ହେଡଲାଇନସ୍:

ଲାଇଟ....ସାଉଣ୍ଡ...କ୍ୟାମେରା...ଆକ୍ସନ, ଆଉ ଅଭିନେତ୍ରୀଙ୍କ ନାମ ଲେଖାଶ୍ରୀ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସୋସିଆଲ ମିଡିଆ ପାଇଁ ଡକ୍ୟୁମେଣ୍ଟାରୀ ଫିଲ୍ମ ନିର୍ମାଣ

କୁଷ୍ଠାଶ୍ରମରେ ଲାଗିଛି ଲେଖାଶ୍ରୀଙ୍କ ସୁଟିଂସେଟ୍ 

ବାଲେଶ୍ୱର(ଉଜ୍ଜ୍ୱଳ କର): ସୁଟିଂ ସେଟ, ପାଲଟିଛି କୁଷ୍ଠାଶ୍ରମ | ନିୟୋଜିତ ହେଉଛନ୍ତି ଭୁବନେଶ୍ୱରର ପ୍ରଫେସନାଲ ଫିଲ୍ମ ନିର୍ମାତା, ନିର୍ଦ୍ଦେଶକ  ଓ କ୍ୟାମେରା ମ୍ୟାନ୍ । ଉନ୍ନତ ମାନର ସୁଟିଂ ଉପକରଣ ସହ ଉପରେ ଉଡ଼ୁଛି ଡ୍ରୋନ୍ କ୍ୟାମେରା ।ନିର୍ଦ୍ଦେଶକ କହିଲେ, ଲାଇଟ....ସାଉଣ୍ଡ...କ୍ୟାମେରା...ଆକ୍ସନ, ଆଉ ଗୋଲାପୀ ଶାଢ଼ୀ ପରିହିତା  ଅଭିନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର  .ନିର୍ଦ୍ଦେଶକଙ୍କ  ନିର୍ଦ୍ଦେଶକ ମୁତାବକ ସେ ଲେପରସି କଲୋନିର କୁଷ୍ଠରୋଗୀ ରହୁଥିବା ଚାଳିଆକୁ ପଶିଥିଲେ ।  କୁଷ୍ଠ ରୋଗୀଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିବା ସହ ସେମାନଙ୍କ ପ୍ରତି ସରକାରୀ ସ୍ତରରେ ହୋଇଥିବା ଅବହେଳା ଉପରେ ଆଲୋଚନା କରିଥିଲେ । ସେମାନଙ୍କ ପ୍ରତି ସମ୍ପୂର୍ଣ୍ଣ ସମ୍ବେଦନଶୀଳ ରହିଛନ୍ତି ବୋଲି ନିଖୁଣ ଅଭିନୟ ମାଧ୍ୟମରେ ଲେଖାଶ୍ରୀ ପ୍ରତିଫଳନ ପାଇଁ ଚେଷ୍ଟା କରିଥିଲେ । କେତେବେଳେ କୁଷ୍ଠ ରୋଗୀଙ୍କ ଗହଣରେ ବସିରହୁଥିଲେ ତ ପୁଣି କେତେବେଳେ ସେମାନଙ୍କ ପିଲାମାନଙ୍କ ସହ ଅତି ଆତ୍ମିୟତାର କଥା ହେବାର ଅଭିନୟ ପ୍ରଦର୍ଶନ କରୁଥିଲେ ।  ତାପରେ କଟ ଇଟ  କହିଦେଲା ପରେ କିଛି ସମୟର ଅବ୍ୟାହତି |

