ହେଡଲାଇନସ୍:

ପଦ୍ମ ଛାଡି  ଶଙ୍ଖ ଧରିଲେ ବିଜେପି ନେତା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ହଜାରେରୁ ଅଧିକ ସମର୍ଥକଙ୍କ ସହବିଜେଡିରେ ଯୋଗଦେଲେ ବିଶୋୟୀ ବିଜେପି ନେତା ରାମ କୁମାର ସୋରେନ୍‍ 

ଭୁବନେଶ୍ୱର:  ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ମୟୂରଭଞ୍ଜ ଜିଲ୍ଲା ସାରସକଣା ନିର୍ବାଚନ ମଣ୍ଡଳୀର ବିଶୋୟୀ ମଣ୍ଡଳ ଅନୁସୂଚିତ ଜନଜାତି ମୋର୍ଚ୍ଚା ସଭାପତି ଶ୍ରୀ ରାମ କୁମାର ସୋରେନ୍‍ ତାଙ୍କର ୧ ହଜାରରୁ ଊଦ୍ଧ୍ୱ ସମର୍ଥକଙ୍କ ସହ ନବୀନ ନିବାସରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି । ଏହାବ୍ୟତୀତ ବିଶୋୟୀ ମଣ୍ଡଳ ବିଜେପି ସଂଖ୍ୟାଲଘୁ ସଭାପତି ସାହେବ ଅଲ୍ଲୀ ଖାଁ, ବିଜେପି ଅନୁସୂଚିତ ଜାତି ବିଶୋୟୀ ମଣ୍ଡଳ ମୋର୍ଚ୍ଚା ସଭାପତି ପଙ୍କଜ କୁମାର ପାତ୍ର, ବିଜେପି ମହିଳା ମଣ୍ଡା ଜୋନ୍‍ ସଭାନେତ୍ରୀ ଜୟନ୍ତୀ ପାତ୍ର, ବିଜେପି ଯୁବ ବିଶୋୟୀ ବ୍ଲକ ସଭାପତି ନାରାୟଣ ହେମ୍ବ୍ରମ୍‍, ଅନୁସୂଚିତ ଜନଜାତି ମଣ୍ଡା ଜୋନ୍‍ ସଭାପତି ଶେଖର ମହାବୀ, ବିଜେପି ମହିଳା ସଂଖ୍ୟାଲଘୁ ବ୍ଲକ ସଭାପତି ପୱନ ବିବି ପ୍ରମୁଖ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ।

ବିଜେଡି ପ୍ରତି ଆସ୍ଥା ପ୍ରକଟ କରି ଦଳରେ ଯୋଗ ଦେଇଥିବା ଶ୍ରୀ ସୋରନ୍‍ଙ୍କୁ ମାନ୍ୟବର ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ସ୍ୱାଗତ କରିବା ସହ କହିଥିଲେ ଯେ ଆଜି ଶ୍ରୀ ସୋରନ୍‍ଙ୍କ ସହ ବହୁ ବିଜେପି ନେତା ବିଜୁ ଜନତା ଦଳରେ ଯୋଗ ଦେଇଥିବାରୁ ମୁଁ ବହୁତ ଖୁସି । ଏହି ଯୋଗଦାନ ମୟୂରଭଞ୍ଜ ଜିଲ୍ଲା ସହ ସାରସକଣା ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳର ଶକ୍ତି ବୃଦ୍ଧି ହେବାରେ ସହାୟକ ହେବ ।

ଯୋଗଦେବା ଅବସରରେ ଶ୍ରୀ ସୋରନ୍‍ କହିଥିଲେ ଯେ ମୁଁ ଦୀର୍ଘଦିନ ହେଲା ବିଜେପିରେ ରହି କାମ କରିଆସୁଥିଲି । କିନ୍ତୁ ଆମ ପ୍ରତି କିମ୍ବା ଆମ ବର୍ଗଙ୍କ ପ୍ରତି ଦଳ ପକ୍ଷରୁ କୌଣସି ଗୁରୁତ୍ୱ ଦିଆଗଲା ନାହିଁ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅନୁସୂଚିତ ଜନଜାତିଙ୍କ ପ୍ରତି ଥିବା ପ୍ରତିବଦ୍ଧତା ଏବଂ ବିକାଶମୂଳକ ପଦକ୍ଷେପରେ ମୁଁ ଅନୁପ୍ରାଣିତ ହେବା ସହିତ ଆମର ସମସ୍ତ ମଣ୍ଡଳ ସଭାପତିମାନେ ମଧ୍ୟ ଆକୃଷ୍ଟ ହୋଇଛନ୍ତି । ସେଥିଲାଗି ସାରସକଣା ନିର୍ବାଚନ ମଣ୍ଡଳୀର ୭ଟି ମଣ୍ଡଳ ସଭାପତିଙ୍କ ସହ ୧ ହଜାରରୁ ଊଦ୍ଧ୍ୱର୍ ବିଜେପି କର୍ମୀ ଆଜି ବିଜୁ ଜନତା ଦଳରେ ଯୋଗଦେଲୁ ।

ଆଜିର ଏହି କାର୍ଯ୍ୟକ୍ରମରେ ମୟୂରଭଞ୍ଜ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ବିଧାୟକ ଡ. ଅରୁଣ କୁମାର ସାହୁ, ବିଧାୟକ ପ୍ରଣବ ପ୍ରକାଶ ଦାସ, ସାରସକଣା ବିଧାୟକ ଭାଦବ ହାଁସଦା, କଣ୍ଟାମାଳ ବିଧାୟକ ମହିଧର ରଣା, ବିଶୋୟୀ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ତୁଳସୀ ସିକିରୀ ହାଁସଦା, ବ୍ଲକ ଯୁବ ବିଜେଡି ସଭାପତି କ୍ଷୀରୋଦ ନନ୍ଦ, ରାଜ୍ୟ ସଂପାଦକ ପ୍ରୀତିରଞ୍ଜନ ସାହୁ, ରାଜ୍ୟ ସଂଗଠନ ସଂପାଦକ ପ୍ରକାଶ ଡାଙ୍ଗ, ଯୁବନେତା ଅବିନାଶ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault