ହେଡଲାଇନସ୍:

ମନ୍ଦିର ପରିସରରେ ଦଳୀୟ ପୋଷ୍ଟର, ଆଚରଣ ବିଧି ଉଲଙ୍ଘନ ଅଭିଯୋଗ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ, (ଶ୍ରୀକାନ୍ତ ମିଶ୍ର): ନିର୍ବଚାନ ଆଚରଣ ବିଧି ଲାଗୁହେବା ପରେ ଓଡଗାଁ ଏନଏସି ଅଂଚଳରୁ ବିଭିନ୍ନ ଦଳିୟ ପୋଷ୍ଟର ଗୁଡିକୁ ହଟାଇ ଦିଆଯାଇଥିବା ବେଳେ ହଠାତ୍ ସ୍ଥାନୀୟ ରଘୁନାଥ ମନ୍ଦିର ପରିସରରେ ଥିବା ଦୁଇଟି କାନ୍ଥରେ ଏକ ନିର୍ଦ୍ଧିଷ୍ଟ ଦଳର ଫ୍ଲେକ୍ସ ହୋଡିଂ ଲାଗିଥିବା ଦେଖିବାକୁ ମିଳିଛି । ସେଥି ମଧ୍ୟରୁ ଗୋଟିଏ କାନ୍ଥ ମନ୍ଦିର ପାର୍କିଂ ଓ ଅନ୍ୟଟି ମନ୍ଦିର ବାଳକଟା ମଣ୍ଡପକୁ ଲାଗିଥିବା ରାସ୍ତାପାଶ୍ୱର୍ କାନ୍ଥରେ ଲାଗିଥିବା ଜଣାଯାଇଛି । ଏନେଇ ମନ୍ଦିର ସୁପରଭାଇଜର କିଛି ଜାଣିନଥିବା କହୁଥିବା ବେଳେ ଉଭୟ କାନ୍ଥ ମନ୍ଦିର ପରିସର ଆଡକୁ ରହିଥିବା ପ୍ରାଇଭେଟ ଲୋକଙ୍କ କାନ୍ଥ ବୋଲି କେତେକ ଦାବି କରୁଛନ୍ତି । ଏନେଇ ଜିଲା କଂଗ୍ରେସ ସଭାପତି ରଞ୍ଜିତ କୁମାର ଦାଶ ନିର୍ବାଚନ ଆଦର୍ଶ ଆଚରଣ ବିଧି ଉଲଂଘନ ହେଉଥିବା ନେଇ ଜିଲା ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ଏନେଇ କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରିବାକୁ ଦାବି କରିଥିବା ସୂଚନା ଦେଇଛନ୍ତି । ଅନ୍ୟପକ୍ଷେ ମନ୍ଦିର ପରିସରକୁ ରାଜନିତୀରୁ ମୁକ୍ତ ରଖିବାକୁ ବୁଦ୍ଧିଜିବୀ ମହଲରେ ମତ ପ୍ରକାଶ ପାଇବା ସହିତ ତହସିଲଦାର ପ୍ରମୋଦ କୁମାର ନାୟକଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । 

0
0
0
s2sdefault