ହେଡଲାଇନସ୍:

ସ୍ୱତନ୍ତ୍ର ରଣକୌଶଳ- ବ୍ଲୁ-ପ୍ରିଣ୍ଟର ସ୍କେଚ ଆଦିକୁ ନେଇ ଗୁରୁମନ୍ତ୍ର ଦେଲେ ହେମନ୍ତ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜେଏମ୍ଏମ୍ ପକ୍ଷରୁ ରାଜ୍ୟସ୍ତରୀୟ କର୍ମକର୍ତ୍ତା ସମ୍ମିଳନୀ 

ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ସ୍ୱସ୍ତି ହୋଟେଲ ସମ୍ମିଳନୀ କକ୍ଷରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ରାଜ୍ୟ ସଭାପତି ମହେଶ ହେମ୍ବ୍ରମଙ୍କ ଅଧ୍ୟକ୍ଷତାରେ  ଜେଏମଏମର ରାଜ୍ୟସ୍ତରୀୟ କର୍ମକର୍ତ୍ତା ସମ୍ମିଳନୀ ଆୟୋଜିତ ହୋଇଥିଲା । ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ତଥା ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଓ ସମ୍ମାନୀତ ଅତିଥି ଭାବେ ଝାଡ଼ଖଣ୍ଡ ରାଜ୍ୟ ବହଡ଼ାଗୁଡ଼ା ବିଧାୟକ କୁନାଲ ଷଢ଼ଙ୍ଗୀ ଯୋଗ ଦେଇଥିବା ସମୟରେ ରାଜ୍ୟ ସାଧାରଣ ସମ୍ପାଦକ କଳିଙ୍କ କେଶରୀ ଜେନା, ରାଜ୍ୟ ମହିଳା ମୋର୍ଚ୍ଚା ସଭାପତି ତଥା ଦଳର ସୁପ୍ରିମୋ ଗୁରୁଜୀ ଶିବୁ ସୋରେନଙ୍କ କନ୍ୟା ଅଞ୍ଜନା ସୋରେନ, ରାଜ୍ୟ ଉପସଭାପତି ତଥା ସୁନ୍ଦରଗଡ଼ ଜିଲ୍ଲାର ସେବିଆନ୍ ଆଇନ, ରାଜ୍ୟ ମୁଖପାତ୍ର ତଥା ପୂର୍ବତନ ବିଧାୟକ ଅଜେନ ମୁର୍ମୁ, ରାଜ୍ୟ ଉପସଭାପତି ରାମଚନ୍ଦ୍ର ମୁର୍ମୁ, ମୟୂରଭଞ୍ଜ ଜିଲ୍ଲା ସଭାପତି ଫାଗୁ ହାଁସଦାଃ, ଜିଲ୍ଲା ସାଧାରଣ ସମ୍ପାଦକ ଗୋବିନ୍ଦ ସୋରେନ, ସମ୍ପାଦକ ନିମାଇଁ ତ୍ରିପାଠୀ ପ୍ରମୁଖ ମଞ୍ଚାସୀନ ହୋଇଥିବା ବେଳେ ଜିଲ୍ଲା ଯୁବ ସଭାପତି ପିଣ୍ଟୁ ମାଇତି, ଉପସଭାପତି ରାକେଶ ବେହେରା, ଛାତ୍ର ସଭାପତି ଧନଞ୍ଜୟ ସାହୁ ପ୍ରମୁଖଙ୍କ ସହ ସମସ୍ତ ବ୍ଲକ ସଭାପତି, ସମ୍ପାଦକ ଆଦି ଉପସ୍ଥିତ ରହିଥିଲେ ।

