ହେଡଲାଇନସ୍:

ବାବୁ ସିଂହଙ୍କ ସମର୍ଥନରେ ଇସ୍ତଫା ଦେଲେ ୨୪ଜଣ ରାଜ୍ୟ / ଜିଲା ଯୁବ/ଛାତ୍ର ପଦାଧିକାରୀ 

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ଭୁବନେଶ୍ୱର : ଦଳୀୟ ନେତାଙ୍କ ଅସହଯୋଗ ଓ କଣ ଠେସା ନୀତିର ପ୍ରତିବାଦ କରି ନିକଟରେ ଇସ୍ତଫା  ଦେଇଥିବା ଯୁବ ନେତା ତଥା ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲାର କାର୍ଯ୍ୟକାରୀ ସଭାପତି  ବାବୁ ସିଂହଙ୍କ ସମର୍ଥନରେ ଇସ୍ତଫା ଦେଲେ ୨୪ଜଣ ରାଜ୍ୟ / ଜିଲା ଯୁବ/ଛାତ୍ର ପଦାଧିକାରୀ | ଏମାନେ ରାଜ୍ୟ ସଭାପତି ନବୀନ ବାବୁଙ୍କୁ ସେମାନଙ୍କ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି | ଛାତ୍ର ବିଜେଡିର ରାଜ୍ୟ ସାଧାରଣ ସମ୍ପାଦକ ଚିନ୍ମୟ କୁମାର ପ୍ରଧାନ ଓ ରାଜ୍ୟ ସମ୍ପାଦକ ଦିଲ୍ଲୀପ ସେନାପତିଙ୍କ ଦସ୍ତଖତରେ ଯାଇଥିବା ୨୪ ଜଣଙ୍କ ଇସ୍ତଫା ପତ୍ରରେ ସେମାନେ ଦଳୀୟ ପଦବୀରୁ ଓ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ଉଲ୍ଲେଖ କରିଛନ୍ତି | 

0
0
0
s2sdefault