ହେଡଲାଇନସ୍:

ବିଡିଏରେ ଯୋଗ ଦେଉନାହାନ୍ତି ବୁନୁ, ବିଜେପି ଯିବେ ବୋଲି ଦାଣ୍ଡରେ ହାଟରେ ଚର୍ଚା 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଭୁବନେଶ୍ୱର: ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନା ଓରଫ ବୁନୁଙ୍କୁ କୁଆଡେ ଏବେ ବିଜେଡି ଉପରେ ଖପ୍ପା | ତୃତୀୟ ମହଲା ବାବୁଙ୍କ ଉପରେ ଭାରି ଜୋରରେ ରାଗ | ଯେହେତୁ ଟିକଟ ମିଳିବାର ଚାନ୍ସ ନାହିଁ, ତେଣୁ ଦଳରେ ବି ସେ ରହିବାକୁ ଚାହୁଁନାହାନ୍ତି | ଆଉ ସେଠି ପାଇଁ ବିଡିଏରେ ଯୋଗ ଦେଇନାହାନ୍ତି । ଆଇଆରସିରେ ରହୁଥିବା ବିଜେପି ନେତ୍ରୀଙ୍କ ସହ ଯୋଗାଯୋଗରେ ଅଛନ୍ତି, ଆଉ ଖୁବ ଶୀଘ୍ର ବିଜେପିରେ ଜଏନ କରିବେ | ଏ  ଖବର ଏବେ ଖଟି ମାନଙ୍କରେ ଚର୍ଚ୍ଚା ହେଉଛି | କେତେ ସତ କେତେ ମିଛ ତାହା ବୁନୁଙ୍କୁ ଜଣା ଆଉ ଆଗାମୀ ସମୟ କହିବା । ହେଲେ ଏବେ ଯେଉଁ ଋତୁ ଚାଲିଛି ନା କେତେବେଳେ କଣ ଘଟିବ, କିଏ କେଉଁଠିକୁ ଯିବ କାହାକୁ କଣ ବାସିବ ତାହା କହିବା କଷ୍ଟକର |  ସେ ବିଜେପିରେ ଯାଇ ଉତ୍ତର ନିର୍ବାଚନ ମଣ୍ଡଳୀରେ ଠିଆ ହେବେ ବୋଲି ଚର୍ଚା | ଯଦି ଚର୍ଚ୍ଚାରେ କିଛିଟା ସତ୍ୟତା ଥାଏ ତେବେ ବୁନୁ ବଜେପି ପାଇଁ ଆସେଟ ହେବେ କି ବଡର୍ନ ! ନିଃସନ୍ଦେହ ବୁନୁ ଜଣେ ଭଲ ସଂଗଠକ । ଭୁବନେଶ୍ୱର ଉତ୍ତର ରେ ସେ ନିଜ ପାଇଁ ଭଲ  ବେସ ବି କରିଛନ୍ତି । ହେଲେ ସେ ବିଜେଡି ଛାଡି ବିଜେପି ଯିବେ ବୋଲି ଯେଉଁ ଚର୍ଚା ହେଉଚ୍ଜି ତାହା ଏତେ ସହଜ ନୁହେଁ କି ଚତୁର ବୁନୁ ସେଭଳି କିଛି ଚିନ୍ତା ନ କରି ପାରନ୍ତି । 

