ହେଡଲାଇନସ୍:

ଅସନ୍ତୁଷ୍ଟ ଟାଣୁଆ ବିଜେପି ନେତା ରାଜୁ ଘିବେଲା ସ୍ୱାଧିନ ଭାବେ ଦାଖଲ କଲେ ନାମାଙ୍କନ ପତ୍ର

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ପଦ୍ମପୁର- ବରଗଡ ଜିଲ୍ଲା ପଦ୍ମପୁର ନିର୍ବାଚନ ମଣ୍ଡଳୀ ପାଇଁ ପ୍ରଥମ ପ୍ରାର୍ଥୀ ଭାବେ ଆଜି ସ୍ୱାଧିନ ପ୍ରାର୍ଥୀ ରାଜୁ ଘିବେଲା ନିଜ ସମର୍ଥକଙ୍କ  ସହ ନାମାଙ୍କନ ପତ୍ର ଦାଖଲ କରିଛନ୍ତି  । ବିଜେପି ଦଳର ବିଭିନ୍ନ ପଦବୀରେ ରହି ସାରିଥିବା ଶ୍ରୀ ଘିବେଲା ବିଦ୍ରୋହୀ ପ୍ରାର୍ଥୀ ଭାବରେ ପ୍ରଥମ ଥର ପାଇଁ ବିଧାୟକ ପଦ ପାଇଁ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଛନ୍ତି। ଆଜି ପ୍ରଥମେ ସ୍ଥାନୀୟ ଅଶୋକ ପଡିଆଠାରେ ଆୟୋଜିତ ଏକ ସାଧାରଣ ସଭାରେ ବିଭିନ୍ନ ବ୍ଲକରୁ ଆସିଥିବା ବକ୍ତାମାନେ ରାଜୁ ଘିବେଲାଙ୍କ ପ୍ରାର୍ଥୀତ୍ୱକୁ ପୁର୍ଣ୍ଣ ସମର୍ଥନ ଘୋଷଣା କରିଥିଲେ । ପରେ ଶ୍ରୀ ଘିବେଲା ନିଜ ପ୍ରାୟ ପାଂଚ ହଜାର ସମର୍ଥକଙ୍କ ଗହଣରେ ଏକ ବିଶାଲ ରାଲି  ବାହାରି ପଦ୍ମପୁର ସହର ପରିକ୍ରମା କରିଥିଲେ ଏବଂ ଦିନ ପ୍ରାୟ ୨ଟା ସମୟରେ ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ପଦ୍ମପୁର ଉପଜିଲ୍ଲାପାଳ ତନ୍ମୟ କୁମାର ଦରୱାନଙ୍କ ନିକଟରେ ଦୁଇ ସେଟ ନାମାଙ୍କନ ପତ୍ର ଦାଖଲ କରିଥିଲେ  । ବିଜେଡି ତରଫରୁ ବରିଷ୍ଠ  ନେତା ବିଜୟ ରଂଜନ ସିଂ ବରିହା ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ସହ ଆସନ୍ତା ୨୫ ତାରିଖ ଦିନ ନାମାଙ୍କନ ଭରିବା ପାଇଁ ସୁଚନା ମିଳିଥିବା ବେଳେ କଂଗ୍ରେସ ପ୍ରାର୍ଥୀ ସତ୍ୟଭୁଷଣ ସାହୁ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ଅର୍ଥାତ ୨୬ ତାରିଖ ନାମାଙ୍କନ ଦାଖଲ କରିବେ  । କିନ୍ତୁ  ବିଜେପି ଦଳ ତରଫରୁ ପ୍ରାର୍ଥୀ ତାଲିକା  ଘୋଷଣା ହୋଇ ନ ଥିଲେ ମଧ୍ୟ ବର୍ତମାନର ବିଧାୟକ ପ୍ରଦୀପ ପୁରୋହିତ ମଧ୍ୟ ଆସନ୍ତା ୨୬ ତାରିଖ ଦିନ ନାମାଙ୍କନ ଦାଖଲ କରିବା ପାଇଁ ପ୍ରସ୍ତୁତି ଚଲାଇଥିବା ଜଣାପଡିଛି  ।

 

0
0
0
s2sdefault