ହେଡଲାଇନସ୍:

ସାଂସଦ ପଦବୀ ପାଇଁ ଏକ ତୃତୀୟାଂଶ ସ୍ଥାନରେ ମହିଳା ପ୍ରାର୍ଥୀ ଦେବା ନିଷ୍ପତ୍ତି ଐତିହାସିକ : ବିଜୟ  

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ଆଗାମୀ ଲୋକସଭା ନିର୍ବାଚନରେ ବିଜୁ ଜନତା ଦଳ ସାଂସଦ ପଦବୀ ପାଇଁ ଏକ ତୃତୀୟାଂଶ ସ୍ଥାନରେ ମହିଳା ପ୍ରାର୍ଥୀ ଦେବେ ବୋଲି ଆଜି ଦଳର ମାନ୍ୟବର ସଭାପତି ନବୀନ ପଟ୍ଟନାୟକ କେନ୍ଦ୍ରାପଡ଼ାରେ ଏକ ଐତିହାସିକ ଘୋଷଣା କରିଛନ୍ତି ।ପ୍ରକାଶ ଥାଉକି, ରାଜ୍ୟର ମହିଳାମାନଙ୍କର ସଶକ୍ତିକରଣ ପାଇଁ  ନବୀନ ପଟ୍ଟନାୟକ ଏକାଧିକ ପଦକ୍ଷେପ ଗ୍ରହଣ କରିଛନ୍ତି । ମହିଳାମାନଙ୍କର ସାମାଜିକ ତଥା ଆର୍ଥିକ ଉନ୍ନତି ସହ ରାଜନୀତି କ୍ଷେତ୍ରରେ ସେମାନଙ୍କୁ ଅଗ୍ରାଧିକାର ଦେବା ପାଇଁ ଶ୍ରୀ ପଟ୍ଟନାୟକ ଏକାଧିକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ପଞ୍ଚାୟତିରାଜ ଏବଂ ପୌରପାଳିକାରେ ମହିଳାମାନଙ୍କ ପାଇଁ ୫୦% ସ୍ଥାନ ସଂରକ୍ଷଣ କରି ସମଗ୍ର ଦେଶରେ ନୂତନ ଉଦାହରଣ ସୃଷ୍ଟି କରିଛନ୍ତି । ମହିଳା ସଶକ୍ତିକରଣ କ୍ଷେତ୍ରରେ ବିଜୁ ଜନତା ଦଳ ସରକାରଙ୍କ ଏଭଳି ବୈପ୍ଳବିକ ପଦକ୍ଷେପ ଓଡ଼ିଶାରେ ଏକ ନୂତନ ଯୁଗର ଆରମ୍ଭ କରିଛି ଏବଂ ସମଗ୍ର ଭାରତବର୍ଷକୁ ଏହା ନୂଆ ବାଟ ଦେଖାଇଛି । ଏବେ ଲୋକସଭା ନିର୍ବାଚନରେ ମୋଟ ୨୧ଟି ଆସନର ସାଂସଦ ପଦବୀ ପାଇଁ ଏକ ତୃତୀୟାଂଶ ସ୍ଥାନରେ ବିଜେଡି ମହିଳା ପ୍ରାର୍ଥୀ ଦେବ ବୋଲି ସଭାପତିଙ୍କ ଘୋଷଣା ମହିଳା ସଶକ୍ତିକରଣ ପ୍ରତି ଥିବା ନବୀନ ପଟ୍ଟନାୟକଙ୍କ ପ୍ରତିବଦ୍ଧତାକୁ ପୁଣିଥରେ ପ୍ରମାଣିତ କରିବା ସହିତ ଅନ୍ୟ ରାଜନୈତିକ ଦଳଗୁଡିକ ଏହି ଧାରାକୁ ଆପଣେଇବାର ସୁଯୋଗ ସୃଷ୍ଟି କରିଛି ବୋଲି ବିଜୁ ଜନତା ଦଳ ରାଜ୍ୟ ସଂପାଦକ ବିଜୟ ନାୟକ ଏକ ପ୍ରେସ୍‍ ଇସ୍ତାହାରରେ ପ୍ରକାଶ କରିଛନ୍ତି ।

 

 

0
0
0
s2sdefault