ହେଡଲାଇନସ୍:

 ବିଜେଡିର ବିରାଟ କର୍ମୀ ସମ୍ମିଳନୀ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

  ବରଗଡ :- ଆଜି ବରଗଡ ଜିଲ୍ଲା ଝାରବନ୍ଧ ବ୍ଲକର ଡଭା ଠାରେ ବିଜୁ ଜନତା ଏକ ବିରାଟ କର୍ମୀ ସମ୍ମିଳନୀ ହେଇଯାଇଛି । ଉକ୍ତ ସମ୍ମିଳନୀରେ ରାଜ୍ୟ ଶ୍ରମ ଓ ଶକ୍ତି ମନ୍ତ୍ରୀ  ଶ୍ରୀ ସୁଶାନ୍ତ ସିଂହ ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ । ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀ ସିଂହ ଙ୍କୁ ପ୍ରଥମେ ଜଗଦଲପୁର ଠାରୁ ଡଭା ପର୍ଯନ୍ତ ଏକ ବିଶାଳ ରେଲି ରେ ଅଣାଯାଇଥିଲା । ଏହି ରାଲିକୁ ଝାରବନ୍ଧ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ବିଜୟ କୁମାର ପ୍ରଧାନ , ଶ୍ରୀ କୁନାଲ ସିଂ ବରିହା ସଞ୍ଚାଳନ କରିଥିଲେ । ରେଲି ଡଭା ପହଂଚିବା ପରେ ପୂର୍ବତନ ବିଧାୟକ ଓ ମନ୍ତ୍ରୀ ତଥା ଜିଲ୍ଲା ବିଜୁ ଜନତା ଦଳର ସଭାପତି ଶ୍ରୀ ବିଜୟ ରଞ୍ଜନ ସିଂ ବରିହା ଙ୍କର ସଭାପତିତ୍ୱରେ ଏକ ସଭା କରାଯାଇଥିଲା । ଉକ୍ତ ସଭାରେ ବ୍ଲକ ଅଧ୍ୟକ୍ଷ ଶ୍ରୀ ବିଜୟ କୁମାର , ମନ୍ତ୍ରୀ ଶ୍ରୀ ସିଂ ପୂର୍ବତନ ବିଧାୟକ ଓ ଜିଲ୍ଲା ବିଜୁ ଜନତା ଦଳର ସଭାପତି ଶ୍ରୀ ବିଜୟ ସିଂ ବରିହା ଆଗାମୀ ନିର୍ବାଚନରେ ଦଳ କିଭଳି ଭଲ ପ୍ରଦର୍ଶନ କରିବ ସେ ନେଇ କର୍ମୀ ଓ କାର୍ଯକର୍ତା ମାନଙ୍କୁ ଗୁରୁ ମନ୍ତ୍ର ପ୍ରଦାନ କରିଥିଲେ । ଏହି ସମ୍ମିଳନୀରେ 500ରୁ ଅଧିକ ମହିଳା କାର୍ଯକର୍ତା ଙ୍କର ସହ ପ୍ରାୟ ଚାରି ହାଜର ରୁ ଉର୍ଧ୍ବ କର୍ମକର୍ତା ଓ ସାଧାରଣ ଜନତା ଉପସ୍ଥିତ ଥିଲେ ।

0
0
0
s2sdefault