ହେଡଲାଇନସ୍:

ଧୁରନ୍ଧରଙ୍କ ଲେଉଟାଣି 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଫେରିଲେ ପ୍ରଫୁଲ୍ଲ ଘଡେଇ 

ଭୁବନେଶ୍ୱର :  ଓଡିଶା ରାଜନୀତିର ଧୁରନ୍ଧର ତୀରନ୍ଦାଜ, ପ୍ରବୀଣ ରାଜନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ଡ଼ ପ୍ରଫୁଲ୍ଲ ଘଡେ଼ଇଙ୍କ ଉପରେ ପୁନଃ ଆସ୍ଥା ପ୍ରକଟ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ |  ଡ଼ ଘଡେଇଙ୍କ ଉପରୁ ଉଠିଲା ବହିଷ୍କାର ଆଦେଶ । ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ବହିଷ୍କାର ପ୍ରତ୍ୟାହୃତ କରାଯାଇଥିବା ବିଜେଡି ଦଳ ତରଫରୁ ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି । ଯଦିଓ ଏକ ଅନୌପଚାରିକ ଗଣମାଧ୍ୟମ ସାକ୍ଷାତକାରରେ ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କରେ ବ୍ୟଙ୍ଗାତ୍ମକ ଟିପ୍ପଣୀ ପ୍ରଦାନ କରିଥିବା ଯୋଗୁ ତାଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା, ହେଲେ ସେ ଜଣେ ସ୍ଥିତପ୍ରଜ୍ଞ ରାଜନେତା ଭାବେ ନିଜକୁ ପ୍ରତିପାଦିତ କରିପାରିଥିଲେ | ଏହି ବହିଷ୍କାର ସମୟରେ ସମ୍ପୂର୍ଣ ଶୃଙ୍ଖଳିତ ଆଚରଣ ପ୍ରଦର୍ଶନ ପୂର୍ବକ ଭୀଷଣ ଧୈର୍ୟଶକ୍ତି ସେ ଦେଖାଇ ଦଳର ନେତୃତ୍ୱଙ୍କୁ ବିରୋଧରେ ପଦେ ବି ପ୍ରତିକୂଳ ମନ୍ତବ୍ୟ ଦେଇନଥିଲେ , ଅନ୍ୟ ଅଧର୍ଯ୍ୟ ନେତାଙ୍କ ଭଳି | ଆନୁଗତ୍ୟ ପରିବର୍ତ୍ତନ ପାଇଁ ଯଥେଷ୍ଟ ସୁଯୋଗ ଥିଲେ ବି ସେ ବିଜେଡି ବା ବିଜେଡି ସଭାପତିଙ୍କ ବିରୋଧରେ କିଛି କରିବାତ ଦୂରର କଥା, ପଦେ ବି କିଛି କହିନଥିଲେ ନିକଟରେ ବିଜେଡି ଛାଡିଥିବା ପ୍ରତିହିଂସା ପରାୟଣ ନେତାଙ୍କ ଭଳି |  

ତାଙ୍କ ଏଇ ସଂଯମତା ଆଉ ସ୍ଥିତପ୍ରଜ୍ଞତା ଆଉ ପରିବର୍ତ୍ତିତ ରାଜନୈତିକ ପାଣିପାଗ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀଙ୍କୁ ବାଧ୍ୟ କଲା ଡ଼ ଘଡେ଼ଇଙ୍କ ରାଜନୀତି ମୈଦାନର ସର୍ବାଭିଜ୍ଞ ତଥା ଧୂରୀଣ ଖେଳାଳି ପ୍ରଫୁଲ୍ଲ ଘଡେ଼ଇଙ୍କୁ ଫେରାଇ ଆଣିବା ପାଇଁ | 

 

0
0
0
s2sdefault