ହେଡଲାଇନସ୍:

ବାଙ୍କୀ ରାଜନୀତି ଭାରି ଗୋଳିଆ : ମୁସ୍କିଲ ଭିତରେ ପଶିଛି ଅଡୁଆ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପ୍ରଭାତଙ୍କ "ଶେଷ ଲଢେଇ" ବିଜେଡି ପାଇଁ କଣ୍ଟା

ବିଜେପିରେ ପ୍ରାର୍ଥୀତ୍ୱକୁ ନେଇ ଦ୍ୱନ୍ଦ୍ୱ, ବିଜେଡି ଭିତରେ ବି ଅସନ୍ତୋଷର

ଗୋଳିଆ ପାଣିରୁ ମାଛ ମାରିବା ଯୋଜନାରେ ଦେବାଶିଷ 

ବାଙ୍କୀ(ଆଶିଷ କମାର ମହାପାତ୍ର) - ବାଜି ସାରିଛି ୨୦୧୯ମହାସମରର ବିଗୁଲ୍ । ରାଜ୍ୟ ରାଜନୀତି ସରଗରମ ହୋଇଉଠିଥିବା ବେଳେ ବାଙ୍କୀ ରାଜନୈତିକ ପାଣିପାଗରେ ଉଷ୍ମତା ଦେଖାଯାଇଛି । ରାଜ୍ୟ ରାଜନୀତିରେ ଅନେକ କିଛି ପରିବର୍ତ୍ତନ ହେଉଥିବା ଦେଖାଯାଉଥିବା ବେଳେ ନେତାଙ୍କ ଦଳଡିଆଁ ପର୍ବ ଆରମ୍ଭ ହୋଇଯାଇଛି । ଓଡ଼ିଶାର ପ୍ରମୁଖ ଚର୍ଚ୍ଚିତ ରାଜନୈତିକ କେନ୍ଦ୍ର ସ୍ଥଳୀ ବାଙ୍କୀର ଚିତ୍ର ଗୋଳମାଳିଆ ବି ହୋଇଯାଇଛି । 

୧୯୫୧ମସିହାରେ ବାଙ୍କୀ-୮୮ରେ ପ୍ରଥମ ସାଧାରଣ ନିର୍ବାଚନ ଅନୁଷ୍ଠିତ  ହୋଇଥିବା ବେଳେ ଏଯାବତ୍ ୬ଜଣ ବିଧାୟକ ବାଙ୍କୀର ନେତୃତ୍ୱ ନେଇଛନ୍ତି । ଗୋକୁଳାନନ୍ଦ ପ୍ରହରାଜ ୩ଥର, ଯୋଗେଶ ଚନ୍ଦ୍ର ରାଉତ ୪ଥର, ଅକ୍ଷୟ ପଟ୍ଟନାୟକ ୨ଥର, ଘନଶ୍ୟାମ ସାହୁ ୧ଥର, ଡଃ.ଦେବାଶିଷ ପଟ୍ଟନାୟକ ୧ଥର , ପ୍ରଭାତ କୁମାର ତ୍ରିପାଠୀ ୪ଥର ବିଧାୟକ ପଦରେ ବିଜୟୀ ହୋଇଛନ୍ତି ।   ବାଙ୍କୀ ଗଡ଼କୁ କଂଗ୍ରେସ ସର୍ବାଧିକ ୫ଥର ହାତେଇଥିବା ବେଳେ ଜନତା ଦଳ ୨ଥର ଏବଂ ବିଜୁଜନତା ଦଳ ୩ଥର ହାତେଇବାରେ ସକ୍ଷମ ହୋଇଛନ୍ତି । 

ନିର୍ବାଚନୀ ତାରିଖ ଘୋଷଣା ହୋଇସାରିଥିବା ବେଳେ ବାଙ୍କୀ ନିର୍ବାଚନୀ ମଣ୍ଡଳୀର ନେତୃତ୍ୱ ନେବା ପାଇଁ ବିଭିନ୍ନ ଦଳରୁ ଆଶାୟୀଙ୍କ ଲମ୍ବାଲାଇନ ଦେଖିବାକୁ ମିଳିଛି । ବାଙ୍କୀ ଏକ କୃଷିଭତ୍ତିକ ଅଞ୍ଚଳ ହୋଇଥିବା ବେଳେ ·ଷ ସମସ୍ୟା ପ୍ରମୁଖ ପ୍ରସଙ୍ଗ ପାଲଟିବ ବୋଲି ଜନସାଧାରଣ ମତ ରଖିଛନ୍ତି । ତତ୍ ସହିତ ପାନୀୟ ଜଳ, ଗମନାଗମନ, ସ୍ୱାସ୍ଥ୍ୟ ସେବା, ଶିକ୍ଷାବ୍ୟବସ୍ଥା ବାଙ୍କୀରେ ଭୂଷୁଡି ପଡିଥିବା ବେଳେ ଏହା ମଧ୍ୟ ପ୍ରସଙ୍ଗ ରହିବ ବୋଲି ବୁଦ୍ଧିଜୀବୀ ମାନେ ଆକଳନ କରିଛନ୍ତି ।  

ନିର୍ବାଚନ ମାହୋଲକୁ ଗରମ କରିଛି ବିଭିନ୍ନ ଦଳର ଆଶାୟୀଙ୍କ ବାଙ୍କୀର ବିଭିନ୍ନ ଅଞ୍ଚଳକୁ ତୋଫାନି ଗ୍ରସ୍ତ । ସମସ୍ତ ଆଶାୟୀ ନିଜନିଜର ସମର୍ଥକଙ୍କ ସହିତ ବିଭିନ୍ନ ଅଞ୍ଚଳକୁ ଗସ୍ତକରି ଭୋଟରଙ୍କୁ ପ୍ରତିଶ୍ରୁତିର ପାହାଡ଼ ରଖି ଆକୃଷ୍ଟ କରିବା ପାଇଁ ଚେଷ୍ଟା କରୁଥିବା ବେଳେ ଛାମୁଆ ନେତାମାନେ ମଧ୍ୟ ରୁଦ୍ଧଦ୍ୱାର ବୈଠକ କରୁଥିବା ଦେଖାଗଲାଣି । ବାଙ୍କୀରେ ର୍ପୂବରୁ ଭାରତୀୟ ଜାତୀୟ କଂଗ୍ରେସ ଏବଂ ବିଜେଡି ଦଳମଧ୍ୟରେ ଟକ୍କର ହେଉଥିବା ବେଳେ ଚଳିତ ନିର୍ବାଚନର ମୈଦାନକୁ ଓହ୍ଲାଇଛି ବିଜେପି  । ଗତଥର ବାଙ୍କି ଛାଡି ଚାଲିଯାଇଥିବା ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ ବାଙ୍କିରୁ ଟିକଟ ପାଇବା ସମ୍ଭାବନା ଅଧିକ ଥିବା ବେଳେ ବେଳେ ବିଜୁଜନତା ଦଳ ଏବଂ ଭାରତୀୟ ଜନତାପାର୍ଟିର ଆଶାୟୀ ପାର୍ଥୀ ଚୂଡାନ୍ତ ହେବାରେ ସାମାନ୍ୟ ଦ୍ୱନ୍ଦ୍ୱ ପରିଲକ୍ଷିତ ହୋଇଛି  । ଆଶ୍ଚର୍ଯ୍ୟ ଜନକ ଭାବେ ଏହି ନିର୍ବାଚନମଣ୍ଡଳୀ ପାଇଁ ଆଶାୟୀ ବି ପୂର୍ବଥର ଅପେକ୍ଷା ଅଧିକ  ।  

