ହେଡଲାଇନସ୍:

ମୋଦିଙ୍କ ଗରିବ କଲ୍ୟାଣ ପାଇଁ ଓଡିଶାବାସୀ ଏଥର ବିଜେପିକୁ ଦିଲ୍ଲୀ ଓ ଭୁବନେଶ୍ୱରରେ ଡବଲ ଇଞ୍ଜିନ ସରକାର ଦେବେ - ଧର୍ମେନ୍ଦ୍ର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଆସ୍କା, ଖଲ୍ଲିକୋଟ ଓ ରଣପୁର ବିଜୟ ସଂକଳ୍ପ ସଭାରେ କେନ୍ଦ୍ରମନ୍ତ୍ରୀ

 କାଳିଆ ଯୋଜନାରେ କିଏ ଲାଭ ପାଇଲା କାହାକୁ ଜଣାନାହିଁ

 ରାଜ୍ୟରେ ଚାଲିଥିବା ଅଫିସର ରାଜ ସମୟ କାଳପୂରିଆସିଲାଣୀ

 ଅପାରଗ, ସ୍ଥାଣୁ, ଭ୍ରଷ୍ଟାଚାରୀ, ସମ୍ବେଦନହୀନ ରାଜ୍ୟ ସରକାର ବଦଳିବା ଦରକାର

 ମୋଦିଙ୍କ ଲୋକପ୍ରୟିତା କାରଣରୁ ପ୍ରଧାନମନ୍ତ୍ରୀ କିଷାନ୍ ଯୋଜନାରୁ ଓଡିଆ ଚାଷୀ ବଂଚିତ

 ମୁଖ୍ୟମନ୍ତ୍ରୀ ୨୦ ବର୍ଷ ପରେ ମଧ୍ୟ ନିଜ ଗୃହ ଜିଲ୍ଲାରେ ସମସ୍ୟାର ସମାଧାନ କରିପାରିନାହାନ୍ତି

 ବିଜୁ ଜନତା ଦଳର ଲୋକମାନେ ଶହୀଦ ପରିବାରକୁ ଅପମାନିତ କରି ଦେଶରେ ନାଁ ପକାଇଲେ

 ଓଡିଶାରେ ମାନ୍ୟବରଙ୍କ ଚେଲା ଚେପାଟିମାନଙ୍କୁ ହାତଗୁଞ୍ଜା ନଦେଲେ ଘର ତିଆରି ହେଇପାରୁନାହିଁ

ଭୁବନେଶ୍ୱର/ଆସ୍କା/ ଖଲ୍ଲିକୋଟ / ଋଣପୁର – ଗରିବ ପରିବାରର ବିକାଶ କଥା ସମସ୍ତେ ଆଖି ବୁଜିଦେଇଥିବା ବେଳେ ଗରିବଙ୍କ ବିକାଶ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ୱ ଦେଇଛନ୍ତି । କେବଳ ବିକାଶର ଯୋଜନା ନୁହେଁ, ଦେଶର ସୁରକ୍ଷା ମଧ୍ୟ ଆଜି ନରେନ୍ଦ୍ର ମୋଦିଙ୍କ ହାତରେ ସୁରକ୍ଷିତ ହୋଇରହିଛି । ମୋଦିଙ୍କ ଗରିବ କଲ୍ୟାଣ ପାଇଁ ଓଡିଶାବାସୀ ଏଥର ବିଜେପିକୁ ଦିଲ୍ଲୀ ଓ ଭୁବନେଶ୍ୱରରେ ଡବଲ ଇଞ୍ଜିନ ସରକାର ଦେବେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି କାଳିଆ ଯୋଜନା ରାଜ୍ୟ ସରକାର ଆରମ୍ଭ କରିଛନ୍ତି । ମାତ୍ର କିଏ ଲାଭ ପାଇଲା କାହାକୁ ଜଣାନାହିଁ । ଓଡିଆ ଲୋକଙ୍କୁ ଏହି ଯୋଜନାରୁ କାହିଁକି ବଂଚିତ କରାଯାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି । ଏତଦବ୍ୟତିତ ଯେଉଁମାନେ ଆଜିର ସଭା ଆଗାମୀ ନିର୍ବାଚନର ପରିବତର୍ନର ସୂଚକ । ଯେଉଁମାନେ ଭୁବନେଶ୍ୱରରେ ଶୀତତାପ ନିୟନ୍ତ୍ରିତ କକ୍ଷରେ ଅଫିସର ରାଜ୍ ଚଲାଇଛନ୍ତିସେମାନଙ୍କ ସମୟ କାଳ ଶେଷ ହୋଇ ଆସୁଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଗଞ୍ଜାମ ଜିଲ୍ଲାର ଆସ୍କା, ଖଲ୍ଲିକୋଟ ଓ ନୟାଗଡ ଜିଲ୍ଲାର ଓଡଙ୍ଗା ବ୍ଲକ ରଣପୁର ନିର୍ବାଚନ ମଣ୍ଡଳୀ ଡିମିସର ଠାରେ ଆୟୋଜିତ ବିଜୟ ସଂକଳ୍ପ ସଭାରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ ବର୍ଷର ଗରିବ ଲୋକଙ୍କ ପାଇଁ ଘର ପିଛା ବର୍ଷକୁ ୫ ଲକ୍ଷ ଟଙ୍କା ଦେବାର ଚିକିତ୍ସା ପାଇଁ ଆୟୁଷ୍ମାନ ଯୋଜନା କଲେ । ରାଜ୍ୟ ସରକାର ଏହି ପଇସା ନନେଇ ବିଜୁ ସ୍ୱାସ୍ଥ୍ୟ ଯୋଜନା ଲଗାଇବା ପାଇଁ କହିଲେ । ମାତ୍ର ବିଜୁ ସ୍ୱାସ୍ଥ୍ୟ ଯୋଜନାରେ ଲୋକମାନେ ଭାରତ ବର୍ଷର କେଉଁ ମେଡିକାଲରେ ଚିକିତ୍ସା ସେବା ପାଉନାହାନ୍ତି । ଓଡିଶାରେ ନରେନ୍ଦ୍ର ମୋଦିଙ୍କ ଲୋକପ୍ରୟିତା ବଢିଯିବ ବୋଲି ନବୀନ ବାବୁ ଆୟୁଷ୍ମାନ ଭାରତ ଲାଗୁ କଲେ ନାହିଁ । ସେହିପରି ପୂର୍ବ ସରକାରରେ ଓଡିଶାରେ ୨୦ ଲକ୍ଷ ପରିବାରରେ ଏଲ୍ପ୍ିଜି ଗ୍ୟାସ ସଂଯୋଗ ଥିଲା । ଆଜି ଏହା ବୃଦ୍ଧି ପାଇ ୭୫ ଲକ୍ଷ ପରିବାରରେ ପହଁଚିଲାଣି । ସେଥିମଧ୍ୟରୁ କେବଳ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ଓଡିଶାର ୪୦ ଲକ୍ଷ ଘରେ ଏଲପିଜି ସଂଯୋଗ ହୋଇଛି । ସେ କହିଛନ୍ତି ଯେ ମୋଦି ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ୫ ଏକର ଜମି ତଳେ ଥିବା ଚାଷୀଙ୍କ ପାଇଁ ବର୍ଷକୁ ୬ ହଜାର ଟଙ୍କା ଦେବାର ବ୍ୟବସ୍ଥା କଲେ । ଏହି ଯୋଜନାରେ ଓଡିଶାର ୪୫ ଲକ୍ଷ ଚାଷୀ ଉପକୃତ ହୋଇପାରନ୍ତେ ମାତ୍ର ନବୀନ ବାବୁ ନରେନ୍ଦ୍ର ମୋଦିଙ୍କ ଲୋକପ୍ରୟିତା କାରଣରୁ ଚାଷୀଙ୍କ ତାଲିକା ଦିଲ୍ଲୀକୁ ପଠାଉନାହାନ୍ତି । ସ୍ୱାମୀ ମରୁ ପଛେ ସଉତୁଣୀ ବିଧବାହେଉ ନୀତି ମୁଖ୍ୟମନ୍ତ୍ରୀ ଆପଣାଇଛନ୍ତି ।ଶ୍ରୀ ପ୍ରଧାନ କହିଛନ୍ତି ଯେ ୨୦୦୯ ରୁ ୧୪ କଂଗ୍ରେସର ଶାସନ ସମୟରେ ଦିଲ୍ଲୀରେ ୨୫ ଲକ୍ଷ ୫୭ ହଜାର ଘର ବନିଥିଲା ।

