ହେଡଲାଇନସ୍:

ବିଜେଡିର ମିଶ୍ର୍ରଣ ପର୍ବ : ଟାଣୁଆ କଂଗ୍ରେସନେତ୍ରୀ-ଶତାଧିକ କର୍ମୀଙ୍କୁ ସ୍ୱାଗତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାଲେଶ୍ୱର,(ଉଜ୍ଜ୍ୱଳ କର) : ଜିଲ୍ଲା ବିଜେଡି ପକ୍ଷରୁ ଏକ ମିଶ୍ରଣ ପର୍ବ ବାଲେଶ୍ୱର ସାଂସଦଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ  ହୋଇଯାଇଛି । ରେମୁଣା ବିଧାନସଭା ମଣ୍ଡଳୀର ନିଜାମପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ କବିତା ପାଣି ନିଜର ଶତାଧିକ କର୍ମୀଙ୍କ ସହ ଆଜି ବିଜେଡିରେ ଯୋଗଦାନ କରିଛନ୍ତି । କଂଗ୍ରେସର ଜଣେ ଟାଣୁଆ ନେତ୍ରୀ ଭାବେ ଶ୍ରୀମତୀ  ପାଣିଙ୍କ କାର୍ଯ୍ୟଧାରା ନିଜାମପୁର ଅଞ୍ଚଳର ସଂଗଠନକୁ ବେଶ ସୁଦୃଢ଼ କରିଥିଲା । ତେବେ କଂଗ୍ରେସର ଦୁର୍ବଳ ସଂଗଠନ ଓ ତାଙ୍କ ପ୍ରତି ଦଳୀୟ ଅଣଦେଖାକୁ ନେଇ ସେ ଓ ଶତାଧିକ ଛାମୁଆ କର୍ମୀ ଆଜି ବିଜେଡିରେ ଯୋଗ ଦେଇଛନ୍ତି । ବିଜେଡି ଜିଲ୍ଲା ସଭାପତି ତଥା ବାଲେଶ୍ୱର ଲୋକସଭା ସାଂସଦ ରବୀନ୍ଦ୍ର କୁମାର ଜେନା ନବାଗତ କର୍ମୀ ଓ ପଞ୍ଚାୟତ ସ୍ତରର ନେତ୍ରୀଙ୍କୁ ସ୍ୱାଗତ  କରିଥିଲେ ।  ସମସ୍ତଙ୍କୁ ପୁଷ୍ପଗୁଚ୍ଛ ଓ ଦଳୀୟ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ବାଲେଶ୍ୱର ଜିଲ୍ଲାରେ ଅନ୍ୟାନ୍ୟ ଦଳରୁ ଶହ ଶହ ସଂଖ୍ୟାରେ କର୍ମୀ ପ୍ରତିଦିନ ବିଜେଡିରେ ଯୋଗଦାନ କରିବା ଦଳୀୟ ସଂଗଠନକୁ ଅଧିକ ସୁଦୃଢ଼ କରିପାରିଛି ବୋଲି ସାଂସଦ ଶ୍ରୀ ଜେନା ମତ ପ୍ରକାଶ କରିଥିଲେ । ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ  ସ୍ୱଚ୍ଛ ତଥା ସ୍ଥାୟୀ ଶାସନ ଏବଂ ବିଜେଡିର ଶୃଙ୍ଖଳିତ ନୀତି ଆଦର୍ଶ ପ୍ରତି ଲୋକଙ୍କ ବିଶ୍ୱାସ ବୃଦ୍ଧି ପାଇଛି ବୋଲି ସେ କହିଥିଲେ । ପୂର୍ବତନ ସରପଞ୍ଚ ଶ୍ରୀମତୀ ପାଣିଙ୍କ ସମେତ ଛାମୁଆ କର୍ମୀମାନେ ଏହି ଅବସରରେ ସାଂସଦଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ରିଟ୍ ଅଧ୍ୟକ୍ଷ ଗୌରୀ ରାଉତ, ପୂର୍ବତନ ବିଧାୟକ ସୁଦର୍ଶନ ଜେନା, ବରଦା ପ୍ରସନ୍ନ ପଟ୍ଟନାୟକ,  ଗୋପୀନାଥ ସେନାପତି, ଦିଲ୍ଲୀପ ନାୟକ, ସୁଧାଂଶୁ ଶେଖର ପରିଡ଼ା ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ ।

0
0
0
s2sdefault