ହେଡଲାଇନସ୍:

ଖରାତାତି ଠୁ ବଳାଇ ଗଲାଣି ନିର୍ବାଚନୀ ତାତି

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ମିଶନ ପଦ୍ମପୁର : କାହାକୁ ମିଳିବ ଟିକଟ, କିଏ ପିନ୍ଧିବ ମୁକୁଟ

ବରଗଡ :- ବାଜି ସାରିଛି ନିର୍ବାଚନ ବିଗୁଲ। ଖରା ଯେମିତି ବଢ଼ିବାରେ ଲାଗିଛି ନିର୍ବାଚନୀ ଉଷ୍ଣତା ମଧ୍ୟ ସେମିତି ବଢ଼ିବାରେ ଲାଗିଛି । ବିଭିନ୍ନ ଦଳୀୟ ପ୍ରାର୍ଥୀ ଓ ସ୍ୱାଧୀନ ପ୍ରାର୍ଥୀ ମାନଙ୍କର ପ୍ରଚାର ଆରମ୍ଭ ହେଇଯାଇଛି । କେଉଁ ଦଳ କଣ କରିଛି କିଏ କଣ କରିବାକୁ ଯାଉଛି ଏହି ସବୁର ଚର୍ଚ୍ଚା ଏବେ ସବୁ ଜାଗାରେ । ୟା ଭିତରେ ବିଭିନ୍ନ ଦଳର ଲିଭନୀୟ ପ୍ରତୁଶୃତି ଭୋଟର ଙ୍କୁ କେତେ ପ୍ରଭାବିତ କରିବ ତାହା ସମୟ କହିବ  ।

    ବର୍ତମାନ ସୁଦ୍ଧା କୋଣସି ଦଳ ବିଧିବଦ୍ଧ ଭାବରେ ନିଜର ପ୍ରାର୍ଥୀ ଘୋଷଣା କରିନାହାନ୍ତି ହେଲେ ବରଗଡ ଜିଲ୍ଲାର ପଦ୍ମପୁର ଭିଧାନସଭା ନିର୍ବାଚନ ମଣ୍ଡଳୀ ର ଦୁଇ ପର୍ବତନ ବିଧାୟକ ଓ ବର୍ତମାନ ବିଧାୟକଙ୍କ ସହିତ ଜଣେ ନିର୍ଦଲୀୟ ପ୍ରାର୍ଥୀ ନିଜର ସପକ୍ଷରେ ପ୍ରଚାର କୁ ଜୋର ସୋର ରେ ଆରମ୍ଭ କରିଦେଇଛନ୍ତି । ସାଧାରଣ ଜନତାଙ୍କର ମତ ଯେ ଏଥର ପଦ୍ମପୁର ରେ ଦେଖିବାକୁ ମିଳିବ 4 ଜଣଙ୍କର ମଧ୍ୟରେ ନିର୍ବାଚନୀ ଲଢେଇ । ମୁଖ୍ୟତଃ ବର୍ତ୍ତମାନର ବିଧାୟକ ପ୍ରଦୀପ ପୁରୋହିତ(ବିଜେପି),  ପୂର୍ବତନ ମନ୍ତ୍ରୀ ତଥା ଜିଲ୍ଲା ବିଜୁ ଜନତା ଦଳ ର ସଭାପତି ଶ୍ରୀ ବିଜୟ ରଞ୍ଜନ ସିଂ ବରିହା , ପୂର୍ବତନ ବିଧାୟକ ତଥା ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ସତ୍ୟଭୂଷଣ ସାହୁ ଓ ସ୍ୱାଧୀନ ପ୍ରାର୍ଥୀ ଶ୍ରୀ ରାଜୁ ଘିବେଳା ଙ୍କର ମଧ୍ୟରେ ହେବ ପ୍ରତିଦ୍ବନ୍ଦିତା ।

