ହେଡଲାଇନସ୍:

 ବିଜେପି ଛାଡି ବିଜେଡିରେ ମିଶିଲେ ବିଜେପି ସଭାପତିଙ୍କ ପୁତୁରା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ବରଗଡ :- ବିଜେପି ର ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡା । ତାଙ୍କ ନିଜ ନିର୍ବାଚନ ମଣ୍ଡଳୀ ଓ ଘର ନୂଆପଡା । ଗତ କିଛି ମାସ ହେଲା ତାଙ୍କ ନିଜ ପୁତୁରା ଶ୍ରୀ ଟିଟୁ ପଣ୍ଡା ବିଜେପି ଦଳରୁ ନିଜକୁ ଦୁରେଇ ରଖିଥିଲେ । ଏପରିକି ଗତ ପଂଚାୟତ ନିର୍ବାଚନରେ ସେ ନିଜ ଦମରେ ନୂଆପଡା ଅଞ୍ଚଳରେ ବହୁ ସ୍ୱାଧୀନ ପ୍ରାର୍ଥୀ ଙ୍କୁ ଜିତାଇ ପାରିଥିଲେ। ଅଞ୍ଚଳ ରେ ଜଣେ ଜଣାଶୁଣା ଯୁବ ସମାଜସେବୀ ଓ ଫିଜିକାଲ ଟ୍ରେନର ଭାବରେ ସେ ବହୁତ ଲୋକପ୍ରିୟ । ଅନେକ ସମୟରେ ସେ ନିଜକୁ ବିଭିନ୍ନ ଜନ ଆନ୍ଦୋଳନରେ ସମିଲକରି ଯୁବ ସମାଜରେ ଗ୍ରହଣୀୟ ହେବା ସହିତ ନିଜର ଦୃଢ଼ ସାଙ୍ଗଠନିକ ଶକ୍ତି ର ପରିଚୟ ଦେଇ ସାରିଛନ୍ତି । ଶ୍ରୀ ଟିଟୁ ପଣ୍ଡା ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ନୂଆପଡା ର ପୂର୍ବତନ ବିଧାୟକ ଶ୍ରୀ ରାଜେନ୍ଦ୍ର ଢୋଲକିଆ ଙ୍କର ଉପସ୍ଥିତ ରେ ନିଜର 200ରୁ ଅଧିକ ସମର୍ଥକ ଙ୍କର ସହିତ ନବୀନ ନିବାସ ଠାରେ ବିଧିବଦ୍ଧ ଭାବରେ ବିଜୁ ଜନତା ଦଳରେ ଯୋଗଦାନ କରିଛନ୍ତି । ଶ୍ରୀ ପଣ୍ଡାଙ୍କର ବିଜେଡି ରେ ଯୋଗଦାନ ଆଗାମୀ ଦିନରେ ନୂଆପଡ଼ା ଅଂଚଳରେ ବିଜେଡ଼ି କୁ ନିଶ୍ଚିତ ଭାବରେ ଶକ୍ତିଶାଳୀ କରିବ ବୋଲି ନୂଆପଡା ଜିଲ୍ଲାର ବିଜେଡି କର୍ମକର୍ତା ମାନେ ଜଣାଇଛନ୍ତି ।।

 

0
0
0
s2sdefault