ହେଡଲାଇନସ୍:

ସାମାଜିକ ଗଣମାଧ୍ୟମରେ ପ୍ରକାଶିତ ପ୍ରାର୍ଥୀ ତାଲିକାକୁ ନେଇ ବିଜେଡ଼ିରେ ଖୁସୀ ଓ ଗମ୍

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ହେଲେ ତାଲିକା ଜାଲି ବୋଲି ପ୍ରମାଣ କରୁଛି ସ୍ଵାକ୍ଷରକାରୀଙ୍କ ଡେଜିଗନେସନ

ବାରିପଦା(ଦିଲ୍ଲୀପ ମହାନ୍ତି )- ବେଶ କିଛି ଦିନ ହେବ ସାମାଜିକ ଗଣମାଧ୍ୟମରେ ମୟୂରଭଞ୍ଜ ଜିଲ୍ଲାର ୯ଟି ବିଧାନସଭା ଆସନ ନିମନ୍ତେ ବିଜେଡ଼ି ବିଧାୟକ ପ୍ରାର୍ଥୀ ତାଲିକା ଘୁରିବୁଲୁଥିବାର ଦେଖିବାକୁ ମିଳିଛି । ଉକ୍ତ ତାଲିକାରେ ଦର୍ଶାଯାଇଥିବା କେତେକ ପ୍ରାର୍ଥୀମାନଙ୍କ ସମର୍ଥକମାନେ ବାଣ ଫୁଟାଇ ପରସ୍ପର ମଧ୍ୟରେ ମିଷ୍ଟାନ୍ନ  ବଣ୍ଟନ ପୂର୍ବକ ଖୁସୀ ମନାଇଥିବା ବେଳେ ନାମ ନଥିବା ନେତାଙ୍କ ସମର୍ଥକମାନଙ୍କ ମଧ୍ୟରେ ନୈରାଶ୍ୟ ଭାବ ପରିଲକ୍ଷିତ ହୋଇଥିଲା । ସାମାଜିକ ଗଣମାଧ୍ୟମରେ  ବିଜୁ ଜନତାଦଳ ପେଡ଼ ସହ ବିଜୁ ଯୁବ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ତଥା ମୁଖ୍ୟପାତ୍ର   ବିଜୟ ନାୟକଙ୍କ ସ୍ୱାକ୍ଷର ଥାଇ ୨୦୧୯ ସାଧାରଣ ନିର୍ବାଚନରେ ମୟୂରଭଞ୍ଜ ଜିଲ୍ଲାର ବିଧାନସଭା ଆସନଗୁଡ଼ିକର ପ୍ରାର୍ଥୀଙ୍କ ତାଲିକାରେ ବଡ଼ସାହି ନିର୍ବାଚନ ମଣ୍ଡଳୀରୁ ମାହେଶ୍ୱରୀ ସେଠୀ, ସାରସକଣାରୁ ସାନନ୍ଦ ମାରାଣ୍ଡି, ବାଙ୍ଗିରିପୋଷିରୁ ସୁଦାମ ମାରାଣ୍ଡି, ବାରିପଦାରୁ ସରୋଜିନୀ ହେମ୍ବ୍ରମ, ଉଦଳାରୁ ଶ୍ରୀନାଥ ସୋରେନ, ଯଶୀପୁରରୁ ମଙ୍ଗଲ ସିଂ ମୋଦି, କରଞ୍ଜିଆରୁ ବିଜୟ ନାୟକ, ମୋରଡ଼ାରୁ ଦେବାଶିଷ ମହାନ୍ତି ଓ ରାଇରଙ୍ଗପୁରରୁ ସାଇବା ସୁଶୀଲ ହାଂସଦାଃଙ୍କ ନାମ ଉଲ୍ଲେଖ କରାଯାଇଛି ।  ଏଥି ସହିତ ୨୦୦୯ ନିର୍ବାଚନରେ ଲୋକପ୍ରିୟତା ହରାଇଥିବା କାରଣରୁ ୨୦୧୪ରେ ବାଦ ପଡ଼ିଥିବା ବିଧାୟକଙ୍କୁ ସାମିଲ କରାଯାଇଥିବାର ଦେଖିବାକୁ ମିଳିଛି । ଏହି ପୋଷ୍ଟକୁ କେନ୍ଦ୍ର କରି ମୟୂରଭଞ୍ଜ ଜିଲ୍ଲାରେ ବିଜେଡ଼ି ମଧ୍ୟରେ ହଇଚଇ ସୃଷ୍ଟି କରାଇଦେଇଥିଲା । ଏବିଷୟରେ ବିଜୁ ଯୁବ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ତଥା ମୁଖ୍ୟପାତ୍ର   ଶ୍ରୀନାୟକଙ୍କ ପ୍ରତିକ୍ରିୟା ଜାଣିବା ନିମନ୍ତେ ଯୋଗାଯୋଗ କରିବାରୁ ଜିଲ୍ଲା ବିଜେଡ଼ିରେ ତଥା ଜନସାଧାରଣରେ ଦ୍ୱନ୍ଦ, ବିଭ୍ରାନ୍ତି ସୃଷ୍ଟି କରିବା ନିମନ୍ତେ ବିରୋଧୀ ଦଳର ସୁଚିନ୍ତିତ ଯୋଜନା । ବିଜୁ ଜନତା ଦଳ ଏକ ଶୃଙ୍ଖଳିତ ଦଳ ଏବଂ ଦଳର ପ୍ରାର୍ଥୀ ତାଲିକା କେବଳ ମୁଖ୍ୟମନ୍ତ୍ରୀ ନବୀନ ଘୋଷଣା କରିଥାନ୍ତି । ଅନ୍ୟ କେହି ନୁହେଁ ବୋଲି କହିବା ସହିତ ଉକ୍ତ ଗୁଜବକୁ ବିଶ୍ୱାସ ନକରିବା ନିମନ୍ତେ ପରାମର୍ଶ ଦେଇଛନ୍ତି । କିନ୍ତୁ, ସାମାଜିକ ଗଣମାଧ୍ୟମରେ ଏହି ପୋଷ୍ଟ ବିରୋଧୀ ଦଳର କାର୍ଯ୍ୟ ନୁହେଁ, ବିଜୁ ଜନତାଦଳରେ ରହିଥିବା ଗୋଷ୍ଠୀ  କନ୍ଦଳର ପରିଣାମ ବୋଲି ବିରୋଧୀ ପାଲଟା ଅଭିଯୋଗ ବାଢ଼ିଛି । 