ଆପଣାକୁ ଲାଗୁଥିବ ଯେ ନିର୍ବାଚନ ମୁଣ୍ଡ ଉପରେ,  ଲେଖାଶ୍ରୀ ସାମନ୍ତସିଂହାର ପୁଣି ଫିଲ୍ମରେ ଆକ୍ଟିଙ୍ଗ କରୁଛନ୍ତି !!! ନା ନା...କନଫ୍ୟୁଜ ହୁଅନ୍ତୁ ନାହିଁ | ଲେଖାଶ୍ରୀ କୌଣସି ସିନେମାରେ ଅଭିନୟ କରୁନାହାନ୍ତି | ଯାହା  ସୁଟିଂ ହେଉଛି ତାହା କେବଳ ଏକ ଡକ୍ୟୁମେଣ୍ଟାରୀ ସିନେମା, ତାହା ଆସନ୍ତା ନିର୍ବାଚନରେ ଭୋଟରଙ୍କୁ ନିଜ ସପକ୍ଷରେ ଆକର୍ଷିତ କରିବା ପାଇଁ ପ୍ରସ୍ତୁତ କରୁଛନ୍ତି ନିଜେ ଲେଖାଶ୍ରୀ |  ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରମୁଖ ରାଜନୈତିକ ଦଳର ସମ୍ଭାବ୍ୟ ପ୍ରାର୍ଥୀଙ୍କ ମଧ୍ୟରେ କ୍ରମଶଃ ତତ୍ପରତା  ସେତିକି ବଢ଼ିବାରେ ଲାଗିଛି । ଆଶାୟୀମାନେ ପ୍ରତ୍ୟକ୍ଷ ଭାବେ ନିଜର ପ୍ରାର୍ଥିତ୍ୱକୁ ଜାହିର କରୁ ନଥିଲେ ବି ନିଜର ପାରିବା ପଣିଆକୁ ବଡ଼ ବଡ଼ ହୋଡିଂ ମାଧ୍ୟମରେ ପ୍ରଦର୍ଶନରେ ସମସ୍ତେ ବ୍ୟସ୍ତ ଅଛନ୍ତି । ଅନ୍ୟପକ୍ଷରେ ପ୍ରଚାର ମୁଖ୍ୟ ଆୟୁଧ ହୋଇଥିବା ସୋସିଆଲ ମିଡିଆରେ ଚାଲିଛି ରୀତିମତ୍ ଆକ୍ଷେପ ଓ ପ୍ରତ୍ୟାକ୍ଷେପ । ଆଉ ପ୍ରଚାର ଟିକିଏ ଅଧିକ ଆକର୍ଷଣ ଧର୍ମୀ କରିବା ପାଇଁ  ନୂଆ ନୂଆ ତରିକାରେ ଚାଲିଛି କ୍ଷୁଦ୍ର ଭିଡିଓ ଫିଲ୍ମ ନିର୍ମାଣ ।  ନିୟୋଜିତ ହେଉଛନ୍ତି ଭୁବନେଶ୍ୱରର ପ୍ରଫେସନାଲ ଫିଲ୍ମ ନିର୍ମାତା, ନିର୍ଦ୍ଦେଶକ  ଓ କ୍ୟାମେରା ମ୍ୟାନ୍ । ଉନ୍ନତ ମାନର ସୁଟିଂ ଉପକରଣ ସହ ଉପରେ ଉଡ଼ୁଛି ଡ୍ରୋନ୍ କ୍ୟାମେରା । ନିର୍ଦ୍ଦେଶକଙ୍କ ‘ଆକ୍ସନ’ ଶବ୍ଦରେ ଆଶାୟୀ ପ୍ରାର୍ଥୀ ବା ନେତା ହୋଇଯାଉଛନ୍ତି କୁଶଳୀ ଅଭିନେତା । 

ଏହିପରି କିଛି ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ସହର ଉପକଣ୍ଠ ବାମପଦା  କୁଷ୍ଠାଶ୍ରମରେ । ଦୀର୍ଘଦିନ ଧରି ଅବହେଳିତ ଅବସ୍ଥାରେ ଥିବା କୁଷ୍ଠାଶ୍ରମର ବାସ୍ତବ ସ୍ଥିତି ପରଖିବା ଆଳରେ ଆଜି ସୁଟିଂ ସେଟ୍  ଲଗାଇଥିଲେ ବିଜେପି ଆଗଧାଡ଼ିର ନେତ୍ରୀ  ତଥା ବାଲେଶ୍ୱର ଲୋକସଭା ଆସନ ପାଇଁ ଆଶାୟୀ ପ୍ରାର୍ଥୀ ଡକ୍ଟର ଲେଖାଶ୍ରୀ ସାମନ୍ତସିଂହାର ।  ନିର୍ଦ୍ଦେଶକଙ୍କ ଇଙ୍ଗିତରେ ଏକାଧିକ କ୍ୟାମେରାରେ ଲେଖାଶ୍ରୀଙ୍କ ପ୍ରତିଟି କାର୍ଯ୍ୟ କଳାପକୁ କଏଦ କରାଯାଉଥିଲା । ନିକଟ ଅତୀତରେ ସହର ତଳି ଅଞ୍ଚଳ ବର୍ଜ୍ୟ ବସ୍ତୁ  ଡମ୍ଫିଂ ସ୍ଥାନରେ ବି ଏହିଭଳି ଚିତ୍ର ଉତ୍ତୋଳନ କରିଥିଲେ ସେ । ତେବେ ଆଗାମୀ ଦିନରେ ଡକ୍ଟର ଲେଖାଶ୍ରୀଙ୍କର ଅଭିନୀତ ଏହି ଡକ୍ୟୁମେଣ୍ଟାରୀ ଫିଲ୍ମ ସୋସିଆଲ ମିଡିଆ ସହିତ ଟିଭି ଚ୍ୟାନେଲଗୁଡ଼ିକରେ ମୁକ୍ତିଲାଭ କରିବ ବୋଲି ଶୁଣାଯାଉଛି । ନୂଆକରି ବାଲେଶ୍ୱର ରାଜନୀତିରେ ପାଦ ଥୋଇବାକୁ ଯାଉଥିବା ଲେଖାଶ୍ରୀଙ୍କୁ ଏହିଭଳି ଫିଲ୍ମ ନିର୍ବାଚନ ବେଳେ ଭୋଟରଙ୍କ ମନରେ ଭାବପ୍ରବଣତା ସୃଷ୍ଟିରେ କେତେ ସହାୟ ହେବ ତାହା କେବଳ ସମୟ କହିବ ।

0
0
0
s2sdefault