ହେଡଲାଇନସ୍:

କଂଗ୍ରେସକୁ ଝଟକା,ଖେଳ କଲେ ନବ:  ହେମାନନ୍ଦଙ୍କ ଝିଅ ସୁନୀତା ମିଶିଲେ  ବିଜେଡିରେ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର : ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସରବରିଷ୍ଠ ନେତା ଶ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଝିଅ ଶ୍ରୀମତୀ ସୁନୀତା ବିଶ୍ୱାଳ  ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ କଂଗ୍ରେସ ଦଳ ଛାଡ଼ି ଆଜି ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଆନୁଷ୍ଠାନିକ  ଭାବେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି । ହେଲେ ଏ ସବୁ ଖେଳ ନବ ଦାସଙ୍କ ବୋଲି ଚର୍ଚ୍ଚା ହେଉଛି | 

ଏହାବ୍ୟତୀତ କଳାହାଣ୍ଡିର କଂଗ୍ରେସ ନେତା ସଚ୍ଚିଦାନନ୍ଦ ମହାକୁଡ଼, ସୁଜିତ କୁମାର ନାୟକ, ରାଜ୍ୟ କଂଗ୍ରେସ କମିଟି ସାଧାରଣ ସଂପାଦକ ସମ୍ବଲପୁର ନିର୍ବାଚନ ମଣ୍ଡଳୀର ରାଜକିଶୋର ଦାସ, ଦେବେନ୍ଦ୍ର କିଶୋର ପତି, ରେଙ୍ଗାଲି ନିର୍ବାଚନ ମଣ୍ଡଳୀର କଂଗ୍ରେସ ନେତା ମୋତିଲାଲ ତନ୍ତୀ, ରୀନା ତନ୍ତୀ, ଫନିନ୍ଦ୍ର ପଟ୍ଟନାୟକ, ଶକ୍ତି ପ୍ରସାଦ ପଣ୍ଡା, କୁଚିଣ୍ଡା ବ୍ଲକର ପୂର୍ବତନ ଅଧ୍ୟକ୍ଷ ବିଜେପି ନେତା କିଶୋର ନାଏକ, କଟକର ରୀତା ଶତପଥୀ ମଧ୍ୟ ଆଜି ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ।

ବିଜେଡି ପ୍ରତି ଆସ୍ଥା ପ୍ରକଟ କରି ଶ୍ରୀମତୀ ବିଶ୍ୱାଳଙ୍କ ସମେତ ଆଜି ଦଳରେ ଯୋଗଦେଇଥିବା ସମସ୍ତଙ୍କୁ ମାନ୍ୟବର ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ସ୍ୱାଗତ କରିବା ସହ କହିଥିଲେ ଯେ ଶ୍ରୀମତୀ ବିଶ୍ୱାଳ ଦଳରେ ଯୋଗ ଦେଇଥିବାରୁ ମୁଁ ବହୁତ ଖୁସି । ଏହି ଯୋଗଦାନ ସୁନ୍ଦରଗଡ଼, ସମ୍ବଲପୁର ଜିଲ୍ଲା ସହ ପଶ୍ଚିମ ଓଡ଼ିଶାରେ ବିଜୁ ଜନତା ଦଳର ଶକ୍ତି ବୃଦ୍ଧି ହେବାରେ ସହାୟକ ହେବ ।

ଏହି ଅବସରରେ ଶ୍ରୀମତୀ ବିଶ୍ୱାଳ କହିଥିଲେ ଯେ ଓଡ଼ିଶାକୁ ସାରା ଦେଶରେ ଶ୍ରେÂ ରାଜ୍ୟରେ ପରିଣତ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛାଶକ୍ତି ଓ ରାଜନୈତିକ ପ୍ରତିବଦ୍ଧତା ମୋତେ ବହୁତ ଆକୃଷ୍ଟ କରିଛି । ରାଜନୀତିରେ ମହିଳାମାନଙ୍କ ନିମନ୍ତେ ୩୩ ପ୍ରତିଶତ ସଂରକ୍ଷଣ, ମିଶନ ଶକ୍ତି କାର୍ଯ୍ୟକ୍ରମ, କୃଷି ଓ କୃଷକଙ୍କ ଉନ୍ନତି ପାଇଁ ‘କାଳିଆ’ ଯୋଜନା ମୋତେ ଗଭୀର ଭାବେ ପ୍ରଭାବିତ କରିଛି । ବିଜୁ ଜନତା ଦଳ ଏକ ଧର୍ମ ନିରପେକ୍ଷ ଦଳ ହୋଇଥିବାରୁ ଏହା ମଧ୍ୟ ମୋତେ ଦଳକୁ ଆସିବା ଲାଗି ପ୍ରୋତ୍ସାହିତ କରିଛି ।

ଆଜିର ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ପୂର୍ବତନ ବିଧାୟକ ନବ ଦାସ, ଭୂପିନ୍ଦର ସିଂହ, ଦଳର ସାଧାରଣ ସଂପାଦକ ପ୍ରଣବ ପ୍ରକାଶ ଦାସ, ସୁନ୍ଦରଗଡ଼ ଅନୁସୂଚିତ ଜାତି ଉନ୍ନୟନ ପରିଷଦ ଅଧ୍ୟକ୍ଷା କୁସୁମ ଟେଟେଙ୍କ ସମେତ ବହୁ ଦଳୀୟ ନେତୃମଣ୍ଡଳୀ ଉପସ୍ଥିତ ଥିଲେ ।  

 

0
0
0
s2sdefault