ହେଡଲାଇନସ୍:

କୁସୁମଙ୍କ ଇସ୍ତଫା ବ୍ୟକ୍ତିଗତ କାରଣ ନୁହେଁ , ଖୋଲା ବିଦ୍ରୋହ 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

 

 ବିଜେପି ସହ ଯୋଗାଯୋଗ ପାଇଁ  ସ୍ୱାମୀ ଅଜୟ ପଟେଲ ଦିଲ୍ଲୀରେ !

ସୁନ୍ଦରଗଡ ( ହୋରାଚାନ୍ଦ ଦେଉରିଆ) କିଛି ଦିନ ତଳେ ସୁନ୍ଦରଗଡ ସ୍ୱତନ୍ତ୍ର ଆଦବାସୀ ଉନ୍ନୟନ ପରିଷଦ ର ଅଧ୍ୟକ୍ଷା ନିଯୁକ୍ତ ହୋଇଥିବା ସୁନ୍ଦରଗଡର ଟାଣୁଆ  ବିଜେଡି ନେତ୍ରୀ  କୁସୁମ ଟେଟେ ଆଜି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି | ସେ ତାଙ୍କ ଇସ୍ତଫାପତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି | ବ୍ୟକ୍ତିଗତ କାରଣରୁ ସେ ଇସ୍ତଫା ଦେଇଥିବା ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି କୁସୁମ | ହେଲେ ସେ ଦଳରୁ ଇସ୍ତଫା ଦେଇଥିବା କଥା କିଛି ଲେଖି ନାହାନ୍ତି | ବୋଧହୁଏ ସୁନ୍ଦରଗଡ ବିଧାନସଭାରୁ ଲଢ଼ିବା ଆଶା ନେଇ ସେ ଇସ୍ତଫା ଦେଇଥିବା ଚର୍ଚ୍ଚା ହେଉଛି |

 ଅନ୍ୟପକ୍ଷରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦରୁ ଇସ୍ତଫା ଦେବାର କାରଣ କହିଛନ୍ତି ଗଣମାଧ୍ୟମକୁ  କୁସୁମ ଟେଟେ | ସେ କହିଛନ୍ତି " ନିର୍ବାଚନ ପାଇଁ ମୋତେ ଦଳୀୟ ଟିକେଟ ମିଳିବ |  ତେଣୁ ଦୁଇଟି ପଦବୀରେ ରହିବି ନାହିଁ |ବିଧାନସଭା ନିର୍ବାଚନ ରେ ମଇଦାନକୁ ଓଲ୍ହାଇବାକୁ ନିଷ୍ପତ୍ତି ନେଇଥିବା ହେତୁ, ସୁନ୍ଦରଗଡ଼ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧକ୍ଷା ପଦରୁ ଇସ୍ତଫା ନେଇଛି | ନିଜର ବ୍ୟକ୍ତି ଗତ କାରଣରୁ ଏହି ପଦବୀ ଛାଡିଛନ୍ତି |  ନିର୍ବାଚନ ପାଇଁ ମୋତେ ଦଲୀୟ ଟିକଟ ମିଳିବ |  ତେଣୁ ଦୁଇଟି ପଦବୀରେ ରହିବି ନାହିଁ "  " ବୋଲି କୁସୁମ ଟେଟେ ସ୍ପଷ୍ଟିକରଣ ଦେଇ କହିଛନ୍ତି |

