ହେଡଲାଇନସ୍:

 ଦାମ ଗାଇବେ ପଦ୍ମତୋଳା, ଧରିଲେ ପଦ୍ମ 

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ବିଜେଡିରୁ ବିତାଡିତ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ ଶେଷରେ ପଦ୍ମ ଧରିଛନ୍ତି | ସେ ଆଜି ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି | ବିଜେପିର ଓଡିଶା ପ୍ରଭାରୀ ଅରୁଣ ସିଂ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଉପସ୍ଥିତିରେ ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି | ସୂଚନାଯୋଗ୍ୟ ଯେ ବିଜେପି ମହିଳା ମୋର୍ଚାର ସଦସ୍ୟାମାନେ ଦାମ ବାବୁଙ୍କୁ ଚୁଡ଼ି ଶଙ୍ଖା ଦେବାପାଇଁ ତାଙ୍କ ବାସଭବନ ପର୍ଯ୍ୟନ୍ତ ଯାଇଥିଲେ | ଦାମ ବିଜେପିର ଜନୈକ ନେତ୍ରୀଙ୍କୁ " ସ୍ୱାମୀ ଛାଡି ଅଙ୍ଗନବାଡି" ବୋଲି କହିଥିଲେ | ବିଜେପିର ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଦାମ ବାବୁଙ୍କୁ ଶ୍ରୀଖଣ୍ଡୀ ବୋଲି କହିଥିଲେ | 

ପାରାଦୀପରେ ମୋଟାମୋଟି ବାପପୁଅ ମୁହାମୁହିଁ ହୋଇପାରନ୍ତି  ନିର୍ବାଚନରେ | ନା ଯଦି ସେ ଏରସମା ବାଲିକୁଦାରୁ ଲଢ଼ିବାକୁ ଯଦି ଜିଦ ଧରନ୍ତି ତେବେ ସେ ସମୀକରଣ ବି ଭିନ୍ନ ହୋଇ ପାରେ | ପୁଅଙ୍କୁ ଟିକଟ ବି ନମିଳି ପାରେ  ବାପପୁଅ କଳି ହେଇଥିଲା ଆଜି ଏଇ ପ୍ରସଙ୍ଗକୁ ନେଇ | ରାଜେନୀତିକୁ କ୍ୟାରିୟର କରିବାକୁ ସ୍ବପ୍ନ ଦେଖିଥିବା  ପୁଅ କହୁଥିଲେ ମୁ ଲଢ଼ିବି, ହେଲେ  ପରିଣତ ବୟସ୍କ ଦାମଙ୍କ ଜିଦ ସେ ଲଢ଼ିବେ | ହେଲେ ବାପାଙ୍କ ଜିଦ ପାଇଁ ପୁଅଙ୍କ ବିଧାୟକ ହେବ ସ୍ବପ୍ନ ସ୍ୱପ୍ନରେ ରହିଯିବାର ଆଶଙ୍କା ସୃଷ୍ଟି ହୋଇଛି | କେବଳ ଡା ନୁହେ, ମଚ ଟ୍ୟାଲେଣ୍ଟେଡ ଝିଅର ରାଜନୈତିକ ଅଭିପ୍ସାରେ ପ୍ରଶ୍ନଚିହ୍ନ ଲାଗିଯାଇପାରେ ଦାମବାବୁଙ୍କ ଆଜିର ଏଇ ନିଷ୍ପତ୍ତି ଦ୍ୱାରା | 

 

0
0
0
s2sdefault