ହେଡଲାଇନସ୍:

ଆଦିବାସୀଙ୍କ ବିକାଶ ପାଇଁ ବଳଭଦ୍ର ମାଝି ବିଜେପିରେ ଯୋଗଦେଲେ - ଧର୍ମେନ୍ଦ୍ର ପ୍ରଧାନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନୂଆଦିଲ୍ଲୀରେ ବିଜେପିର ମିଶ୍ରଣ ପର୍ବ

ନୂଆଦିଲ୍ଲୀ/ଭୁବନେଶ୍ୱର  – ଓଡିଶାର ନବରଙ୍ଗପୁର ଓ କୋରାପୁଟ ଅଂଚଳର ଆଦିବାସୀ ଭାଇଭଉଣୀଙ୍କ ବିକାଶ ପାଇଁ ଆଜି ଓଡିଶାର ସୁଯୋଗ୍ୟ ସନ୍ତାନ, ଯୋଗ୍ୟତମ ସାଂସଦ ବଳଭଦ୍ର ମାଝି ରାଜନୈତିକ ନିଷ୍ପତି ନେଇଛନ୍ତି । ବିଗତ ୫ ବର୍ଷରେ ନରେନ୍ଦ୍ର ମୋଦିଙ୍କ କାମ କରିବାର ଶୈଳିରେ ପ୍ରଭାବିତ ହୋଇ ସେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି । ତାଙ୍କର ଯୋଗଦାନ ଓଡିଶାରେ ଦଳକୁ ସୁଦୃଢ କରିବ ବୋଲି ନୂଆଦିଲ୍ଲୀ ବିଜେପି ମୁଖ୍ୟାଳୟରେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝି ସାମିଲ ହେବା ପରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡିଶାର ପଛୁଆ ଯଥା କେବିକେ ଅଂଚଳ ମାଲକାନଗିରି, ନବରଙ୍ଗପୁର, କୋରାପୁଟ ଓ ରାୟଗଡା ଅଂଚଳରେ ଢାଂଚାଗତ ବିକାଶ ହେଉ । ରାୟଗଡା ଠାରେ ରେଲୱେ ଡିଭିଜନ ଆଲୋକେସନ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦିଆଯାଇଥିଲା ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତର ଅଳ୍ପ କୋତୋଟି ଜିଲ୍ଲାରେ ରେଳ ଲାଇନ ପହଁଚିନଥିଲା । ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାରେ ଜିରୋ ରେଲୱେ ଲାଇନ୍ ଥିଲା । ବଳଭଦ୍ର ବାବୁ ରେଲୱେ ପୃଷ୍ଠଭୂମି  ହେବା କାରଣରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଏକାଠୀ କରି ଏକ ୟୁନିକ୍ ମଡେଲ୍ ଦଶରେଡେଭ୍ଲପ୍ କରିଥିଲେ । ଉକ୍ତ ଦୁଇ ଜିଲ୍ଲାରେ ରେଲୱେ ଲାଇନ ହେବାର ଶ୍ରେୟ ବଳଭଦ୍ର ବାବୁଙ୍କର ଥିଲା । ମାତ୍ର ଏଭଳି ଜଣେ ବ୍ୟକ୍ତିତ୍ୱ ବଳଭଦ୍ର ବାବୁଙ୍କୁ ତାଙ୍କ ଦଳ ପ୍ରତ୍ୟାଖାନ କଲା । ବଳଭଦ୍ର ବାବୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱକୁ ସ୍ୱାଗତ କରିଥିବାରୁ ଶ୍ରୀ ପ୍ରଧାନ ତାଙ୍କୁ ସ୍ୱାଗତ ଜଣାଇଛନ୍ତି । 

0
0
0
s2sdefault