ମାତ୍ର ନରେନ୍ଦ୍ର ମୋଦିଙ୍କ ଶାସନରେ ୧ କୋଟି ୪୦ ଲକ୍ଷ ଘର ବନିଛି । ପୂର୍ବରୁ ଘର ପିଛା ୭୫ ହଜାର ଟଙ୍କା ଆସୁଥିଲା । କିନ୍ତୁ ଏବେ ଏବେ ଦେଢ ଲକ୍ଷ ଟଙ୍କା ଆସୁଛି । ୨୦୨୨ ସୁଦ୍ଧା ଭରତବର୍ଷରେ ଜଣେ ହେଲେ ବି ଗରିବ ରହିବେ ନାହିଁ ଯାହା ମୁଣ୍ଡ ଉପରେ ଛାତ ନଥିବ । ଶ୍ରୀ ପ୍ରଧାନ କହିଛନ୍ତି ଯେ ଗଞ୍ଜାମର ଆସ୍କା ଓ ପାଖାପାଖି ଅଂଚଳରେ ଋଷିକଲ୍ୟାର ବନ୍ୟା ପାଣି ପଶୁଛି । ମୁଖ୍ୟମନ୍ତ୍ରୀ ୨୦ ବର୍ଷ ଦାୟିତ୍ୱରେ ରହିବା ପରେ ମଧ୍ୟ ତାଙ୍କ ଗୃହ ଜିଲ୍ଲାରେ ଏହାର ସମାଧାନ କରିନାହାନ୍ତି । ଏହାକୁ ପାରିବା ପଣିଆ ନା ଅପାରଗସରକାର କହିବା ବୋଲି ସେ କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ୧୯ ବର୍ଷ ରାଜ୍ୟ ଶାସନ କ୍ଷମତାରେ ରହିଥିବା ନବୀନ ପଟ୍ଟନାୟକ ସରକାର ଓଡିଶାବାସୀଙ୍କୁ ମୌଳିକ ସେବା ଯୋଗାଇ ପାରିନାହାନ୍ତି । ମୁଖ୍ୟମନ୍ତ୍ରୀ ଆସ୍କା, ଜଗନ୍ନାଥ ପ୍ରସାଦ, ଛତ୍ରପୁର, ଗଞ୍ଜାମ ସହରରେ ଠିକ୍ ପିଇବା ପାଣିର ବ୍ୟବସ୍ଥା କଲେନାହିଁ । ୧୯ ବର୍ଷ ପରେ ଯେ ପାଣି ଦେଇପାରି ନାହିଁ ସେ ସରକାରକୁ ବଦଳେଇବା ଦରକାର । ଓଡିଶାର ୨୦ ଲକ୍ଷ ଲୋକଙ୍କର ଘରଡିହ ନାହିଁ , ୩୦ ଲକ୍ଷ ଲୋକଙ୍କର ପକ୍କା ଘର ନାହିଁ । ରୋଜଗାର କରିବା ପାଇଁ ଯୁବକ ଆଜି ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛି । ଏପରି ସ୍ଥିତିରେ ମୁଖ୍ୟମନ୍ତ୍ରୀ ନିଜକୁ ୧ ନମ୍ବର ବୋଲି କହି ବୁଲୁଛନ୍ତି । ଅଲାଜୁକ ମୁହଁରେ ବ୍ରଣ ହେଲେ ସେ ଛାଇ ପଡୁଛି କହେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଓଡିଶାରେ ମାନ୍ୟବରଙ୍କ ଚେଲା ଚେପାଟିମାନଙ୍କୁ ହାତଗୁଞ୍ଜା ନଦେଲେ ଘର ତିଆରି ହେଇପାରୁନାହିଁ ସେ କହିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ପାକିସ୍ତାନ ଭାରତର ସୈନିକଙ୍କୁ ପଛପଟୁ ଆକ୍ରମଣ କଲା । ଏହା ପରେ ମୋଦି ଭାରତର ସୈନିକ ଓ ଅର୍ଦ୍ଧ ସୈନିକ ମାନଙ୍କୁ ଶତ୍ରୁଙ୍କୁ ନିପାତ କରିବାକୁ ନିଜସ୍ୱ ଅଧିକାର ଦେଲେ । ଘଟଣାର କିଛି ଦିନ ପରେ ଭାରତୀୟ ବାୟୁ ସେନା ପାକିସ୍ତାନରେ ପଶି ଆତଙ୍କବାଦୀଙ୍କୁ ମାରିଲେ । ପାକିସ୍ତାନ ଭାରତୀୟ ବାୟୁସେନାର ଆକ୍ରମଣଙ୍କୁ ସ୍ୱୀକାର କରୁଥିବା ବେଳେ କଂଗ୍ରେସର ନେତା ମାନେ ଏହାର ପ୍ରମାଣ ମାଗୁଛନ୍ତି । ସେହିପରି ବିଜୁ ଜନତା ଦଳର ଲୋକମାନେ ଦେଶରେ ନାଁ ପକାଇଲେ । ନିଆଳିର ଯୁବକ ଶହୀଦ ଓଡିଆ ମନୋଜ ବେହେରାଙ୍କ ସମ୍ପର୍କୀୟଙ୍କୁ ଶାସକ ଦଳର ବିଧାୟକ ତଂଟିଆ ମାରି ନିନ୍ଦନୀୟ କାମ କଲେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଆଗାମୀ ଦିନରେ ରାଜ୍ୟରେ ଏକକାଳୀନ ଲୋକସଭା ଓ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀ ମୋଦି ଅହରାତ୍ର ପରିଶ୍ରମ କରି ଦେଶର ସୁରକ୍ଷା, ଅର୍ଥନୀତି, ସୁଖ, ଶାନ୍ତି, ଗରିବ କଲ୍ୟାଣକାରୀ ଯୋଜନାକୁ ଗୁରୁତ୍ୱ ଦେଇ ଦେଶର ପ୍ରଧାନ ସେବକ ଭାବେ ଦାୟିତ୍ୱ ନେଇଛନ୍ତି । ସୁକନ୍ୟା ସମୃଦ୍ଧି, ମୁଦ୍ରା ଯୋଜନା, କିଷାନ ସମ୍ମାନ ନିଧି ଯୋଜନାର ବ୍ୟବସ୍ଥା ନରେନ୍ଦ୍ର ମୋଦି କରିଛନ୍ତି ବୋଲି ସେ କହିଛନ୍ତି ।

ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତର ବିକାଶ ହୋଇଛି । ଯେଉଁ ନେତା ଦେଶର ବିକାଶ କରୁଛି, ଦେଶର ମାନ୍ ସମ୍ମାନ ବଢାଇବା ସହ ସୁରକ୍ଷା କରୁଛି ତାଙ୍କୁ ତଥା ନରେନ୍ଦ୍ର ମୋଦିଙ୍କୁ ପ୍ରଧାନମନ୍ତ୍ରୀ କରିବା ପାଇଁ ପଡିବ । ନରେନ୍ଦ୍ର ମୋଦିଙ୍କ ବିକାଶରଯୋଜନାକୁ ଓଡିଶାରେ ପହଁଚାଇବାକୁ ହେଲେ ଭୁବନେଶ୍ୱରରେ ମୋଦିଙ୍କ ଅନୁଯାୟୀଙ୍କ ସରକାର ବନେଇବାକୁ ପଡିବ । ଅପାରଗ, ସ୍ଥାଣୁ, ଭ୍ରଷ୍ଟାଚାର, ସମ୍ବେଦନହୀନ ରାଜ୍ୟ ସରକାରକୁ ବଦଳିବା ଦରକାର । ଓଡିଶାରେ ଡବଲ ଇଞ୍ଜିନ ଲଗାଇବା ଦରକାର । ରାଜ୍ୟ ସରକାର ବଦଳିବା ଦରକାର କହିବା ସହ ଫିର୍ ଏକ୍ ବାର୍ ମୋଦି ସରକାର ବୋଲି ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି ।

 

0
0
0
s2sdefault