ହେଡଲାଇନସ୍:

 ଅଡୁଆରେ ଶୃଙ୍ଖଳା କମିଟି ଅଧ୍ୟକ୍ଷ ହେମାନନ୍ଦ :ସେ ଅସହାୟ ନା ଭିତରେ ଭିତରେ ଆନନ୍ଦ 

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ଭୁବନେଶ୍ୱରରୁ ଗିରିଶ ଦାଶ : ନବ ଦାଶଙ୍କ ବିରୋଧରେ ଦଳୀୟ ବିଶୃଙ୍ଖଳା ଅଭିଯୋଗ ନଥିଲା | ଯୋଗେଶ ସିଂହଙ୍କ ବିରୋଧରେ କିଛି ବିଶୃଙ୍ଖଳା ଅଭିଯୋଗ ନଥିଲା | ହଁ, ଥିଲା ଉଭୟଙ୍କ ବିରୋଧରେ, ଯେତେବେଳ ପ୍ରସାଦ ହରିଚନ୍ଦନ ସଭାପତି ଥିଲେ | କେବଳ ଏହି ଦୁଇଜଣ କାହିଁକି, ପ୍ରଫୁଲ୍ଲ, ଭାଲୁ, ପ୍ରକାଶ ଆଦି ବିଧାୟକ ଓ ଆଉ କିଛି ଅଣ ବିଧାୟକ ନେତାଙ୍କ ବିରୋଧରେ ଦଳୀୟ ବିଶୃଙ୍ଖଳା ଅଭିଯୋଗ ଥିଲା | ଏଆଇସିସିର ନିର୍ଦ୍ଦେଶ କ୍ରମେ ୪ଜଣ ନେତାଙ୍କୁ ଶୋ କଜ ନୋଟିସ ବି ଜାରି ହୋଇଥିଲା | ହେଲେ ସେଇ ବିଶୃଙ୍ଖଳା କରାଇବା ପଛରେ କାହାର ହାତ ଥିଲା ତାହା ସମସ୍ତେ ଜାଣନ୍ତି | ହେଲେ ବର୍ତ୍ତମାନ ନିରଞ୍ଜନ ପଟ୍ଟନାୟକ ସଭାପତି ହେବା ପରେ ଏମାନେ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରି ନାହାନ୍ତି | ହେଲେ ନିଲମ୍ବନ କରାଗଲା ନବ ଆଉ ଯୋଗେଶ୍ୱଙ୍କୁ | ହେଲେ କଂଗ୍ରେସର ବିଧି ବ୍ୟବସ୍ଥା ଅନୁଯାୟୀ ଜଣେ ବ୍ୟକ୍ତି ଯଦି ଦଳୀୟ ବିଶୃଙ୍ଖଳା ବା ଦଳ ବିରୋଧୀ କାର୍ଯ୍ୟ କରିଥାଏ ତେବେ, ତାଙ୍କୁ କାହିଁକି ନିଲମ୍ବନ କରାନଯିବ ସେ ସମ୍ପର୍କରେ ଶୋ କଜ ନୋଟିସ ଜାରି କରାଯିବ | ତାଙ୍କ ଉତ୍ତର ପାଇବା ପରେ ବା ଧାର୍ଯ୍ୟ  ସମୟ ମଧ୍ୟରେ ଉତ୍ତର ନଦେଇ ଅବମାନନା କଲେ  ସେମାନଂକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ | ହେଲେ ନବ ଓ ଯୋଗେଶଙ୍କୁ ଶୋ କଜ ଜାରି କରାଗଲା ନାହିଁ ବା ସେମାନଙ୍କ ପକ୍ଷ ରଖିବାକୁ ସୁଯୋଗ ଦିଆ ଗଲା ନାହିଁ | ସିଧାସଳଖ ସେମାନଙ୍କୁ ତରବରିଆ ଭାବେ ନିଲମ୍ବନ କରାଗଲା | ଦଳର ହିତ ଦୃଷ୍ଟିରୁ କରାଗଲା ଦଳର ସମ୍ମାନ ରକ୍ଷା ପାଇଁ,  ଆବଶ୍ୟକ ବି  ଥିଲା ସେ କାର୍ଯ୍ୟାନୁଷ୍ଠାନର | କରାଯିବାର କାରଣ ଥିଲା ଆଶଙ୍କା ବା "ଆଣ୍ଟିସିପେସନ" | ସେମାନେ ବିଜେଡ଼ିକୁ ଯିବାପାଇଁ ଗୋଡ଼କାଢି  ବସିଛନ୍ତି ବୋଲି ଖବର ପାଇ  ଆଶଙ୍କା ବା "ଆଣ୍ଟିସିପେସନ"ରେ ସେ ଦୁଇଜଣଙ୍କୁ ନିଲମ୍ବିତ କରାଗଲା  ଦଳର ଶୃଙ୍ଖଳାଗତ କମିଟିର ଅଧ୍ୟକ୍ଷ ବରିଷ୍ଠ ନେତା ହେମାନନ୍ଦ ବିଶ୍ୱାଳଙ୍କ ଦ୍ୱାରା | ନବ ଝାରସୁଗୁଡ଼ାରେ ଥିଲେ, ଯୋଗେଶ ସୁନ୍ଦରଗଡରେ, ହେମାନନ୍ଦ ବାବୁଙ୍କ ପାଖରେ ଏତେ ବାଟରୁ ଖବର ପହଂଚି ଗଲା ଯେ ସେମାନେ ଦଳ ଛାଡିବାକୁ ଯାଉଛନ୍ତି | ହେଲେ ଗୋଟେ ଛାତତଳେ ରହି ଥିବା ଝିଅ ଦଳ ଛାଡି ବିଜେଡିରେ ଯୋଗ ଦେବେ ବୋଲି ହେମାନନ୍ଦ ବାବୁ ଠଉରାଇ ପାରିଲେନି କେମିତି ??? ଯାହାର ପରିଣାମ ସ୍ୱରୂପ କଂଗ୍ରେସ ନେତ୍ରୀ ବା ହେମାନନ୍ଦଙ୍କ ଝିଅ ସୁନିତା ପୂର୍ବ ନେତା ତଥା ହେମାନନ୍ଦ ବାବୁଙ୍କ ଅତି ଖାସ ନବ ଦାସଙ୍କ ସହିତ ଯାଇ ଆଜି ନବୀନ ନିବାସରେ ବିଜେଡିରେ ମିଶିଲେ | ଆଗରୁ ହେମାନଦ ବାବୁ ଠଉରାଇଥିଲେ ହୁଏତ ନବ ଓ ଯୋଗେଶ୍ୱଙ୍କୁ ପରି  ଆଶଙ୍କା ବା "ଆଣ୍ଟିସିପେସନ"ରେ ତାଙ୍କୁ ବି କାଲି ସସ୍ପେଣ୍ଡ କରାଯାଇ ପାରିଥାନ୍ତା ! ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଝିଅ ବା କଂଗ୍ରେସ ଟିକେଟ ଆଶାୟୀ ସୁନିତା ବିଶ୍ୱାଳ ବିଜେଡିରେ ଯୋଗ ଦେବା ଫଳରେ ହେଉ ଦାଗ ଲାଗିଲା କମ କରାଯାଇ ପାରିଥାନ୍ତା | ହେଲେ ଶୃଙ୍ଖଳା କମିଟି ଅଧ୍ୟକ୍ଷ ହେମାନନ୍ଦଙ୍କୁ କେମିତି ନିଜ ଝିଅ ବିଷୟରେ ସୁରାକ ମିଳିଲା ନାହିଁ !!! ଜାଣିପାରିଲେ ନାହିଁ ନା ପରିବର୍ତ୍ତିତ ପରିସ୍ଥିତିରେ ଜାଣିଶୁଣି ନିଜ ପ୍ରିୟ ଲୋକ ନବ ବାବୁଙ୍କ ସହ ଯୋଗାଯୋଗ କରାଇ ବିଜେଡ଼ିକୁ ପଠାଇବାରେ ଭାଗିଦାର ସାଜିଛନ୍ତି | ଏତେ ବଡ଼ଲୋକ ପ୍ରତି ଏହା ଯଦିଓ ସନ୍ଦେହ ନୁହେ, ତଥାପି ସନ୍ଦେହ ହେବ ସ୍ୱାଭାବିକ | 

