ହେଡଲାଇନସ୍:

ଚାନ୍ଦବାଲି ନିର୍ବାଚନମଣ୍ଡଳୀରେ ବିଧାୟକଙ୍କୁ ବିରୋଧ ; ସମାଜସେବୀ ମାନସ ପାଠୀଙ୍କ ସପକ୍ଷରେ ଭୋଟର !

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭଦ୍ରକ (ସତ୍ୟଭୂଷଣ ସ୍ୱାମୀ) : ରାଜ୍ୟ ରାଜନୀତିରେ ଭଦ୍ରକର ସ୍ଥାନ ଗୁରୁତ୍ୱପୂର୍ଣ୍ଣ ରହି ଆସିଛି । ଏହି ଜିଲ୍ଲାରୁ ବହୁ ନେତା ନିଜର ପ୍ରଭାବ ବିସ୍ତାର ଦ୍ୱାରା ରାଜ୍ୟ ମନ୍ତ୍ରୀମଣ୍ଡଳରେ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ମନ୍ତ୍ରୀ ରହି ଆସିଛନ୍ତି । ଏପରି ଅବସ୍ଥାରେ ଭଦ୍ରକର ୫ଟି ନିର୍ବାଚନମଣ୍ଡଳୀ ମଧ୍ୟରେ ଚାନ୍ଦବାଲି ଅନ୍ୟତମ । ଚଳିତ ନିର୍ବାଚନରେ ଏହି ନିର୍ବାଚନମଣ୍ଡଳୀଟି ଫୋକସରେ ରହିଛି । ଏଠାରେ ବିଧାୟକ ଥିବା ବ୍ୟୋମକେଶ ରାୟ ଗତ କିଛି ଦିନ ତଳେ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରି ୩୦ରୁ ଉର୍ଦ୍ଧ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ଯାହା ତାଙ୍କ ପାଇଁ ନିର୍ବାଚନରେ ବରଦାନ ହୋଇପାରେ ବୋଲି ବାବୁଥିଲେ କିନ୍ତୁ ସେହି ଦିନ ବିଧାୟକ ବ୍ୟୋମକେଶକୁ ଯେପରି ଭାବରେ ଭୋଟର ବିରୋଧ କଲେ ତାହା ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ପିଏ ପାଣ୍ଡିଆନ ନିଯେ ଦେଖିବା ପରେ ସେଠାକାର ରାଜନୈତିକ ଭୈାଗଳିକ ପରିସ୍ଥିତି ବିଷୟରେ ନିଶ୍ଚୟ ଅବଗତ ହୋଇଥିଲେ । ଯାହା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି । ଏପରି ଅବସ୍ତାରେ ତାଙ୍କ ପରିବାରରେ ଅନେକ ରାଜନୈତିକ ବ୍ୟକ୍ତି ରହିଥିଲେ ହେଁ ସେମାନେ ମଧ୍ୟ ବିଧାୟକଙ୍କ କାର୍ଯ୍ୟକଳାପକୁ ନା ପସନ୍ଦ କରିଛନ୍ତି , ଯାହା ତାଙ୍କ ପାଇଁ କାଳ ହୋଇଛି । ଏହିି ନିର୍ବାଚନମଣ୍ଡଳୀ ପାଇଁ ବହୁ ପ୍ରାର୍ଥୀ ଟିକଟ୍ ଲାଳସାରେ ନବୀନ ନିବାସରେ ଅଧିଆ ପଡୁଥିବା ବେଳେ ଜଣେ ସମାଜସେବୀ , ବିଜୁ ଜନତା ଦଳର ଯୁବନେତା ତଥା ଜଣେ ର୍ନିବିବାଦୀୟ ପ୍ରାର୍ଥୀ ଭାବରେ ମାନସ କୁମାର ପାଠୀ ଉଭା ହୋଇଛନ୍ତି । ଯାହା