ହେଡଲାଇନସ୍:

କିଏ କରିବ ସୁଶାନ୍ତଙ୍କ "ଲୋକପ୍ରିୟତା"ର ବ୍ୟୁହ ଭେଦ !!!!

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

     ବରଗଡ :- ବରଗଡ ଜିଲ୍ଲାରେ ମୋଟ 5 ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀ ରହିଛି । ଆସନ୍ତା 18 ତାରିଖ ଦିନ ବରଗଡ ଲୋକସଭା ଓ ଲୋକସଭା ଅନ୍ତର୍ଗତ 7 ଟି ବିଧାନସଭା ଯଥା ପଦ୍ମପୁର , ବିଜେପୁର , ଭଟଲି , ବରଗଡ , ଅତବିରା , ଝାରସୁଗୁଡା ଓ ବ୍ରଜରାଜନଗର ରେ ବିଧାନସଭା ପାଇଁ ଭୋଟ ଗ୍ରହଣ କରାଯିବ । ଚଳିତ ଥର ବରଗଡ଼ ଜିଲ୍ଲାରେ ସବୁ ନିର୍ବାଚନ ମଣ୍ଡଳୀରେ ଲଢେଇ ଜୋରଦାର ହେବାର ଅନୁମାନ କରାଯାଉଥିବା ବେଳେ ମୁଖ୍ୟ ଲଢେଇ ଦେଖିବାକୁ ମିଳିବ ଭଟଲି ନିର୍ବାଚନ ମଣ୍ଡଳୀ ରେ ବୋଲି ଜିଲ୍ଲା ସାରା ଚର୍ଚ୍ଚା ହେଉଛି । କାରଣ ଭଟଲି ନିର୍ବାଚନ ମଣ୍ଡଳୀକୁ ବର୍ତମାନ ବିଧାନସଭାରେ ପ୍ରତିନିଧିତ୍ଵ କରୁଛନ୍ତି ଅଂଚଳର ପ୍ରିୟ ଯୁବନେତା ତଥା ମାନ୍ୟବର ଶ୍ରମ ଓ ଶକ୍ତି ମନ୍ତ୍ରୀ ସୁଶାନ୍ତ ସିଂହ । ହେଲେ ଆଜିକା ସ୍ଥିତିରେ ଲୋକ ପ୍ରିୟତା ଓ ପ୍ରାର୍ଥୀତ୍ୱକୁ ନେଇ ସୁବିଧାଜନକ ସ୍ଥିତିରେ ଅଛନ୍ତି ମନ୍ତ୍ରୀ ସୁଶାନ୍ତ | ଲୋକ ପ୍ରିୟତାରେ ଅନ୍ୟ ମାନଙ୍କ ତୁଳନାରେ ପାଦେ ଆଗରେ ଥିବା ବେଳେ ପ୍ରାର୍ଥୀ ଚୟନରେ ଆଗରେ ଅଛନ୍ତି | କାରଣ କାଟନା ବିଜେପି କଂଗ୍ରେସରେ ପ୍ରାର୍ଥୀତ୍ୱକୁ ନେଇ ଏ ଅନିଶ୍ଚିତତା ସୃଷ୍ଟି ହୋଇ ଥିବା ବେଳେ ନବୀନ ବାବୁଙ୍କ ୟଙ୍ଗ ବ୍ରିଗେଡର ଭରସାଯୋଗ୍ୟ ଷ୍ଟ୍ରାଇକର ସୁଶାନ୍ତଙ୍କ ଟିକେଟ ଆପାତତଃ ପକ୍କା |