ଦୁଇଟି କଥା | ଗୋଟିଏ ସେ ଜାଣି ନାହାନ୍ତି ବା ତାଙ୍କ ଝିଅ ତାଙ୍କ ନିୟନ୍ତ୍ରଣରେ ନାହାନ୍ତି ବା ନଥିଲେ | ଦ୍ଵିତୀୟ, ଝିଅ ବିଜେଡି ଯିବା କଥା ଜାଣି ବି ଲୁଚାଇଥିଲେ |  ଯଦି ପ୍ରଥମ କାରଣ ସତ ତେବେ ତଃଅ ତାଙ୍କ ଅପାରଗତା ବା ଅସହାୟତା | ଯେତେବେଳେ ନିଜ ଘର ଭିତରେ ଗୋଟେ ଛାତ ତଳେ କଣ ଘଟୁଛି, ସେ ଜାଣି ପାରୁନାହାନ୍ତି  ବା ନିଜ ପରିବାର ସଦସ୍ୟଙ୍କୁ ଶୃଙ୍ଖଳିତ ରଖି ପାରୁନାହାନ୍ତି ବା ତାଙ୍କ ଝିଅ ତାଙ୍କ କଥାରେ ନାହାନ୍ତି ତେବେ ସେ ଦଳରେ ଶୃଙ୍ଖଳିତ ରହିବାକୁ ତାଗିଦ କରିବେ କେମିତି | ନିଜ ପରିବାର ଭିତରେ ଶୃଙ୍ଖଳା ଯେତେବେଳେ କାଠିକର, ସେ ଦଳ ଭିତରେ ଶୃଙ୍ଖଳା ରଖିବେ ବା ବିଶୃଙ୍ଖଳାର ସଂଜ୍ଞା ନିୟନ୍ତ୍ରଣ କରିବେ ବା କେମିତି ??

