ହେଡଲାଇନସ୍:

୧୦୦୦ରୁ ଊଦ୍ଧ୍ୱର୍ ବିଜେପି, କଂଗ୍ରେସ କର୍ମୀ ବିଜେଡିରେ ଯୋଗଦେଲେ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର :  ସାଂସଦ କଳିକେଶ ନାରାୟଣ ସିଂହଦେଓ ଏବଂ ପୂର୍ବତନ ବିଧାୟକ ସାରଦା ନାୟକଙ୍କ ନେତୃତ୍ୱରେ ୧୦୦୦ରୁ ଉର୍ଧ୍ଵ ବୁଦ୍ଧିଜୀବୀ, ବିଜେପି, କଂଗ୍ରେସ କର୍ମୀ  ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ଆଜି ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି । ବଲାଙ୍ଗୀର ମୁନିସିପାଲିଟିର ପୂର୍ବତନ ମହିଳା ମୋର୍ଚ୍ଚା ସଭାନେତ୍ରୀ ସାଗରିକା ଗୁରୁ, ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସଭାପତି ଅରୁଣ କୁମାର ମିଶ୍ର, ବିଜେପିର ଗୀତା ପରିଡ଼ା, ଭବାନୀ ଶଙ୍କର ଦୀପ୍‍, ସୁରେଶ ଧରୁଆ, ସୁଜିତ ବେହେରା, କଂଗ୍ରେସର ଅଭୟ କୁମାର, ସୁରେନ୍ଦ୍ର ନାଗ, ବୀର ନାଗ, ସୁଶାନ୍ତ ସ, ରାଜେଶ ଦୋରା, ଲକ୍ଷ୍ମୀକାନ୍ତ ସାହୁଙ୍କ ସମେତ ୧୦୦୦ରୁ ଊଦ୍ଧ୍ୱର୍ କଂଗ୍ରେସ, ବିଜେପି କର୍ମୀ ଏବଂ ବୁଦ୍ଧିଜୀବୀ ନବୀନ ନିବାସରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଆଜି ଆନୁଷ୍ଠାନିକ  ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ।

ବିଜେଡି ପ୍ରତି ଆସ୍ଥା ପ୍ରକଟ କରି ଦଳରେ ଯୋଗ ଦେଇଥିବା ସମସ୍ତ ବିଜେପି, କଂଗ୍ରେସ ଓ ବୁଦ୍ଧିଜୀବୀଙ୍କୁ ସଭାପତି ଶ୍ରୀ ପଟ୍ଟନାୟକ ସ୍ୱାଗତ କରିବା ସହ କହିଥିଲେ ଯେ ଆଜି ଆପଣମାନେ ବିଜୁ ଜନତା ଦଳରେ ଯୋଗ ଦେଇଥିବାରୁ ମୁଁ ବହୁତ ଖୁସି । ଏହି ଯୋଗଦାନ ଯୋଗୁ ପଶ୍ଚିମ ଓଡ଼ିଶାରେ ଆମ ଦଳର ଶକ୍ତି ବୃଦ୍ଧି ହେବାରେ ସହାୟକ ହେବ ।

ଏହି କାର୍ଯ୍ୟକ୍ରମରେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ମନ୍ତ୍ରୀ ସୁଶାନ୍ତ ସିିଂହ, ପୂର୍ବତନ ସାଂସଦ ଅନଙ୍ଗ ଉଦୟ ସିଂହଦେଓ, ଅର୍କେଶ ନାରାୟଣ ସିଂହଦେଓ, ଯୁବନେତା ସୁବ୍ରତ ଛାଟୋଇ, ଜ୍ୟୋତି ପ୍ରକାଶ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

 

0
0
0
s2sdefault