            ସୁଶାନ୍ତ ସିଂହ ଗତ 2009 ରେ ପ୍ରଥମ ଥର ପାଇଁ ପ୍ରତାକ୍ଷ ରାଜନୀତିରେ ପଦାର୍ପଣ କରି ନବ ଗଠିତ ଭଟଲି ନିର୍ବାଚନ ମଣ୍ଡଳୀ ରୁ ବିଜୁ ଜନତା ଦଳର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ି ପଶ୍ଚିମ ଓଡିଶାର ଦୁଇଜଣ ବଳଶାଳୀମନ୍ତ୍ରୀ ଙ୍କୁ ହରାଇ ନିର୍ବାଚନ ଜିତି ଇତିହାସ ରଚିଥିଲେ । ପରବର୍ତୀ 2014 ରେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ଶ୍ରୀ ସୁଶାନ୍ତ ମିଶ୍ର ଙ୍କର ଠାରୁ ପ୍ରାୟ ଦୁଇ ଗୁଣ ଭୋଟ ପାଇଁ ବିଜୟ ଲାଭ କରିଥିଲେ । 2014 ରେ ଶ୍ରୀ ସିଂ ଙ୍କୁ ସତୁରି ହଜାର ରୁ ଅଧିକ ଭୋଟ ମିଳିଥିବା ବେଳେ ଶ୍ରୀ ମିଶ୍ରଙ୍କୁ 37 ହଜାର ଭୋଟ ମିଳିଥିଲା । ବିଜେପି ର ପ୍ରାର୍ଥୀ ଶ୍ରୀ ସୌରୀ ଚରଣ ବାରିକଙ୍କୁ ଅଣତିରିସ ହଜାର ଓ କଂଗ୍ରେସର ପ୍ରାର୍ଥୀ ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରକାଶ ଦେବତା ଙ୍କୁ ମାତ୍ର ଦଶ ହଜାରରୁ କିଛି ଉର୍ଦ୍ବ ଭୋଟ ମିଳିଥିଲା । 

        ବର୍ତମାନର ପରିସ୍ଥିତି କୁ ସମୀକ୍ଷା କଳେ ଜଣା ପଡ଼ୁଛି ଯେ ବିଜେଡି ରୁ ସୁଶାନ୍ତ ସିଂହ ପୁଣିଥରେ ଟିକେଟ ପାଇବା ଏକ ପ୍ରକାର ସୁନିଶ୍ଚିତ । ସେଇଭଳି କଂଗ୍ରେସ ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରକାଶ ଚନ୍ଦ୍ର ଦେବତା ଙ୍କର ସୁପୁତ୍ର ଶ୍ରୀ ସତ୍ୟ ନାରାୟଣ ଦେବତା (ବାବଲୁ) ଙ୍କୁ ଟିକେଟ ଦେଇ ପାରେ । ହେଲେ ବିଜେପି କାହାକୁ ଟିକେଟ ଦବ ସେ ହିସାବ ଏବେବି ଛିଣ୍ଡି ନାହିଁ । ଏଠାରେ ସୂଚନାଯୋଗ୍ୟ ଯେ ଭଟଲି ନିର୍ବାଚନ ମଣ୍ଡଳୀର ଟିକେଟ ଦେବା ପୂର୍ବରୁ ବିଜେପି ନିଶ୍ଚିତ ଭାବରେ ଗତ ବିଜେପୁର ଉପନିର୍ବାଚନର ପରିଣାମ କୁ ଆଖି ଆଗରେ ରଖିବ । କାରଣ ବିଜେପୁର ଉପନିର୍ବାଚନରେ ବିରୋଧୀମାନଙ୍କ ଶୋଚନୀୟ ପରାଜୟ ପାଇଁ ଆଜି ଭି ବିରୋଧୀ ପ୍ରତ୍ୟକ୍ଷ ଭାବରେ ସୁଶାନ୍ତ ସିଂହଙ୍କ ରଣନୀତିକୁ ଦାୟୀ  କରୁଛନ୍ତି । ଏପଟେ ଭଟଲି ନିର୍ବାଚନ ମଣ୍ଡଳୀରେ  ବିଜେପିର ଆଶାୟୀ  ପ୍ରାର୍ଥୀଙ୍କ ତାଲିକା ବେଶ ଲମ୍ବା । ଗତଥର ସ୍ୱାଧୀନ ଭାବରେ ନିର୍ବାଚନ ଲଢ଼ିଥିବା  ଶ୍ରୀ ସୁଶାନ୍ତ ମିଶ୍ର ବିଜେପିରେ ମିଶି ସାରିଛନ୍ତି । ସେ ଗତ ନିର୍ବାଚନ ସମୟରେ ଦୁଇ ନମ୍ବର ଥିଲେ । ତେଣୁ ଦଳରେ ସେ ଟିକଟ ପାଇଁ ପ୍ରମୁଖ ଦାବିଦାର | ଗତ ନିର୍ବାଚନ ସମୟରେ ବିଜେପି ର ପ୍ରାର୍ଥୀ ହେଇଥିବା ଶ୍ରୀ ସୌରୀ ଚରଣ ବାରିକ , ସୋହେଲା ଅଂଚଳରେ ବହୁ ପୂର୍ବରୁ ବିଜେପି , RSS , ବଜରଙ୍ଗ ଦଳ ସହିତ ଜଡିତ ଥିବା ଗିରିଜେଶ ଖାଡଙ୍ଗା , ଦଳର ଟାଣୁଆ  ଯୁବନେତା ଇରାଶିଷ ଆଚାର୍ଯ୍ୟ ପ୍ରମୁଖ ବରାବର ଟିକେଟ ରେଶ ରେ ଅଛନ୍ତି । ଏହି ପରିସ୍ଥିତିରେ ଯେକୋଣସି ଜଣକୁ ଟିକେଟ ପ୍ରଦାନ କରି ଅସୁନ୍ତୁଷ୍ଟଙ୍କୁ କାବୁରେ ରଖିବା ପାର୍ଟି ପାଇଁ ନିଶ୍ଚିତ ଭାବରେ ବଡ ଚାଲେଞ୍ଜ ସମ୍ମୁଖୀନ ହୋଇପାରେ |  