ପାଇଁ ଅନ୍ୟ ନେତାଙ୍କ ନିଦ ହଜି ଯାଇଛି । ଦଳରେ ସମସ୍ତଙ୍କୁ ଏକଯୁଟ କରି ପାରିଥିବା ଏହି ଯୁବନେତାଙ୍କୁ ନେଇ ଚାନ୍ଦବାଲି ରାଜନୀତିରେ ଅଙ୍କ କଷା ଆରମ୍ଭ ହୋଇ ଯାଇଛି । ଭଦ୍ରକ-ଚାନ୍ଦବାଲି ରାସ୍ତାର ମୁଖ୍ୟ ସମସ୍ୟା ଦିର୍ଘ ୧୦ବର୍ଷ ଧରି ଚାଲି ଆସିଥିବା ବେଳେ ଏହି ରାସ୍ତା ନାରେ ପ୍ରାୟ ସମୟରେ ନିର୍ବାଚନ ବୈତରଣି ପାର ହେବାକୁ ନେତାମାନେ ଅନାଇ ବସି ଥାଆନ୍ତି । କିନ୍ତୁ ଏତେ ବଡ ସମସ୍ୟାକୁ ମାନସ ଯଥା ସମ୍ଭବ , ଯଥା ସମୟରେ ରାସ୍ତା କାର୍ଯ୍ୟକୁ ନିଜ ହାତକୁ ନେଇ ସମାପ୍ତ କରିଛନ୍ତି । ଯାହା ପାଇଁ ଏହି ନିର୍ବାଚନମଣ୍ଡଳୀ ତଥା ଆଖପାଖ ପଞ୍ଚାୟତର ଲୋକେ ମାନସଙ୍କୁ ବିଶ୍ୱକର୍ମା ବୋଲି ନାମକରଣ ଦେଇଛନ୍ତି । ଆନନ୍ଦପୁର-ଭଦ୍ରକ-ଚାନ୍ଦବାଲି (ଏବିସି) ରୋଡକୁ ପୂର୍ବରୁ ବହୁ କଂପାନୀ ଓ ଠିକାଦାର କାର୍ଯ୍ୟ କରିବାକୁ ନେଇ ଅଧା ରାସ୍ତାରେ ଛାଡି ଚାଲି ଯାଇଥିବା ବେଳେ ଏହି କାର୍ଯ୍ୟକୁ ୨୦୧୬ରେ ୩ୟ ଥର ପାଇଁ ଟେଣ୍ଡର କରାଯାଇ ମାନସ ପାଠୀଙ୍କୁ କାର୍ଯ୍ୟଭାର ଦିଆ ଯାଇଥିଲା । ସେ ଏହି କାଯ୍ୟକୁ ସୁଚାରୁ ରୂପେ ତୁଲାଇ ସ୍ଥାନୀୟ ଲୋକଙ୍କର ପ୍ରୀୟ ଭାଜନ ହୋଇ ପାରିଛନ୍ତି । ଏହି ଯୁବନେତାଙ୍କ ପାଇଁ ଭଦ୍ରକର ଅନ୍ୟ ୪ବିଧାୟକ ଓ ଜଣେ ସାଂସଦଙ୍କ ସମ୍ମାନ ରହିଲା । କେବଳ ରାସ୍ତା କାମ ନୁହେଁ ଏହି ନିର୍ବାଚନମଣ୍ଡଳୀରେ ଅନେକ ବିକାଶ ମୂଳକ କାର୍ଯ୍ୟ ସହିତ ସ୍ଥାନୀୟ ଜନସାଧାରଣଙ୍କ ସୁଖଃ ଦୁଖଃର ସାଥି ହୋଇ ପାରିଛନ୍ତି ଶ୍ରୀ ମାନସ ପାଠୀ  । ତାଙ୍କ ସପକ୍ଷରେ ଭୋଟର ଅଛନ୍ତି । ଯାହା ଅନ୍ୟ ମାନଙ୍କ ତୁଳନାରେ ବିଜେଡିର ଏକମାତ୍ର ପ୍ରୀୟ ନେତା ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି । ଏପରି ଅବସ୍ତାରେ ଚାନ୍ଦବାଲିର ଚାନ୍ଦ କିଏ ହେବ ତାହା ସମୟ ଅପେକ୍ଷାରେ । ତେବେ ସେ ଟିକଟ୍ ପାଇଲେ ୪୦/୫୦ ହଜାର ଭୋଟରେ ବିଜୟଲାଭ କରିବେ ବୋଲି ଭୋଟରଙ୍କ ମୁହଁରୁ  ଶୁଣିବାକୁ ମିଳୁଛି ।    

 

 

 

 

 

 

 

 

 

 

 

 

 

 

0
0
0
s2sdefault