ହେଡଲାଇନସ୍:

ପଶ୍ଚିମ ଓଡିଶାରୁ ନିର୍ବାଚନ ଲଢ଼ିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ!

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

  ଭୁବନେଶ୍ୱର : ପଶ୍ଚିମ ଓଡିଶାରୁ ନିର୍ବାଚନ ଲଢ଼ିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ! ଦଳର ଜଣେ ଆଗଧାଡିର ନେତା ଏହି ସୂଚନା ଦେଇଛନ୍ତି | ହେଲେ ପଶ୍ଚିମ ଓଡ଼ିଶାର କେଉଁ ଜିଲ୍ଲା ଆଉ କେଉଁ ନିର୍ବାଚନମଣ୍ଡଳୀରୁ ଲଢ଼ିବେ ସେ କଥା ଚୂଡାନ୍ତ ହୋଇଥିଲେ ମଧ୍ୟ ତାହା ଗୋପନ ରଖାଯାଇଛି । କେଉଁ ନିର୍ବାଚନ ମଣ୍ଡଳୀ ଓ କେଉଁ ଜିଲ୍ଲା ତାକୁ ନେଇ ଏବେ ପଶ୍ଚିମ ଓଡିଶା ବାସୀଙ୍କ ମନରେ ଉତ୍ସୁକତା ବଢି ଯାଇଛି ।  ଏକ ବହୁ ଚର୍ଚିତ ନିର୍ବାଚନ ମଣ୍ଡଳୀରୁ ମୁଖ୍ୟମନ୍ତ୍ରୀ ଲଢ଼ି ପାରନ୍ତି ବୋଲି ଶୁଣିବାକୁ ମିଳିଛି । 

ମୁଖ୍ୟମନ୍ତ୍ରୀଙ୍କୁ ପଶ୍ଚିମ ଓଡ଼ିଶାର ନେତାମାନେ ପ୍ରସ୍ତାବ ଦେଇଥିବା ବେଳେ ମୁଖ୍ୟମନ୍ତ୍ରୀ ବିଜେପୁର, ରେଢ଼ାଖୋଲ, ରାଉରକେଲା ମଧ୍ୟରୁ ଯେ ଯେକୌଣସିଆସନରୁ ଲଢ଼ି ପାରନ୍ତି ବୋଲି ଶୁଣିବାକୁ ମିଳୁଛି । ସୂଚନାଯୋଗ୍ୟ ଯେ  ମୁଖ୍ୟମନ୍ତ୍ରୀ ପଶ୍ଚିମ ଓଡ଼ିଶାରୁ ପ୍ରାର୍ଥୀ ହୁଅନ୍ତି ତେବେ ସେ ଅଂଚଳରେ ଥିବା  ୩୫ ବିଧାନସଭା ଏବଂ ୫ଟି ଲୋକ ସଭା ଆସନ ଉପରେତାହାର ପ୍ରଭାବ ପଡିପାରେ | 

0
0
0
s2sdefault