ହେଡଲାଇନସ୍:

ଦଳ ଛାଡିଲେ କୁସୁମ, ପଦ୍ମରୁ ଲଢ଼ିବେ

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

"ମଦ ବେପାରୀ-କୋଇଲା ବେପାରୀ ପାଇଁ ମୁଁ ପ୍ରଚାର କରିପାରିବିନି"

ସୁନ୍ଦରଗଡ଼ରୁ ହୋରାଚାନ୍ଦ ଦେଉରିଆ :  ଯୋଗେଶ ସିଂଙ୍କୁ ସୁନ୍ଦରଗଡ ଆସନ ପାଇଁ ବିଜେଡି ଟିକେଟ ମିଳିବା ପରେ ନିରାଶ ହୋଇଛନ୍ତି ଆଶାୟୀ ପ୍ରାର୍ଥୀ କୁସୁମ ଟେଟେ  | ନିରାଶ ହୋଇ ଛାଡିଛନ୍ତି ବିଜେଡି | ଆଉ ପୂର୍ବରୁ ସେ ବିଜେପି ସହିତ ଯୋଗ ଯୋଗରେ ଥିବାରୁ ସେ ବିଜେପି ଟିକଟରୁ ସୁନ୍ଦରଗଡ ବିଧାନସଭା ଆସନରୁ ଲଢ଼ିବେ |

ପ୍ରାର୍ଥୀ ଚୟନରେ ଅସନ୍ତୋଷ ପ୍ରକାଶ କରି ଇସ୍ତଫା ଦେଇଛନ୍ତି କୁସୁମ ବୋଲି ସୂଚନା ମିଳିଛି | ଗତକାଲି ବିଜେଡି ପ୍ରାଥୀ ତାଲିକାରେ ତାଙ୍କୁ ଟିକେଟ ନ ଦେଇ ସୁନ୍ଦରଗଡ଼ ବିଧାନସଭା ବିଜେଡି ପ୍ରାଥୀ ଭାବେ କଂଗ୍ରେସ ରୁ ଆସି ବିଜେଡି ରେ ଯୋଗ ଦେଇଥିବା ଯୋଗେଶ ସିଂକୁ ଟିକେଟ ଦେବାପରେ କୁସୁମ ଅସନ୍ତୋଷ ପ୍ରକାଶ କରିଛନ୍ତି | ତେବେ୨୦୧୪ ସାଧାରଣ ନିର୍ବାଚନରେ ବିଜେଡି ତରଫରୁ ସୁନ୍ଦରଗଡ଼ ବିଧାୟକ ପ୍ରାଥୀ ହୋଇଥିଲେ କୁସୁମ ଏବଂ ଯୋଗେଶ ଙ୍କ ଠାରୁ ପରାଜିତ ହୋଇଥିଲେ | ଏହା ପରେ କୁସୁମ ଗତ ୧୭ତାରିଖ ଦିନ ସୁନ୍ଦରଗଡ଼ ସ୍ୱତନ୍ତ୍ର ଉନ୍ନୟନ ପରିଷଦରୁ ଇସ୍ତଫା ଦେଇଥିଲେ ଏବଂ କହିଥିଲେ ସେ ଏଥର ବିଧାନସଭା ନିର୍ବାଚନ ମଇଦାନକୁ ଓଲ୍ହାଇବାକୁ ନିଷ୍ପତ୍ତି ନେଇଥିବା ହେତୁ ସୁନ୍ଦରଗଡ଼ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧକ୍ଷା ପଦରୁ ଇସ୍ତଫା ଦେଇଛନ୍ତି | ,ନିର୍ବାଚନ ପାଇଁ ମୋତେ ଦଲୀୟ ଟିକେଟ ମିଳିବ ବୋଲି  ଦମ୍ଭୋକ୍ତି  ବାଢିଥିଲେ କୁସୁମ ! କିନ୍ତୁ ଗତକାଲି ବିଜେଡି ସୁପ୍ରିମୋଙ୍କ ଦ୍ୱାରା ହୋଇଥିବା ପ୍ରାର୍ଥୀ  ଘୋଷଣାରେ କୁସୁମଙ୍କ ନା ନ ଥିବାରୁ ସେ ଅସନ୍ତୋଷ ପ୍ରକାଶ କରି ଇସ୍ତଫା ଦେଇଛନ୍ତ |ଆହୁରି ମଧ୍ୟ କୁସୁମ ତାଙ୍କ ଇସ୍ତଫା ପତ୍ରରେ ଲେଖିଛନ୍ତି କି ମୁଁ ବିସ୍ମିତ  କଂଗ୍ରେସ ଦଳରୁ ଆଣି ବିଜେଡ଼ି ପ୍ରାଥୀ ଘୋଷଣା କରାଯାଇଛି |  ଯେଉଁ ବ୍ୟକ୍ତି କି ମଦ ବ୍ୟବଶାୟୀ , କୋଇଲାବେପାରୀ ଓ ଅଞ୍ଚଳ ପ୍ରତି ଅବହେଳା କରି ଆସିଛି ଏବଂ ଯାହା ବିରୋଧରେ ସେ  ବାରମ୍ବାର ସ୍ବର ଉତ୍ତୋଳନ କରି  ଜନ ସାଧାରଣ ଙ୍କ ବିଶ୍ଵାସଭାଜନ ହୋଇ  ପାରି ଛନ୍ତି, ତାଙ୍କ ସପକ୍ଷରେ ମୁଁ ପ୍ରଚାର କରି ପାରିବି ନାହିଁ | ସେଇଥି ପାଇଁ ମୁଁ ବିଜେଡ଼ି ଦଳରସସମସ୍ତ ପଦଵୀ, ସାଧାରଣ ସଦସ୍ୟ  ପଦରୁ ଇସ୍ତଫା ପ୍ରଦାନ କରୁଛି ବୋଲି କୁସୁମ ତାଙ୍କ ଇସ୍ତଫା ପତ୍ରରେ ଲେଖିଛନ୍ତି  | ଆହୁରୀ ମଧ୍ୟ ସେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସାମ୍ନାରେ କହିଛନ୍ତି ମୁଁ ବିଜେଡି ଦଳ ପାଇଁ କେମିତି ଖରା, କେମିତି ବର୍ଷା, କେମିତି ଶୀତ ମୁଁ ଜାଣିନି ଅହରହ କାମ କରି ଆସିଥିଲି | ମୋ ନିଷ୍ଠାର ଫଳ ଦେବା ପରିବର୍ତ୍ତେ ମୋ ପ୍ରତି ଚରମ ଧୋକା କରିଛି ବିଜେଡି |  

0
0
0
s2sdefault