ହେଡଲାଇନସ୍:

ଓଡ଼ିଶାର ଶ୍ରେଷ୍ଠ ବିଧାୟକ ପ୍ରଫୁଲ୍ଲ ମାଝୀଙ୍କ ଆସନ କି ଟଳମଳ !!!!!

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

 ସୁନ୍ଦରଗଡରୁ ହୋରାଚାନ୍ଦ ଦେଉରିଆ :  ବିଜେଡି ଦଳ ପକ୍ଷରୁ ଦୂତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରାଥୀ ତାଲିକା ଘୋଷଣା କରାଯାଇଛି | ହେଲେ କଂଗ୍ରେସ ପକ୍ଷରୁ ଜାରି କରାଯାଇଥିବା ପ୍ରଥମ ପର୍ୟାୟ ପ୍ରାଥୀ ତାଲିକାରେ ସୁନ୍ଦରଗଡ଼ ଜିଲ୍ଲାର ମାତ୍ର ୨ଟି ଆସନ ଘୋଷଣା କରାଯାଇଛି |   ସେଗୁଡିକ ହେଲା  ବିରମିତ୍ର ପୁର ଓ ରାଜଗାଙ୍ଗପୁର |  ହେଲେ ଆଉ ୫ଟି ଆସନ କଂଗ୍ରେସ ରୁ ପ୍ରାଥୀ କିଏ ହେବ ବୋଲି ଚର୍ଚ୍ଚା ଜୋର ଧରିଛି | ଏପରିକି ବିଧାୟକ ଥିବା ତଲସରା ଆସନରେ ଡ଼ ପ୍ରଫୁଲ୍ଲ ମାଝୀ ଦାବିଦାର ଥିବା ବେଳେ ସେ ଆସନଟିକୁ ବି ଝୁଲେଇ ରଖାଯାଇଥିବା ଯୋଗୁ ତାଙ୍କର ଟିକଟ ଅନିଶ୍ଚିତତା ନାହିଁ ତ, ଏହାକୁ ନେଇ  ସୁନ୍ଦରଗଡରେ ଚାଲିଛି ଜୋରଦାର ଟୁପୁରୁ ଟାପରା ଚାଲିଛି | 

  ଗତ୨୦୦୪ ମସିହାରେ ସାଧାରଣ ନିର୍ବାଚନ ପରେ ତଲସରା ବିଧାୟକ ଗଜାଧର ମାଝୀ ଙ୍କ ସ୍ବର୍ଗବାସ ହେବାପରେ ତାଙ୍କ ପୁତୁରା ଜ୍ୱାଇଁ ଉପନିର୍ବାଚନରେ ପ୍ରାର୍ଥୀ  ହୋଇ ବିଜୟୀ ହେବାପରେ ଲଗାତାର ଭାବେ୨୦୦୯ଓ୨୦୧୪ନିର୍ବାଚନରେ ବିଜୟୀ ହୋଇ ହେଟ୍ରିକ କରିବା ଓ ଚଳିତ ବର୍ଷ ରାଜ୍ୟ ସରକାରଙ୍କ ଠାରୁ ଶ୍ରେଷ୍ଠ ବିଧାୟକ ଭାବେ ପୁରସ୍କୃତ ହୋଇଥିଲେ | ଟିକେଟ ପାଇବା ଥୟ, କିନ୍ତୁ କଂଗ୍ରେସ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ତାଙ୍କ ନାମ ନ ଥିବାରୁ ତାଙ୍କ ଆସନ ଟଲମଲ ହେଉଥିବା ଚର୍ଚ୍ଚା ହେଉଛି |  ଜିଲ୍ଲା କଂଗ୍ରେସର ଆଶାୟୀ ପ୍ରାଥୀଙ୍କ ଦରଖାସ୍ତ ଦାଖଲ ସମୟରେ ପ୍ରଫୁଲ୍ଲ ମାଝୀ ସୁନ୍ଦରଗଡ଼ ଲୋକସଭା ଆସନ ଓ ତାଙ୍କର ପତ୍ନୀ ବାଲିଶଙ୍କରା ବ୍ଲକ ର ଅଧ୍ୟକ୍ଷା ତ୍ରିବେଣୀ ମାଝୀଙ୍କୁ ତଲସରା ବିଧାନସଭା ଆସନରୁ ପ୍ରାର୍ଥୀ କରିବା ପାଇଁ ଦରଖାସ୍ତ ଦାଖଲ କରିଥିଲେ |  ସୁନ୍ଦରଗଡ଼ ଲୋକସଭା ଆସନରୁ ଜର୍ଜ ତିର୍କୀଙ୍କୁ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରିବା ପରେ ପ୍ରଫୁଲ୍ଲ ମାଝୀ ତଲସରା ବିଧାନସଭା ମଣ୍ଡଳୀରୁ ଟିକେଟ ପାଇବେ ବୋଲି ଆଶାକରା ଯାଉଥିଲା | କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣାରେ ତଲସରା ବିଧାନସଭା ପ୍ରାଥୀ କିଏ ହବ ନାମ ନ ଥିବାରୁ ତାଙ୍କ ଆସନ ଟଲମଲ୍ଲ ହେଉଥିବା ଚର୍ଚ୍ଚା ହେଉଛି | ବିଜେଡ଼ିରୁ ଟିକେଟ ପାଇନଥିବା ବିନୟ ଟପ୍ପୋ ଙ୍କୁ କଂଗ୍ରେସରୁ ପ୍ରାର୍ଥୀ  କରାଇବା ପାଇଁ ହେଉଥିବା ଶୁଣିବାକୁ ମିଳିଛି|  ବିନୟ ଟପ୍ପୋ୧୯୯୦ମସିହାରେ ସ୍ବର୍ଗତ ଗଜାଧର ମାଝୀ ଙ୍କ ବିରୋଧରେ ସ୍ୱାଧୀନ ପ୍ରାର୍ଥୀ ହୋଇ  ୧୦୦୦୦ ଭୋଟ୍ ନେଇ ଗଜାଧର ମାଝୀଙ୍କୁ ପରାଜିତ କରିବାରେ ମୁଖ୍ୟ ଭୂମିକା ନେଇଥିଲେ | ୨୦୦୯ମସିହାରେ ଝାରଖଣ୍ଡ ମୁକ୍ତିମୋର୍ଚାରୁ ତଲସରା ଆସନ ରୁ ପ୍ରାଥୀ ହୋଇ୪୯୯୪ଖଣ୍ଡ ଭୋଟ ପାଇଥିଲେ | ୨୦୧୪ନିର୍ବାଚନ ରେ ବିଜେଡ଼ି ଦଳରେ ପ୍ରାଥୀ ହୋଇ ମାତ୍ର୧୧୦୦ ଶହ  ଭୋଟରେ କଂଗ୍ରେସ ପ୍ରାର୍ଥୀଙ୍କଠୁ ପରାଜିତ ହୋଇଥିଲେ | ଚଳିତ ନିର୍ବାଚନ ରେ ବିଜେଡିରୁ ଟିକେଟ ପାଇବେ ନାହିଁ ବୋଲି ସେ ଜାଣି କଂଗ୍ରେସ ସହ ବହୁଦିନ ଧରି ଆଲୋଚନା କରୁଥିବାରୁ  ଶ୍ରେଷ୍ଠ ବିଧାୟକ ପ୍ରଫୁଲ୍ଲ ମାଝୀ ଙ୍କ ଟିକେଟ କଟିପାରେ ବୋଲି ଚର୍ଚ୍ଚା ଜୋର ଧରିଛି |

 

 

0
0
0
s2sdefault