ହେଡଲାଇନସ୍:

ବିଜେଡି ଆଜି କିନ୍ନର ସମାଜକୁ ସମ୍ମାନ ଦେଇଛି : ମୀରା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବିଜେଡିରେ ଯୋଗଦେଲେ ମୀରାଙ୍କ ସହ ୫୦୦ରୁ ଊଦ୍ଧ୍ୱର୍ କିନ୍ନର ଓ ମହିଳା

ଭୁବନେଶ୍ୱର: ସମାଜସେବୀ ମୀରା ପରିଡ଼ା, ଭାରତର ସର୍ବପ୍ରଥମ କିନ୍ନର କ୍ୟାବ୍‍ ଡ୍ରାଇଭର ମେଘନା ସାହୁ, ସମାଜସେବୀ ସାଧନା ମିଶ୍ର, ସୋନମ, ମାଧୁରୀ, ଆୟଶା ବେହେରା, ରଚନା ବେହେରାଙ୍କ ସମେତ ୫୦୦ରୁ ଉର୍ଧ୍ଵ କିନ୍ନର ଓ ମହିଳା  ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ଆଜି ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି ।

ବିଜେଡି ପ୍ରତି ଆସ୍ଥା ପ୍ରକଟ କରି ଦଳରେ ଯୋଗ ଦେଇଥିବା ସମସ୍ତ କିନ୍ନର ସମାଜର ନେତୃମଣ୍ଡଳୀ ଓ କର୍ମୀଙ୍କୁ ମାନ୍ୟବର ସଭାପତି ଶ୍ରୀ ପଟ୍ଟନାୟକ ସ୍ୱାଗତ କରିବା ସହ କହିଥିଲେ ଯେ ଆଜି କିନ୍ନର ଆଖଡ଼ାର ମହାମଣ୍ଡଳେଶ୍ୱର ମୀରା ପରିଡ଼ାଙ୍କ ସହ ତାଙ୍କର ସମର୍ଥକମାନେ ଦଳରେ ଯୋଗ ଦେଇଥିବାରୁ ମୁଁ ବହୁତ ଖୁସି । ଏହି ଯୋଗଦାନ ଆମ ଦଳର ଶକ୍ତି ବୃଦ୍ଧି ହେବାରେ ସହାୟକ ହେବ ।

ଏହି ଅବସରରେ ମୀରା ପରିଡ଼ା କହିଥିଲେ ଯେ ଏ ପର୍ଯ୍ୟନ୍ତ କ୍ଷମତାରେ ଥାଇ କୌଣସି ରାଜନୈତିକ ଦଳ କିନ୍ନର ସମାଜକୁ ତାଙ୍କ ଦଳରେ ସାମିଲ କରାଇନଥିଲେ କିମ୍ବା ଏଭଳି ପ୍ରାଧାନ୍ୟ ଦେଇନଥିଲେ । ବିଜୁ ଜନତା ଦଳ ଆଜି ଆମମାନଙ୍କୁ ସାମିଲ କରାଇ ଭାରତରେ ଏକ ଉଦାହରଣ ସୃଷ୍ଟି କରିଛି । ଗତ ୨୦ବର୍ଷ ଧରି ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟଧାରାକୁ ଦେଖିଆସୁଛୁ । ତାଙ୍କର କାର୍ଯ୍ୟ କରିବାର ଶୈଳୀ, ନିରାଡମ୍ବର ଜୀବନଯାପନ ଆମକୁ ବହୁମାତ୍ରାରେ ପ୍ରଭାବିତ କରିପାରିଛି । ରାଜ୍ୟର ସବୁ ବର୍ଗର ଜନସାଧାରଣଙ୍କ ପାଇଁ ମୁଖ୍ୟମନ୍ତ୍ରୀ କାର୍ଯ୍ୟ କରି ଚାଲିଛନ୍ତି । ଏଥିସହିତ କିନ୍ନର ସମାଜର ଯାହାକିଛି ଉନ୍ନତି ହୋଇଛି, ତାହା କେବଳ ବିଜୁ ଜନତା ଦଳ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ହିଁ ହୋଇପାରିଛି ।

 

 

 

 

 

0
0
0
s2sdefault