ହେଡଲାଇନସ୍:

ପ୍ରକାଶ ଙ୍କ ବିଜେପିରେ ଯୋଗଦାନ ଓଡିଶା ରାଜନୀତିକୁ ପ୍ରଭାବିତ କରିବ - ଧର୍ମେନ୍ଦ୍ର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆଦିଲ୍ଲୀରେ ବିଜେପିର ମିଶ୍ରଣ ପର୍ବ

 ଓଡିଶା ବିଜେପିକୁ ବଡ କରିବାରେ ସକ୍ରିୟ ଭୂମିକା ଏହି ଯୁବନେତାଙ୍କ ରହିବ

ନୂଆଦିଲ୍ଲୀ/ଭୁବନେଶ୍ୱର, - ସାଲେପୁରର କଂଗ୍ରେସ ବିଧାୟକ ପ୍ରକାଶ ଚନ୍ଦ୍ର ବେହେରାଙ୍କ ବିଜେପିରେଯୋଗଦାନ ଓଡିଶା ରାଜନୀତିକୁ ପ୍ରଭାବିତ କରିବ । ଏହାସହ କେନ୍ଦ୍ରାପଡା ଲୋକସଭା ନିର୍ବାଚନ ମଣ୍ଡଳିକୁ ମଧ୍ୟ ଶ୍ରୀ ବେହେରାଙ୍କ ଯୋଗଦାନ ପ୍ରଭାବିତ କରିବ ବୋଲି ନୂଆଦିଲ୍ଲୀ ଠାରେ ବିଜେପି ମୁଖ୍ୟାଳୟରେ ମିଶ୍ରଣ ପର୍ବରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ବେହେରାଙ୍କୁ ଦଳରେ ସ୍ୱାଗତ କରିବା ପରେ ଶ୍ରୀ ପ୍ରଧାନ କହିଛନ୍ତି ଯେ କଂଗ୍ରେସର ଯୁବନେତା ଶ୍ରୀ ବେହେରା ଓଡିଶା ପ୍ରଦେଶ କଂଗ୍ରେସର ଜଣେ ଟାଣୁଆ ନେତା । କଟକ ଭଳି ମହତ୍ୱପୂର୍ଣ୍ଣ ରାଜନୈତିକ ଜିଲ୍ଲାରେ ସେ ଜିଲ୍ଲା ଅଧ୍ୟକ୍ଷ ଭାବରେ ଦାୟିତ୍ୱ ନିର୍ବାହ କରିଥିଲେ । ଶ୍ରୀ ପ୍ରଧାନ କହିଛନ୍ତି ଯେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଅନେକ ଥର ଓଡିଶା ଗସ୍ତରେ ଆସିଛନ୍ତି । ଗତଥର ଓଡିଶା ଗସ୍ତର ଦିନକ ପରେ ଶ୍ରୀ ବେହେରା ବିଜେପିରେ ଯୋଗଦେଇଛନ୍ତି । ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ରାଜ୍ୟ କଂଗ୍ରେସର ମଧ୍ୟ ଭରସା ନଥିବା ଶ୍ରୀ ବେହେରାଙ୍କ ଯୋଗଦାନ ପ୍ରମାଣିତ କରୁଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଯୁବନେତା ଶ୍ରୀ ବେହେରା କଂଗ୍ରେସ ଦଳ ସହ ସବୁ ସମ୍ପର୍କ ଛିନ୍ନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ନେତୃତ୍ୱକୁ ସ୍ୱୀକାର କରି ବିଜେପିରେ ଯୋଗଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶ ରାଜନୀତି ତଥା ସବ୍କି ସାଥ୍ ସବ୍କି ବିକାଶ ରାଜନୀତିରେ ବିଶ୍ୱାସ କରି ସେ ଦଳରେ ଯୋଗଦେଇଛନ୍ତି । ଓଡିଶାରେ ବିଜେପିକୁ ବଡ କରିବାରେ ସକ୍ରିୟ ଭୂମିକା ଶ୍ରୀ ବେହେରାଙ୍କ ରହିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି । 

 

0
0
0
s2sdefault