ହେଡଲାଇନସ୍:

ମିଶନ ୧୨୦/୨୧ ଲକ୍ଷ୍ୟରେ ବିଜେପିର ବିଜୟ ସଂକଳ୍ପ ଯାତ୍ରା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆପଡ଼ା(ଅମିତ ପୁରୋହିତ ) ; ମିଶନ ବିଧାନ ସଭା ୧୨୦ ଏବଂ ଲୋକସଭା ୨୧ ହାସଲ କରିବାକୁ ଲକ୍ଷ୍ୟ ନେଇ ବିଜେପି  ତାର ବିଜୟ ସଂକଳ୍ପ ଯାତ୍ରା ଆରମ୍ଭ କରିବାକୁ ଯାଉଛି । ସୋମବାର ଠାରୁ ଏହା ନୂଆପଡା ଜିଲ୍ଲାରୁ ଆରମ୍ଭ ହୋଇଥିବା ଅଭିଯାନ  ରାଜ୍ୟରେ ଅନ୍ୟୁନ  ୬୦୦୦ ଗ୍ରାମପଚାଂୟତରେ ଥିବା ଶକ୍ତି କେନ୍ଦ୍ରରେ ୮ ଦିନ ଧରି ଚାଲିବ ବୋଲି ରାଜ୍ୟ ବିଜେପି  ସଭାପତି ବସନ୍ତ କୁମାର ପଣ୍ଡା ସୂଚନା ଦେଇଛନ୍ତି । 

ନୂଆପଡା ଜିଲ୍ଲାର ନୂଆପଡା ବିଧାନସଭା ନିର୍ବାଚନ ମଣ୍ଡଳିରେ ୬୩ ଟି ଗ୍ରାମପଚାଂୟତ ଏବଂ ୨ ଟି ଏନ.ଏ.ସି ଓ ଖଡିଆଳରେ ୬୮ ଟି ଗ୍ରାମପଚାଂୟତ ଏବଂ ଗୋଟିଏ ଏନ.ଏ.ସି ରେ ଏକ ସଂକଳ୍ପ ରଥ ଘୁରି ବୁଲୁଥିବା ବେଳେ ଆଗାମୀ ସାଧାରଣ ନିର୍ବାଚନରେ ବିଜେପି  କିପରି ଉଲ୍ଲେଖନୀୟ ସ୍ଥିତି ହାସଲ କରିବ ତା ଉପରେ ଯୋର ଦିଆଯିବ । ସମ୍ମିଳନୀରେ ଜିଲ୍ଲା ସଭାପତି ଶିବ ପ୍ରସାଦ ମୁଣ୍ଡ, କାର୍ଯ୍ୟ କାରିଣୀ ସଦସ୍ୟ ଯଦୁମଣି ପାଣିଗ୍ରାହୀ, ଗୋଲ୍ଡି ଭାଇ, ଖଡିଆଳ ଯୁବରାଜ ଦେବଦେବ ସିଂ ଦେଓ,ପ୍ରସନ୍ନ କୁମାର ପାଢୀ, ହୋମ ସିଂ ମାଝୀ ଓ ମନିଜର ଆର୍ଯ୍ୟ ଉପସ୍ଥିତ ଥିଲେ । 

0
0
0
s2sdefault