      ବର୍ତ୍ତମାନ ର ପଦ୍ମପୁର ବିଧାୟକ ଶ୍ରୀ ପୁରୋହିତ ଗତ 2014 ପ୍ରଥମ ଥର ନିର୍ବାଚନ ଜିତି ବିଧାନସଭାକୁ ଯାଇଥିଲେ । ଗନ୍ଧମାର୍ଦ୍ଦନ ଆନ୍ଦୋଳନ ରେ ସକ୍ରିୟ ଭୂମିକା ନିର୍ବାହନ କରିଥିବା ଶ୍ରୀ ପୁରୋହିତ 2014 ପୂର୍ବରୁ ଦୁଇଥର ବିଧାନସଭା ନିର୍ବାଚନ ଲଢ଼ି ସାରିଥିଲେ । ଗତ ପଞ୍ଚାୟତ ନିର୍ବାଚନରେ ଏହି ଅଂଚଳରେ ବିଜେପି ଭଲ ପ୍ରଦର୍ଶନ କରି ଆଠ ରୁ ସାତ ଟି ଆସନ ଉପରେ କବଜା କରିଥିଲା । 2014 ରେ କଂଗ୍ରେସ ଶ୍ରୀ ସତ୍ୟଭୂଷଣ ସାହୁ ଙ୍କୁ ଟିକେଟ ନଦେବା ଓ ପଡୋଶୀ ଛତିଶଗଡ଼ ରେ ମୋଦି ଲହର ଶ୍ରୀ ପୁରୋହିତଙ୍କ ଜିତିବାର ବାଟ କରିଦେଇଥିଲା । ସାଙ୍ଗଠନିକ କ୍ଷେତ୍ରରେ ଦେଖିବାକୁ ଗଲେ ଶ୍ରୀ ପୁରୋହିତ ଜଣେ ଉତ୍ତମ ସଂଗଠକ ଏଥିରେ ସନ୍ଦେହ ନାହିଁ କିନ୍ତୁ ନିର୍ବାଚନ ପୂର୍ବରୁ ବିଜେପି ରେ ଫାଟ ପଦ୍ମପୁର ରେ ସ୍ପଷ୍ଟ ପରିଲକ୍ଷିତ ହେଇଛି ,ଯାହାକି ଆଗାମୀ ଦିନରେ ବିଜେପି ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିପାରେ । ବିଜେପି ର ବିଭିନ୍ନ ପଦ ପଦବୀ ରେ ଦୀର୍ଘଦିନ ହେଲା କାର୍ଯ କରି ଆସୁଥିବା ରାଜୁ ଘିବେଳା ଆଗାମୀ ନିର୍ବାଚନରେ ନିଜକୁ ସ୍ୱାଧୀନ ପ୍ରାର୍ଥୀ ଭାବରେ ଘୋଷଣା କରି ଜନ ସମର୍ଥନ ହାସଲ କରିବା ପାଇଁ ଜୋରସୋରରେ ଲାଗି ପଡିଛନ୍ତି । ସେଇଭଳି ଶ୍ରୀ ସତ୍ୟଭୂଷଣ ସାହୁ ପୂର୍ବରୁ 3 ଥର ନିର୍ବାଚିତ ହେଇ ତତ୍କାଳୀନ ରାଜ୍ୟ ସରକାରଙ୍କ ମୁଖ୍ୟ ସଚେତକ ଭାବରେ କାର୍ଯ କରି ସାରିଛନ୍ତି । ସେ ସମୟରେ କଂଗ୍ରେସର ସଂଗଠନ ମଜବୁତ ଥିଲା ଓ କଂଗ୍ରେସର ର ଏକ ନିଜସ୍ୱ ଭୋଟ ବେଙ୍କ ଥିଲା କିନ୍ତୁ ପରବର୍ତ୍ତୀ ସମୟରେ କଂଗ୍ରେସ ଏହି ଅଞ୍ଚଳ ରେ ନିଜର ଦବଦବା ହରାଇବାରେ ବସିଲା ।ସୁଦୃଢ଼ ନେତୃତ୍ବର ଓ ଜନସମ୍ପର୍କ ଅଭାବ କାରଣରୁ କଂଗ୍ରେସ ବେକଫୁଟରେ ।ସତ୍ୟଭୂଷଣ ସାହୁଙ୍କୁ ଜିଲ୍ଲା ସଭାପତି ଦାଇତ୍ଵ ଦେବା ପରେ ଓ ପଡୋଶୀ ଛତିଶଗଡ଼ ରାଜ୍ୟରେ କଂଗ୍ରେସ ସରକାର ଥିବା କାରଣରୁ ବା କଂଗ୍ରେସ ସଭାପତି ଶ୍ରୀ ରାହୁଲ ଗାନ୍ଧୀ ଙ୍କର ଲୋଭନୀୟ ଆଶ୍ୱାସନ ଯଦିଓ କଂଗ୍ରେସ କୁ ଅଂଚଳରେ କିଛିଟା ମଜବୁତ କରିଛି କିନ୍ତୁ ବର୍ତ୍ତମାନ ସମୟରେ କଂଗ୍ରେସ କୁ ପଦ୍ମପୁର ନିର୍ବାଚନ ମଣ୍ଡଳୀ ଦଖଲ କରିବା ସେତେଟା ସହଜ ହେବନାହିଁ ।ଅନ୍ୟପଟେ ବିଜୁ ଜନତା ଦଳର ଦମଦାର ପ୍ରତ୍ୟଶି ବିଜୟ ରଞ୍ଜନ ସିଂ ବରିହା ଏହି ନିର୍ବାଚନରେ ମଧ୍ୟ ଦଳୀୟ ଟିକେଟ ରୁ ନିର୍ବାଚନ ଲଢ଼ିବାର ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ବିଜୁ ଜନତା ଦଳରେ ଏହି ନିର୍ବାଚନ ମଣ୍ଡଳୀର କୋଣସି ଅନ୍ତର୍ଦ୍ୱନ୍ଦ କିମ୍ବା ବିଦ୍ରୋହୀ ବର୍ତମାନ ସୁଦ୍ଧା ଦେଖିବାକୁ ମିଳି ନାହାନ୍ତି । ତେଣୁ ଏହା ଏକ ପ୍ରକାର ସ୍ପଷ୍ଟ ଯେ ଶ୍ରୀ ବରିହା ଙ୍କୁ ଦଳ ପ୍ରାର୍ଥୀ କରିପାରେ । ସେ ପୂର୍ବରୁ 4 ଥର ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଜିତି ରାଜ୍ୟ ସରକାରଙ୍କ କେବିନେଟ ମନ୍ତ୍ରୀ ମଧ୍ୟ ରହିସାରିଛନ୍ତି । 2014 ର ପରାଜୟ ପରେ ବର୍ତମାନ ସେ ଦଳୀୟ ସଂଗଠନ କୁ ଅଧିକ ମଜବୁତ କରିବା ସହିତ ପୁରା ଦମରେ ଲାଗିପଡିଛନ୍ତି ପ୍ରଚାର ପ୍ରସରରେ ।କେନ୍ଦ୍ରୀୟ ଅବହେଳା ଓ ରାଜ୍ୟ ସରକାର ଙ୍କର ବିଭିନ୍ନ ଜନାହିତକର ଯୋଜନା ତଥା ବର୍ତ୍ତମାନ ବିଧାୟକ ଙ୍କର ବିଫଳତା କୁ ଜନସାଧାରଣ ଙ୍କର ନିକଟ ରେ ଉପସ୍ଥାପନ କରିବାରେ କରୁଛନ୍ତି ଜୋରସୋର ପ୍ରୟାସ । 