ଏହି ନିର୍ବାଚନମଣ୍ଡଳୀର ବିଧାନ ସଭା ସିଟ୍କୁ ପୂର୍ବରୁ କଂଗ୍ରେସ ଯୋଗେଶ ଚନ୍ଦ୍ର ରାଉତ, ଅକ୍ଷୟ କୁମାର ପଟ୍ଟନାୟକ ଏବଂ ଡଃ.ଦେବାଶିଷ ପଟ୍ଟନାୟକଙ୍କ ନେତୃତ୍ୱରେ କବ୍ଚା କରିଥିବା ବେଳେ ୨୦୧୪ସାଧାରଣ ନିର୍ବାଚନରେ ଗୋବିନ୍ଦପୁରର ପୂର୍ବତନ ବିଧାୟକ ରବିନ୍ଦ୍ର କୁମାର ମଲ୍ଲିକ ଏହି ଆସନରୁ କଂଗ୍ରେସ ଟିକେଟରେ ପ୍ରତିଦ୍ୱନ୍ଦିତା କରି ପରାଜୟ ସ୍ୱାଦ ଚାଖିଥିଲେ । ୨୦୧୪ନିର୍ବାଚନରେ ବାଙ୍କୀର ନେତୃତ୍ୱ ନେଉଥିବା ଡଃ.ଦେବାଶିଷ ପଟ୍ଟନାୟକ ବେଗୁନିଆ-ବୋଲଗଡ ଆସନରୁ ନିର୍ବାଚନ ଲଢିଥିବା ବେଳେ ପରାଜିତ ହୋଇ ପୁନର୍ବାର ବାଙ୍କୀ ଫେରିଥିଲେ । ସେବେଠାର ଡଃ.ଦେବାଶିଷ ପଟ୍ଟନାୟକଙ୍କ ନେତୃତ୍ୱରେ କଂଗ୍ରେସ ପରିଚାଳିତ ହେଉଥିବା ବେଳେ ଆସନ ଦଖଲ କରିବା ପାଇଁ ଦଳସଂଗଠିତ ହୋଇ ମିଶ୍ରଣ ପର୍ବ ଆୟୋଜନ କରି ଶକ୍ତି ଗୋଟାଇବାରେ ଲାଗିପଡିଛନ୍ତି । ଅନ୍ୟପଟେ ଡଃ.ପଟ୍ଟନାୟକ ବାଙ୍କୀର ବିଭିନ୍ନ ଅଞ୍ଚଳକୁ ଘନଘନ ଗସ୍ତ କରିବା ସହିତ ସଭାସମିତି ଏବଂ ସାଂଗଠନିକ ବୈଠକ ମାଧ୍ୟମରେ କର୍ମକର୍ତ୍ତାଙ୍କୁ ଏକଜୁଟ କରି ନିର୍ବାଚନକୁ ଓହ୍ଲାଇବାକୁ ସଜବାଜ ହେଉଛନ୍ତି । 

