ହେଡଲାଇନସ୍:

ଭାରତୀୟ ଜନତା ପାର୍ଟିର ବରିଷ୍ଠ  ନେତା ଚନ୍ଦ୍ରଶେଖର ପଣ୍ଡା କୋରେଇ ଟିକେଟ ପାଇଁ ପ୍ରମୁଖ  ଦାବିଦାର ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବ୍ୟାସନଗର: (ଜୟଶଙ୍କର ଦାଶ)ବରିଷ୍ଠ ଆଇନଜୀବି ଚନ୍ଦ୍ରଶେଖର ପଣ୍ଡା କୋରାଇ ରାଜନୀତିରେ ପୁରୁଣା ମୁହଁ । ଦୀର୍ଘ ପଚିଶ ବର୍ଷରୁ ଉଦ୍ଧ୍ୱର୍ ସମୟ ଧରି ସେ ଭାରତୀୟ ଜନତା ପାର୍ଟିର ଜଣେ ଶୃଙ୍ଖଳିତ ସଦସ୍ୟ ଭାବେ କାର୍ଯ୍ୟ କରି ଆସୁଛନ୍ତି । ୧୯୭୬ ମସିହାରୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଜଣେ ନିରଳସ କର୍ମୀ ଭାବେ ସେ ଅଜସ୍ର ଶୁଭେଚ୍ଛା ସାଉଁଟିଛନ୍ତି । ଜିଲ୍ଲାର ଜଣେ ଆଗଧାଡ଼ିର ଓକିଲଭାବେ ସେ ସାଧାରଣ ଲୋକଙ୍କର ନିକଟରେ । ଓକିଲାତି ତାଙ୍କ ପାଇଁ ବ୍ୟବସାୟ ନୁହେଁ । ଏହା ଏକ ମିଶନ । ଯାଜପୁର ରୋଡ଼ ବାର୍ ଆସୋସିଏସନର ସଭାପତି, ନିଖିଳ ଓଡ଼ିଶା ଆଇନଜୀବୀ ସଂଘର ଉପସଭାପତି ତଥା ଉପଦେଷ୍ଟା, ଭାରତୀୟ ଜନତା ପାର୍ଟି ର ବ୍ୟାସନଗର ମଣ୍ଡଳ ସଭାପତି ଓ ଜିଲା ଉପସଭାପତି ଶ୍ରୀମା ଶ୍ରୀ ଅରବିନ୍ଦ ସୋସାଇଟିର ଟ୍ରଷ୍ଟବୋଡର଼୍ ସଦସ୍ୟ ବିଭିନ୍ନ ଶିକ୍ଷାନୁଷ୍ଠାନର ପରିଚାଳନା ସମିତି ସଦସ୍ୟ, ଶିକ୍ଷାବିକାଶ ସମିତିର ଯାଜପୁର ଜିଲ୍ଲା ପ୍ରମୁଖ ଭାବେ ସୁଚାରୂରୂପେ ଦାୟିତ୍ୱ ସଂପାଦକ କରିଛନ୍ତି । ବ୍ୟାସନଗର ଗୋଶାଳାର ସାଧାରଣ ସଂପାଦକ ଭାବେ ଦୀର୍ଘ କୋଡ଼ିଏ ବର୍ଷ ଧରି ପ୍ରଭୂତ ଉନ୍ନତି ସାଧନ କରିଛନ୍ତି । ଯାଜପୁର ରୋଡ଼ଠାରେ କୋର୍ଟ ପ୍ରତିଷ୍ଠା  ତଥା ସେଣ୍ଟ୍ରାଲ ସ୍କୁଲ ପ୍ରତିଷ୍ଠାରେ ଶ୍ରୀ ପଣ୍ଡାଙ୍କର ଅବଦାନ ଅନସ୍ୱୀକାର୍ଯ୍ୟ । ଜିଲ୍ଲା ଆନେ୍ଦାଳନର ଜଣେ ସଫଳ ବିନ୍ଧାଣୀ ଏବଂ ନିକଟ ଅତୀତରେ ପାଣିକୋଇଲିଠାରେ ମେଡ଼ିକାଲ କଲେଜ ପ୍ରତିଷ୍ଠା ପାଇଁ ଚାଲିଥିବା ଜନଆନ୍ଦୋଳନର ଆବାହକ ଭାବେ ସେ ସାଧାରଣରେ ନିଜସ୍ୱ ପରିଚୟ ସୃଷ୍ଟି କରିଛନ୍ତି । ବ୍ୟାସନଗର ନାଗରିକ କମିଟିର ଉପସଭାପତି ତଥା ସିଭିଲ ସୋସାଇଟି ପ୍ରତିଷ୍ଠାତା ସଦସ୍ୟ ଭାବେ ଶ୍ରୀ ପଣ୍ଡା ଏବେ କାର୍ଯ୍ୟରତ । ଭାରତୀୟ ଜନତା ପାର୍ଟିର ଟିକଟ ଦୌଡ଼ରେ ସେ ଏବେ ପ୍ରମୁଖ ଦାବିଦାର ଭାବେ ଉଭା ହୋଇଛନ୍ତି । ସୁଯୋଗ ମିଳିଲେ ସେ ଦଳପାଇଁ କଳାଘୋଡ଼ା ଯେ ସାବିତ୍ ନହେବେ ସେ କଥା କିଏ କହିବ?

0
0
0
s2sdefault