରୁ କିଭଳି ରାଜନୈତିକ ଫାଇଦା ଉଠାଇହେବ ସେଥିପ୍ରତି ଉଭୟ ଦଳ ବ୍ୟସ୍ତ ବୋଲି ଶ୍ରୀ ଦେବ ଅଭିଯୋଗ କରିଛନ୍ତି ।

0
0
0
s2sdefault