ସେକ୍ସ ସିଡ଼ିରେ ଛନ୍ଦି ହୋଇଥିବା ତଥା ଏକ ହତ୍ୟା ମାମଲାରେ ଯୋଡି ହୋଇଥିବା ବୁନୁଙ୍କୁ ଭୁବବେଶ୍ୱର ନିର୍ବାଚନରୁ ଦୁରେଇ ରଖିବା ପାଇଁ  ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ)ର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଥିଲା |  ତାହା ହେବ ପରେ ଜଳ ଜଳ ଦେଖା ଯାଉଥିଲା ଯେ,  ତାଙ୍କୁ ବିଧାୟକ ଟିକଟ ମିଳିବନି ତାହେଲେ ! ତାଙ୍କର ଯେଉଁ ଆଶା ଥିଲା ଉତ୍ତର ନିର୍ବାଚନ ମଣ୍ଡଳୀରୁ ପ୍ରିୟଙ୍କୁ ହଟାଇ ଜିଦରେ ଯେଉଁ ଯୋଜନା କରିଥିଲେ ତାହା ଅଧାରେ ରହିଯିବ | ମିଳିଥିବା ତଥ୍ୟ ଅନୁଯାୟି  କିଛି ଇଂଟରନାଲ ରିପୋର୍ଟ ଆସିଲା ଯେ ଭୁବନେଶ୍ୱରରେ ବୁନୁ ନିର୍ବାଚନ ବିଧାୟକ ଭାବେ ଠିଆ ହେଲେ ତାହାର ପ୍ରଭାବ ଭୁବନେଶ୍ୱର ଲୋକ ସଭା ନିର୍ବାଚନ ମଣ୍ଡଳୀ ଉପରେ ପଡିବ ବୋଲି !!  କାରଣ  ସେ ଯେଉଁ ବିବାଦରେ ଛନ୍ଦି ହୋଇଥିଲେ, ତାହାକୁ ବିରୋଧୀ ଈସୁ କରିବ |  ମହାନଗର ନିଗମ ନିର୍ବାଚନ ବିଧାନସଭା ନିର୍ବାଚନ ଆଗରୁ ହୋଇଥିଲେ ବି ସେ ପ୍ରସଙ୍ଗ ଉଠିଥାନ୍ତା | ଏଭଳି ସୂଚନା ପାଇଁ  ନିର୍ବାଚନରୁ ବା ଏପରିକି ପ୍ରଚାରରୁ ଦୁରେଇ ରଖିବା ତାଙ୍କୁ ବିଡିଏ ରେ ନିଯୁକ୍ତି ଦେଇଥିଲା ବିଜେଡି |   

ଏହା ପରେ ମେୟରଙ୍କ ଶିବିରରେ ଶିବିରରେ  ନିରାଶା ଖେଳିଯାଇଥିଲା  | ମୁଖ୍ୟମନ୍ତ୍ରି ଯେଉଁ ଦାୟିତ୍ୱ ଦେଇଛନ୍ତି ତାକୁ ସୁଚାରୁ ରୂପେ ତୁଲାଇବି ବୋଲି କହିଲେ ସିନା, ମୁହଁରେ ଜମା ସନ୍ତୁଷ୍ଟି ନଥିଲା | ଯେହେତୁ ବିଜେଡି ନେତୃତ୍ୱ କୌଣସି ମତ ପରିବର୍ତ୍ତନ କଲେ ନାହିଁ, ତେଣୁ ବୁନୁ କୁଆଡେ ବାବୁ ସିଂଙ୍କ ପରି ବିଜେପିରେ ଯୋଗ ଦେବେ | ହେଲେ ବିଜେପି କେତେଦୂର  ଦୁଇଟି ବିବାଦୀୟ ମାମଲାରେ ଛନ୍ଦି ହୋଇଥିବା ବୁନୁଙ୍କୁ ଗ୍ରହଣ କରିବ ତାହା ଏବେ କୋଟିଏ ତାଙ୍କର ପ୍ରଶ୍ନ | ବାବୁ ଜଣେ ନିଷ୍କଳଙ୍କ ନେତା, ଭଲ ସଂଗଠକ | ହେଲେ ବୁନୁ ଜଣେ  ଭଲ ସଂଗଠକ, କେଲେ ବିବାଦରେ ଛନ୍ଦି ହୋଇଛନ୍ତି,  ଯାହାକୁ ସର୍ବାଧିକ ବିରୋଧ କରି ଆନ୍ଦୋଳନ କରିଥିଲା ବିଜେପି | ଇତିଶ୍ରୀ ହତ୍ୟା ଘଟଣାର ଅନ୍ୟତମ ଅଭିଯୁକ୍ତ ବୋଲି ସିବିଆଇ ତଦନ୍ତର ସମ୍ମୁଖୀନ ହୋଇଥିବା ଜଣେ ନେତକୁ ନେଇ ଅପବାଦ ସହୁଥିବା ବିଜେପି ଦୁଇଟି ସଙ୍ଗିନ ବିବାଦରେ ଛନ୍ଦି ହୋଇଥିବା ପୂର୍ବତନ ମେୟର ବୁନୁଙ୍କୁ କେତେଦୂର ଗ୍ରହଣ କରିବ( ଯଦି ବଜାର ହାଟରେ ହେଉଥିବା ଚର୍ଚ୍ଚା ଯଦି ସତ ) ତାହା ଦେଖିବାକୁ ବାକି ରହିଲା |  ବୁଣୁଙ୍କ ସହ କଥା ହେବ ପାଇଁ ଉଦ୍ୟମ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇ ପାରିନାହିଁ | 

0
0
0
s2sdefault