ଘନଶ୍ୟାମ ସାହୁଙ୍କ ନେତୃତ୍ୱରେ ଜନତା ଦଳ ମଇଦାନକୁ ଓହ୍ଲାଇ ଜିତିଥିବା ବେଳେ ପରେ ଜନତା ଦଳ ଏବଂ ବିଜୁଜନତା ଦଳରୁ ପାର୍ଥୀ ହୋଇ ବିଧାୟକଭାବେ ପ୍ରଭାତ କୁମାର ତ୍ରିପାଠୀ ବାଙ୍କୀକୁ ନେତୃତ୍ୱ ଦେଇଆସୁଛନ୍ତି । ଘନଶ୍ୟାମ ସାହୁଙ୍କ ସଂଗଠନ ଦ୍ୱାରା ପ୍ରଭାତ ବାଙ୍କୀ ଆସି ଦୀର୍ଘ ସମୟ ହେବ ବାଙ୍କୀ ରାଜନୀତିରେ ସକ୍ରିୟ ରହିଛନ୍ତି । ପ୍ରଭାତଙ୍କ ସାଂଗଠନିକ ଦକ୍ଷତା ଏବଂ ରାଜନୈତିକ ଗୋଟି ଚାଳନା ଆଗରେ ବିରୋଧୀ  ସଫଳ ହୋଇପାରିନାହାନ୍ତି  । ହେଲେ ଚିଟ୍ଫଣ୍ଡ ମାମଲା ତାଙ୍କୁ ସାମାନ୍ୟ ବ୍ୟାକଫୁଟକୁ  ଠେଲିଥିବା ଜଣାଯାଇଛି । ଚିଟଫଣ୍ଡ  ମାମଲାରେ ଛନ୍ଦି ହେଲାପରେ ସିବିଆଇ ଦ୍ୱାରା ଗିରଫ ହୋଇଥିଲେ ଫଳରେ ଦଳ ତାଙ୍କ ହାତ ଛାଡିଦେଇଥିଲା । ହେଲେ ସେତେବେଳେ କିନ୍ତୁ ତାଙ୍କ ହାତଛାଡିନଥିଲା ତାଙ୍କ ବିଜେଡି ସଂଗଠନ । ପଭାତଙ୍କ ପାଇଁ ହଜାର ହଜାର ଲୋକ ଭୁବନେଶ୍ୱର ଆସି ପ୍ରତିବାଦ କରିଥିଲେ । ଆଉ ତାଙ୍କ ସାଙ୍ଗଠନିକ ଦକ୍ଷତା ପ୍ରମାଣିତ ହୋଇଥିଲା ପଞ୍ଚାୟତିରାଜ ନିର୍ବାଚନରେ । ସବୁ ଜିଲ୍ଲା ପରିଷଦ ଆସନ ମାନେ ୬ କୁ ୬  ପୋଛି ନେଇଥିଲେ  ପ୍ରଭାତଙ୍କ ସମର୍ଥକ ବା ତାଙ୍କ ଦ୍ୱାରା ମନୋନୀତ ପ୍ରାର୍ଥିୀ  । ହେଳେ ଚିଟଫଣ୍ଡ ଘଟଣାକୁ ନେଇ ବୋଧହୁଏ ଏଥର ପଭାତଙ୍କୁ ଟିକଟ ନଦେବା ପାଇଁ  ଚର୍ଚ୍ଚା ହେଉଛି ବୋଲି ଖବର ପ୍ରଚାରିତ ହେବା ମାତ୍ରେ ସ୍ୱାଭାବିକ ଭାବେ ପ୍ରଥମ ଥର ପାଇଁ ଆଶାୟୀଙ୍କ ସଂଖ୍ୟା ବାଙ୍କୀ ବିଜେଡିରେ  ବଢିବା ସହିତ ପ୍ରଭାତଙ୍କୁ ଖୋଲାଖୋଲି ବିରୋଧ କରି ସମାନ୍ତରାଳ କାର୍ଯ୍ୟକ୍ରମ ଚଲାଇଛନ୍ତି । ହେଲେ ପ୍ରଭାତ କିନ୍ତୁ ନଛୋଡବନ୍ଧା   । ପୁଅ ବା ଧର୍ମପତ୍ନୀ କାହାକୁ ନୁହେଁ, ସେ ନିଜେ ଲଢିବେ  । ପରୋକ୍ଷରେ କହିଛନ୍ତି ଯେ ଟିକଟ ମିଳୁ ବା ନମିଳୁ ସେ ଏଥର ଶେଷ ଲଢେଇ ଲଢିବେ  । ତେଣୁ ଦଳ ଏବେ ଅଡୁଆରେ  । ଯାହା ଆଗରୁ ଟିକେ ଦଳ କଠୋର ହୋଇ ଭାବୁଥିଲା, ହେଲେ ବୈଜୟନ୍ତ ଓ ଦାମ ବିଜେପି ଯିବା ପରେ ଦଳ ତାହାର ଆଭିମୁଖ୍ୟରେ ପୁନର୍ବିଚାର କରିବା ଆରମ୍ଭ କରିଛି  । ପ୍ରଭାତଙ୍କ ବ୍ୟତିତ ବିଜେଡି ତରଫରୁ ପୂର୍ବତନ ବିଧାୟକ ଘନଶ୍ୟାମ ସାହୁଙ୍କ ପୁତ୍ର ସବ୍ୟସାଚୀ ସାହୁ, ଶିକ୍ଷାବିତ୍ ବୈଦ୍ୟନାଥ ରାଉତ ଏବଂ ରାଜ୍ୟ ଯୁବବିଜେଡି ସାଧାରଣ ସମ୍ପଦକ ବିଶ୍ୱରଞ୍ଜନ ମହାନ୍ତି ଟିକେଟ୍ ହାତେଇ ନିର୍ବାଚନୀ ମଇଦାନକୁ ଓହ୍ଲାଇବା ପାଇଁ ସଜବାଜ ହେଉଥିବା ପ୍ରଥମ ଥର ପାଇଁ ଦେଖାଯାଇଛି । ଯୁବନେତା ବିଶ୍ୱରଞ୍ଜନ ମହାନ୍ତି ବିଭିନ୍ନ ଅଞ୍ଚଳ ଗସ୍ତ କରି ସଭାସମିତି ସହିତ ବାଇକ୍ ରାଲିକରି ଲଢ଼ିବେ ବୋଲି ଆଶାବାଦି ଥିବା ବେଳେ ‘ଏଥର ବି ନବୀନ’ କାର୍ଯ୍ୟକ୍ରମ ଜରିଆରେ ଚର୍ଚ୍ଚାରେ ରହିଛନ୍ତି ସେ । ସେହିପରି ସବ୍ୟସାଚୀ ସାହୁ ଏବଂ ବୈଦ୍ୟନାଥ ରାଉତ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମମାନ ଦଳୀୟ  ବ୍ୟାନରରେ ବ୍ୟାନରରେ କରୁଥିବା ଦେଖାଯାଇଛି । ହେଲେ ପ୍ରଭାତଙ୍କ "ଶେଷ ଲଢେଇ" ଦଳକୁ ଅଡୁଆ ସ୍ଥିତିରେ ପକାଇ ପାରେ 

ସେହିପରି ବିଜେପି ପୂର୍ବରୁ ନିର୍ବାଚନ ଲଢ଼ି ସାରିଥିଲେ ମଧ୍ୟ ଚଳିତ ନିର୍ବାଚନରେ ଶକ୍ତି ଯୋଗାଡ କରି ନିର୍ବାଚନକୁ ଓହ୍ଲେଇବାକୁ  ସଜବାଜ ହେଉଛି । କିନ୍ତୁ ଦଳର ଗୋଷ୍ଠୀ  କନ୍ଦଳ ଏବଂ ଆଶାୟୀଙ୍କ ଲମ୍ବା ଲାଇନ୍ ଯୋଗୁ କଂଗ୍ରେସ ଏବଂ ବିଜେଡିକୁ ଟକ୍କର ଦେବାଏତେ ସହଜ ହୋଇ ନପାରେ ବୋଲି ରାଜନୈତିକ ସମିକ୍ଷକମାନେ ମତଦେଉଛନ୍ତି । ଶୁଭ୍ରାଂଶୁ ମୋହନ ପାଢୀ, ସୁବଳ ବେହେରା, ଅଜୟ କୁମାାର ସ୍ୱାଇଁ, ପଦ୍ମଜା ଦେବତା ଏବଂ ନୂତନ କରି ପଦ୍ମଧରିଥିବା ଯୁବନେତା ତୁଷାାରକାନ୍ତ ଚକ୍ରବର୍ତ୍ତୀ ଟିକେଟ୍ ରେସରେ ରହିଥିବା ଜଣାଯାଇଛି । ଯୁବନେତା ତୁଷାର କାନ୍ତ ଚକ୍ରବର୍ତ୍ତୀ ବାଙ୍କୀ ବାରଙ୍ଗ ଯୁବକ ସଂଘ କରି ସଂଗଠନ କରିଥବା ବେଳେ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ପଦ୍ମଧରି ରାଜ୍ୟ ନେତାଙ୍କ ସହିତ ଯୋଗାଯୋଗରେ ରହିଛନ୍ତି । ସେହିପରି  ଶୁଭ୍ରାଂଶୁ ମଧ୍ୟ  ରାଷ୍ଟ୍ରୀୟ କୃଷକ ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପଦରେ ରହି ବିଜେପି ବ୍ୟାନରରେ ସାଂଗଠନିକ ଶକ୍ତି ବୃଦ୍ଧି ଲାଗାତାର ଭାବେ ଜାରି ରଖିଛନ୍ତି । ତେଣୁ ଯୁବନେତା ତୁଷାରକାନ୍ତ ଏବଂ ଶୁଭ୍ରାଂଶୁ ମଧ୍ୟରେ ଟିକେଟ୍ ଲଢେଇ ହୋଇପାରେ ବୋଲି ଆଲୋଚନା ହେଉଛି ।

 

 

0
0
0
s2sdefault