ହେଡଲାଇନସ୍:

ଶଙ୍ଖ ଧରିଲେ ରଘୁନାଥ ଗମାଙ୍ଗ, ଚର୍ଚ୍ଚାରେ ସାନ ଗୌଡ଼।

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଗୁଣପୁରରୁ ସିଦ୍ଧାର୍ଥ ଦାଶ - ବିଜେଡ଼ି ରେ ଯୋଗ ଦେଲେ ରଘୁନାଥ ଗମାଙ୍ଗ ଚର୍ଚ୍ଚା ରେ ଶିବ ଗୌଡ଼ ଓର୍ ଅଫ ସାନ ଗୌଡ଼।ଜିଲ୍ଲା ଯୋଗାଣ ବିଭାଗ ଅଧିକାରୀ ପଦରୁ ଇସ୍ତଫା ଦେଇ ରଘୁନାଥ ଗମାଙ୍ଗ ବିଜେଡ଼ିରେ ଯୋଗ ଦେବାପରେ ରାୟଗଡ଼ା ଜିଲ୍ଲା ଗୁଣପୁର ନିର୍ବାଚନ ମଣ୍ଡଳୀ ରାଜନୀତି ସରଗରମ୍ ହୋଇ ପଡ଼ିଛି। ଜନସାଧାରଣଙ୍କ ଚର୍ଚ୍ଚାର ପରିସର ମଧ୍ୟକୁ ଆସିଛନ୍ତି ଗୁଣପୁର ପୌର ପରିଷଦର ପୁର୍ବତନ ଅଧ୍ୟକ୍ଷ ଶିବ ଗୌଡ଼ ଓର ଅଫ ସାନ ଗୌଡ଼। ଗୁଣପୁର ନିର୍ବାଚନ ମଣ୍ଡଳୀରେ ନିଜକୁ ଜଣେ ଟାଣୁଆ ନେତା ମନେ କରୁଥିବା ସାନ ଗୌଡ଼ଙ୍କ ଆଶାୟୀ ପ୍ରାର୍ଥୀ ବିଜେଡ଼ି ଟିକଟ ନପାଇବା ଏକ୍ ରକମ୍ ଥୟ ହୋଇପଡ଼ିଛି। ସାନ ଗୌଡ଼ଙ୍କ ଗୋଛିକଟା ନୀତି ତାଙ୍କୁ ମାହାଙ୍ଗା ପଡ଼ିଛି ବୋଲି ଚର୍ଚ୍ଚା ଜୋର୍ ଧରିଛି। ପୂର୍ବରୁ ଜଣେ ମ୍ୟାକାନିକ ଭାବେ ପରିଚିତି ଥାଇ ହଟାତ୍ ରାଜନୀତି କ୍ଷେତ୍ରରେ ନିଜର ପ୍ରତିଆରା ବୃଦ୍ଧିକରି ପାରିଥିବା ସାନ ଗୌଡ଼ଙ୍କ ଅଙ୍କ ଏଥର ଗୋଳମାଳିଆ ହେଇଗଲାପରି ଲାଗୁଛି । ରାୟଗଡ଼ା ଜିଲ୍ଲାରେ  ବିଜେଡି ମୁଖ୍ୟାଙ୍କ ପାଖେ ପାଖେ ରହି ଅଧ୍ୟକ୍ଷ ପଦ ହାତେଇ ନେଇଥିବା ସାନ ଗୌଡ଼ଙ୍କ  କାଉଣ୍ଟ ଡାଉନ ଆରମ୍ଭ ହୋଇଥିବା ଜଣାପଡ଼ିଛି। ରାଜନୈତିକ ବୈତରଣୀର ସହଯୋଗୀ ନାବିକ ଭାବେ ରହିଆସିଥିବା ସୁଧୀର ଦାସ ବର୍ତ୍ତମାନ ଗୌଡ଼ ପ୍ରତିଦ୍ବନ୍ଦ୍ବୀ  ପାଲଟି ଥିବା ଆସ୍ତେ ଆସ୍ତେ ସ୍ଵଷ୍ଟ ହୋଇପଡ଼ୁଛି। ବିଜେଡିରେ ସାମିଲ ହୋଇ କିଛି ହେଭିୱେଟ କଂଗ୍ରେସ ସାମର୍ଥକଙ୍କୁ ସଙ୍ଖ ଦଳରେ ସାମିଲ୍ କରାଇ ବିଧାୟକ ପଦବୀ ହାତେଇ ନେଇଥିବା ସାନ ଗୌଡ଼ଙ୍କୁ ବର୍ତ୍ତମାନର ନିର୍ବାଚନ ପୂର୍ବରୁ ଅଣଦେଖା କରାଯାଉଥିବା କିଛି ଗୌଡ଼ ସମର୍ଥକ ଅଭିଯୋଗ କରୁଛନ୍ତି। ରଘୁନାଥ ଗମାଙ୍ଗ ସକ୍ରିୟ ରାଜନୀତିରେ ଭାଗନେବା ପରେ ଗୁଣପୁର ନିର୍ବାଚନ ମଣ୍ଡଳୀ ରେ ରହିଥିବା ଗୋଷ୍ଠୀ କନ୍ଦଳରେ ସୁଧୀର ଦାସ ଗୋଷ୍ଠୀ ସମର୍ଥକ ଭାବେ ସାଧାରଣ ରେ ପରିଚିତି ହୋଇ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି। ଏବେ ସାନ ଗୌଡ଼ ଙ୍କୁ ବିଜେଡ଼ି ଦଳ ଆଗକୁ କୋଣ ଠେସା କରାଯିବା ସମ୍ଭାବନା କୁ ଦୁରେଇ ଦିଆ ଯାଇନପାରେ। ପ୍ରଶ୍ନ ଉଠୁଛି ଆଗାମୀ ଦିନରେ ଶ୍ରୀ  ଗୌଡ଼  ଅନ୍ୟ ଦଳରେ ସାମିଲ ହେବେ ନା ପୂର୍ବବତ୍ ନିଜ ସ୍ଥାନକୁ ଆଦରି ନେବେ ? ହଠାତ୍ ଶ୍ରୀ ଗୌଡ଼ ଙ୍କ ପାଇଁ ଏତେ ବଡ଼ ପରିବର୍ତ୍ତନର କାରଣ ନେଇ ତର୍ଜମା ଚାଲିଛି। କେତେକ ମତ ଦିଅନ୍ତି ଏସବୁ ଏକ ଅଦୃଶ୍ୟ ଲେଗ୍ ର ମହିମା। ତେବେ ଏ ଆଇରନ୍ ଲେଗ୍ ଟି କାହାର ଏହାର ସନ୍ଧାନ ରେ ଲାଗି ପଡ଼ିଛନ୍ତି ସ୍ଥାନୀୟ ରାଜନୈତିକ ସମୀକ୍ଷକ।

 

0
0
0
s2sdefault