ଯଦି ଦ୍ଵିତୀୟ କାରଣ ସତ, ପରିବର୍ତ୍ତିତ ପରିସ୍ଥିତିରେ ତାଙ୍କ ଝିଅ ବିଜେଡ଼ିକୁ ଯିବା ତାଙ୍କ ସହମତି ବା ଜାଣତରେ ହୋଇଛି ତେବେ ସେ ଦଳ ପ୍ରତି ଦ୍ରୋହ କରିଛନ୍ତି | ଦଳକୁ ଅନ୍ଧାରରେ ରଖିଛନ୍ତି | ଦଳର ନାକ କଟିବାରେ ଭାଗିଦାର ହୋଇଛନ୍ତି | କାରଣ ଯୋଗେଶ ଓ ନବାବଙ୍କ ପରି ଯଦି ଝିଅଙ୍କୁ  ଆଶଙ୍କା ବା "ଆଣ୍ଟିସିପେସନ"ରେ ନିଲମ୍ବିତ କରାଯାଇଥାନ୍ତା ତେବେ ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଝିଅ ବିଜେଡିରେ ଯୋଗ ଦେଲେ ବୋଲି ଦଳର ଯେଉଁ କ୍ଷତି ହେଲା ବା ଯେଉଁ ବାର୍ତ୍ତା ବଜାରକୁ ଗଲା ତାହା ହୁଏତ କମିଯାଇପାରିଥାନ୍ତା | 

ଦେଖିବାକୁ ଗଲେ କଥା ଛୋଟିଆ | ଜଣେ କଂଗ୍ରେସ ନେତ୍ରୀ ବିଜେଡିରେ ଯୋଗ ଦେଲେ | ହେଲେ କିଏ ଯୋଗ ଦେଲେ ତାହା ଚିନ୍ତା କରିବାର ଅବସର ସୃଷ୍ଟି କରିଛି | ଏବେ ଦଳ ଭିତରେ ଚର୍ଚାରେ  ଶୃଙ୍ଖଳା କମିଟି ଅଧ୍ୟକ୍ଷ ହେମାନନ୍ଦ | ଚର୍ଚ୍ଚା ହେଉଛି  ସେ ଅସହାୟ ନା ଭିତରେ ଭିତରେ ଆନନ୍ଦ ? ସେ ଯାହା ବି ହେଉ ଟିକେଟ ବା ପଦବୀ ପାଇଁ ନିଜ ପରିବାର ଲୋକଙ୍କୁ ଅନ୍ୟ ଦଳକୁ ଠେଲିଦେବା ଦଳର ପ୍ରଭୂତ କ୍ଷତି କରୁଛି ବୋଲି ଜଣେ କଂଗ୍ରେସ ନେତା କହିଛନ୍ତି |  ଆଗକୁ ସେମିତି ଅଘଟଣ ବା ଅସ୍ୱାଭାବିକ ପରିସ୍ଥିତି ଆଉ କେଉଁ ନେତାଙ୍କ କ୍ଷେତ୍ରରେ ସୃଷ୍ଟି ହେବନି ସେଥିପ୍ରତି ଦୃଷ୍ଟି ଦିଆ ନଗଲେ ଦଳକୁ ବହୁମୂଲ୍ୟ ଦେବାକୁ ପଡିବ ବୋଲି ଚର୍ଚ୍ଚା  ହେଉଛି | 

 

0
0
0
s2sdefault