ହେଲେ ଯେଉଁ ପ୍ୟାଡ଼ ରେ ଆଉ ଯାହା ଦସ୍ତଖତରେ ତାହା ବାହାରିଛି ସେଥିରେ ରହିଥିବା ତ୍ରୁଟି କାରଣରୁ ଏହା ଜାଲ ତାଲିକା ବୋଲି ଜଣାପଡିଛି | କାରଣ ଦଳୀୟ ସ୍ତରରେ ଏଭଳି ଭୁଲ ହେବନାହିଁ | ସ୍ଵାକ୍ଷରକାରୀ ହେଉଛନ୍ତି ବିଜୟ ନାୟକ | ସେ ପ୍ୟାଡ଼ ରେ ସାଧାରଣ ସମ୍ପାଦକ ଓ ମୁଖପାତ୍ର ଯୁବ ବିଜେଡି ବୋଲି ଲେଖାଯାଇଛି | ନା ସେ ଦଳର ସାଧାରଣ ସମ୍ପାଦକ ନା ସେ ଆଉ ଯୁବ ରେ ଅଛନ୍ତି | ସେ ଏବେ ହେଉଛନ୍ତି ବିଜୁ ଜନତା ଦଳର ରାଜ୍ୟ ସମ୍ପାଦକ | ତେଣୁ ଏହା ଜାକି ତାଲିକା ଏହା ନିଃସନ୍ଦେହ | 

 

0
0
0
s2sdefault