           ମୋଟାମୋଟି ଭାବରେ କହିବାକୁ ଗଲେ ଏହି ସାଧାରଣ ନିର୍ବାଚନ କୋଣସି ଦଳ କିମ୍ବା ପ୍ରାର୍ଥୀ ଙ୍କର ପାଇଁ ଏତେଟା ସହଜ ହେବନି । ତ୍ରିମୁଖୀ ପ୍ରତିଦ୍ବନ୍ଦିତା ଏକ ପ୍ରକାର ନିଶ୍ଚିତ । ଆବଶ୍ୟକ ସ୍ଥଳେ ଚତୁର୍ମୁଖୀ ପ୍ରତିଦ୍ବନ୍ଦ୍ବିତାକୁ ବି ଏଡାଇ ଦିଆ ଯାଇ ନପାରେ | ତେବେ ଆଗାମୀ ଦିନରେ ଚିତ୍ର ଅନେକଟା ସ୍ପଷ୍ଟ ହେଇଯିବ । ଯଦିଓ ବର୍ତମାନ ସୁଦ୍ଧା କୋଣସି ଦଲ ନିଜର ପ୍ରାର୍ଥୀ ଘୋଷଣା କରିନାହାନ୍ତି କିନ୍ତୁ ନିର୍ବାଚନୀ ଉଷ୍ଣତା ଅନୁଭବ ହେବାରେ ଲାଗିଲାଣି । କିଏ ଦଖଲ କରିବ ପଦ୍ମପୁର କାହାକୁ ବିଶ୍ୱାସ କରିବେ ଅଂଚଳର ଭୋଟର ତାହା ପରବର୍ତ୍ତୀ ସମୟରେ ଜଣା ପଡିବ । 

0
0
0
s2sdefault