      ନିଃସନ୍ଦେହ ସୁଶାନ୍ତଙ୍କ ଲୋକପ୍ରିୟତା ଆଜି ବି ଅତୁଟ, ଲୋକଙ୍କ ସୁଖ ଦୁଃଖରେ ସେ ଠିଆ ହେବା ସହ ଅଂଚଳ ପାଇଁ ଅନେକ ବିକାଶମୂଳକ କାମ ହାତକୁ ନେଇଛନ୍ତି | ବିଗତ ଦଶ ବର୍ଷରେ ପ୍ରଥମେ ବିଧାୟକ ଓ ପରେ ମନ୍ତ୍ରୀ ଭାବରେ ସୁଶାନ୍ତ ସିଂହ ଯେଉଁ ସୁନାମ ଓ ଲୋକପ୍ରିୟତା ଅର୍ଜନ କରିଛନ୍ତି ତାକୁ ଟକ୍କର ଦେବା ନିଶ୍ଚିତ ଭାବରେ ଅନ୍ୟ ପ୍ରାଥୀଙ୍କ ପାଇଁ କାଠିକର ପାଠ ହୋଇଯାଇ ପାରେ | ତଥାପି ଏହା ନିର୍ବାଚନ, ସବୁ ଦଳ ଓ ସବୁ ନେତା ସେମାନଙ୍କ ନିର୍ବାଚନୀ ଚାଲ ଖେଳିବେ |  ହେଲେ ଏବେ ଅଂଚଳର ଭୋଟର ହିଁ ଚିନ୍ତା କରିବେ ଯେ ସେମାନେ କାହାକୁ ସେବା କରିବାର ସୁଯୋଗ ଦେବେ । କାରଣ ବର୍ତମାନ ଜନତା ହି ଜନାର୍ଦନ ।

0
0
0
s2sdefault