 ସୁନ୍ଦରଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ରାଜ୍ୟର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆସନ ଭାବେ ପରିଗଣିତ ହେଉଥିବାବେଳେ ଏହି ଆସନ କୁ ହାତେଇବାକୁ ଏବେ ୩ପ୍ରମୁଖ ଦଳ ଫୁଲ ଦମରେ  ରେ କସରତ ଆରମ୍ଭ କରି ଦେଇଛନ୍ତି ଖାସକରି ସୁନ୍ଦରଗଡ଼ ସଦର ଆସନ ଟିକୁ ହାତେଇବା ପାଇଁ ବହୁପ୍ରକାର ରଣନୀତି ଆପଣେଇଛି ବିଜେଡ଼ି, ପୂର୍ବତନ କଂଗ୍ରେସ ବିଧାୟକ ଯୋଗେଶ ସିଂ କୁ ଦଳରେ ସାମିଲ କରି ସୁନ୍ଦରଗଡ଼ ଜିଲ୍ଲାର ନୂଆ ଆଖ୍ୟା ସୃଷ୍ଟି କରିଥିଲା ବିଜେଡ଼ି, ଯୋଗେଶଙ୍କୁ ଦଳରେ ସାମିଲ କରି ସୁନ୍ଦରଗଡ଼ ଜିଲ୍ଲାର ସଦର ଆସନରେ ପ୍ରଥମ ଥର ପାଇଁ ବିଜେଡ଼ି ଖାତା ଖୋଲିବାକୁ ଲକ୍ଷ୍ୟ ରଖିଥିବା ବେଳେ ବିଗତ ପାଞ୍ଚ ବର୍ଷ ରୁ ବିଜେଡ଼ି ପାଇଁ ଅହରହ କାମ କରି ଆସୁଥିବା ବିଜେଡ଼ି ନେତ୍ରୀ କୁସୁମ ଟେଟେ ବାଧକ ସାଜିଥିଲେ ! ଯୋଗେଶ ସିଂ ଯୋଗଦାନ କୁ ସିଧାସଳଖ ବିରୋଧ କରି ଆସୁଛନ୍ତି କୁସୁମ ଟେଟେ ! ୨୦୧୪ରେ ଦଲୀୟ ଟିକେଟ ରେ ନିର୍ବାଚନ ଲଢ଼ିଥିବା କୁସୁମ ଟେଟେ, ଯୋଗେଶ ଶଙ୍ଖ ଧରିବା ପରେ ଅସନ୍ତୋଷ ହୋଇ ପଡ଼ିଥିଲେ କୁସୁମ ଙ୍କ ସମର୍ଥକ, ତେଣୁ କୁସୁମ ଙ୍କୁ ମନାଇବା ପାଇଁ କିଛି ଦିନ ପୂର୍ବରୁ କୁସୁମ ଙ୍କ ବାସଭବନ କୁ ବିଜେଡ଼ି ପକ୍ଷରୁ ପୂର୍ବ ତନ ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ ରାଜ୍ୟ ସଭା ସଦସ୍ୟ ପ୍ରସାନ୍ତ ନନ୍ଦ ମଧ୍ୟ ଆସିଥିଲେ କିନ୍ତୁ କୁସୁମ ଙ୍କ ସମର୍ଥକ ଙ୍କୁ ବୁଝାଇବା ରେ ଅସମର୍ଥ ହୋଇ ଫେରି ଯାଇଥିଲେ, ତା ପରେ ବିଜେଡ଼ି ର ସୁନ୍ଦରଗଡ଼ ସଦର ଆସନ ପାଇଁ ମୁଣ୍ଡ ବ୍ୟଥା ପାଲଟିଥିଲା ତେଣୁ କୁସୁମ ଙ୍କୁ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧକ୍ଷା କରି ଦେଇଥିଲେ, ତେବେ ବିଜେଡ଼ି ଟିକେଟ ମିଳିବା ନେଇ ସବୁଜ ସଙ୍କେତ ମିଳିବା ପରେ ଯୋଗେଶ ବିଜେଡ଼ି ରେ ଯୋଗ ଦେଇଥିବା ବେଳେ ,ନବୀନ ଙ୍କ ଫୋକସ ରେ୩୩%ମହିଳା ରହିଥିବାବେଳେ କୁସୁମଙ୍କ ସମର୍ଥକ ମଧ୍ୟ ତାଙ୍କୁ ଟିକେଟ ରେସରେ ଆଗରେ ଥିବା କହି ଆସୁଛନ୍ତି|  ଏସବୁ ଭିତରେ ସୁନ୍ଦରଗଡ଼ ସ୍ୱତନ୍ତ୍ର ଉନ୍ନୟନ ପରିଷଦରୁ ଇସ୍ତଫା ଦେଇଛନ୍ତି କୁସୁମ ଟେଟେ |  ଆହୁରୀ ମଧ୍ୟ ଶୁଣିବାକୁ ମିଳୁଛି ଯଦି କୁସୁମ ଟେଟେ ଙ୍କୁ ବିଜେଡ଼ି ଟିକେଟ ଦେବାରେ ଏପଟେ ସେପଟେ କଲା ତାହେଲେ କୁସୁମ ଟେଟେ ବିଜେଡ଼ି ଛାଡି ବିଜେପିରେ ଯୋଗ ଦେବେ ଓ ତାଙ୍କ ସ୍ୱାମୀ ଅଜୟ ପଟେଲ ଦିଲ୍ଲୀରେ ବିଜେପି ସହ ଯୋଗାଯୋଗରେ ଅଛନ୍ତି ବୋଲି  ସୁନ୍ଦରଗଡ଼ ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଛି |

 

0
0
0
s2sdefault