ଉକ୍ତ କାର୍ଯ୍ୟକ୍ରମରେ ୨୦୧୯ରେ ହେବାକୁ ଥିବା ଲୋକସଭା ଓ ବିଧାନସଭା ନିର୍ବାଚନରେ ଓଡ଼ିଶାରେ ସୁନ୍ଦରଗଡ଼ ଓ ମୟୂରଭଞ୍ଜ ଜିଲ୍ଲାରେ କଂଗ୍ରେସ ସହିତ  ହେବାକୁ ଯାଉଥିବା ମେଣ୍ଟ ଏବଂ ଆସନ ବୁଝାମଣା ଉପରେ ଆଲୋଚନା ହୋଇଥିଲା । ଏଥି ସହିତ ଆଗାମୀ ନିର୍ବାଚନରେ ଦଳର ସଫଳତା ଉପରେ  କେନ୍ଦ୍ରୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ତଥା ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀସୋରେନ ଦଳୀୟ କର୍ମକର୍ତ୍ତାମାନଙ୍କୁ ପ୍ରସ୍ତୁତ ସ୍ୱତନ୍ତ୍ର ରଣକୌଶଳ ସହ ବ୍ଲୁ-ପ୍ରିଣ୍ଟର ସ୍କେଚ ଆଦିକୁ ନେଇ ଗୁରୁମନ୍ତ୍ର ପ୍ରଦାନ କରିଥିଲେ । ଏହାପରେ ବାହାରେ ଅପେକ୍ଷାରେ ଥିବା ଗଣମାଧ୍ୟମର ପ୍ରତିନିଧାମାନଙ୍କୁ ସାକ୍ଷାତକାର ଦେବା ଅବସରରେ ମୟୂରଭଞ୍ଜ ଲୋକସଭା ଆସନରୁ ଝାମୁମୋ ପକ୍ଷରୁ ଅଞ୍ଜନା ସୋରେନ ପ୍ରାର୍ଥୀ ହେଉଥିବା ବିଷୟରେ ସୂଚନା ଦେବା ସହ ଦଳ ମୟୂରଭଞ୍ଜ ଜିଲ୍ଲାରେ ପୂର୍ବ ଅପେକ୍ଷାଅଧିକ ଶକ୍ତିଶାଳୀ ଭାବେ ନିଜକୁ ପ୍ରତିପାଦିତ କରାଇପାରିଛି । କୌଣସି ବ୍ୟକ୍ତିର ନାମ ନ ଧରି ୨୦୧୪ ନିର୍ବାଚନ ସମୟରେ କେତେକ ନେତା ଦଳ ତ୍ୟାଗ କରିଥିବାରୁ ଦଳ ନିର୍ବାଚନରେ ସଫଳ ହୋଇପାରିନଥିଲା । ବର୍ତ୍ତମାନ ଦଳ ମଜବୁତସ୍ଥିତିରେ ରହିବା ସାଙ୍ଗକୁ ଶକ୍ତିଶାଳୀ ହୋଇପାରିଛି । ସୁନ୍ଦରଗଡ଼ ଓ ମୟୂରଭଞ୍ଜ ଜିଲ୍ଲାରେ ଦଳ କଂଗ୍ରେସ ସହିତ ମେଣ୍ଟ ହୋଇଛି । ମୟୂରଭଞ୍ଜ ଜିଲ୍ଲାରେ ଦଳ ବିଶେଷ ଭାବେ ଶକ୍ତିଶାଳୀ ରହିଥିବା କାରଣରୁ ଜିଲ୍ଲାରେ ଲୋକସଭା ଆସନ ସହ ଅଧିକ ବିଧାନସଭାରେ ଆସନ ଦାବି କରିଛୁ । ବର୍ତ୍ତମାନ ସୁଦ୍ଧା ଆସନ ବୁଝାମଣାକୁ ନେଇ କଂଗ୍ରେସ ସହିତ କୌଣସି ସହମତି ହୋଇପାରି ନଥିଲେ ମଧ୍ୟ ଆସନ୍ତା ୨/୩ ଦିନ ମଧ୍ୟରେ ଚୁଡ଼ାନ୍ତ ହୋଇଯିବ ଏବଂ ୨୦୦୪ ନିର୍ବାଚନର ଫଳାଫଳ ୨୦୧୯ରେ ଦଳ ପୁଣି ଥରେ ଦୋହରାଇବ ବୋଲି ଦୃଢେ଼ାକ୍ତି ପ୍ରକାଶ କରିଥିଲେ । 

                 ଆଜି ଅପରାହ୍ନ ପ୍ରାୟ ୧.୧୦ ମିନିଟ ସମୟରେ କେନ୍ଦ୍ରୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ତଥା ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀସୋରେନ ହେଲିକେପ୍ଟର ଯୋଗେ ଝାଡ଼ଖଣ୍ଡରୁ ଆସି ବାରିପଦା ଛଉପଡ଼ିଆରେ ଅବତରଣ କରିବା ପରେ ବିଶାଳ ବାଇକ ଶୋଭାଯାତ୍ରାରେ ସହର ପରିକ୍ରମା କରି ବାରିପଦା-ଉଦଳା ରାସ୍ତା ପାଶ୍ୱର୍ରେ ଥିବା ସ୍ୱସ୍ତି ହୋଟେଲରେ ପହଁଞ୍ଚିଥିଲେ ଏବଂ କାର୍ଯ୍ୟକ୍ରମ ଶେଷ ହେବା ପରେ ଅପରାହ୍ନ ପ୍ରାୟ ୪.୨୦ରେ ପୁଣି ହେଲିକେପ୍ଟର ଯୋଗେ ପ୍ରସ୍ଥାନ କରିଥିଲେ । ଏହି ସମୟରେ ପ୍ରଶାସନ ପକ୍ଷରୁ ତାଙ୍କୁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ପ୍ରଦାନ କରାଯାଇଥିଲା । 

        

 

0
0
0
s2sdefault