ହେଡଲାଇନସ୍:

ବିଜେଡ଼ିକୁ ଲାଗିଲା ଜୋରସେ ଝଟକା ଧୀରେସେ : ଅତଡ଼ା ଖସିବା ଆରମ୍ଭ, ରାଜଧାନୀରୁ ଆରମ୍ଭ ହେଲା ବିଦ୍ରୋହ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବିଜେଡିରୁ ଇସ୍ତଫା ଦେଲେ ଭୁବନେଶ୍ୱର କାର୍ଯ୍ୟକାରୀ ସଭାପତି ବାବୁ ସିଂ

ଦଳ କରୁଥିଲା ଅଣଦେଖା, ଅଶୋକ ପଣ୍ଡାଙ୍କ ଆଡେ ଖୋଲା ଇଙ୍ଗିତ 

ଭୁବବେଶ୍ୱର :  ବିଜୁ ଜନତା ଦଳର ଲଢୁଆ ଯୁବ ନେତା ତଥା ବିଜୁ ଜନତା ଦଳ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲାର କାର୍ଯ୍ୟକାରୀ ସଭାପତି ବାବୁ ସିଂ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି | ଏହା ସହିତ ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି | ସେ ତାଙ୍କ ଇସ୍ତଫା ପତ୍ର ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ପଠାଇ ଦେଇଛନ୍ତି | 

ଶାସକ ପ୍ରଶାସକ"କୁ ସ୍ୱତନ୍ତ୍ର ପ୍ରତିକ୍ରିୟାରେ ବାବୁ ସିଂ  କହିଛନ୍ତି  "ଦଳର କାର୍ଯ୍ୟକାରୀ ସଭାପତି ହେବା ପରଠାରୁ ଜିଲ୍ଲା ସଭାପତି ମତେ  କୌଣସି କାର୍ଯ୍ୟରେ ସାମିଲ କରୁନଥିଲେ | ସମସ୍ତଙ୍କୁ ସଭାପତି ସାଙ୍ଗରେ ନେଇ କାମ କରିବା କଥା, ଯାହା ଜିଲା ସଭାପତି କଲେ ନାହିଁ | କାହିଁକି କଲେ ନାହିଁ , ତାହା ତାଙ୍କୁ ଜଣା | ଯେହେତୁ ଦଳୀୟ କାମ ବା ବୈଠକ ହେଉଥିଲା, ମୁ  ଅଡକରାରେ  ଯାଇ ସାମିଲ ହେଊଥିଲି | ପ୍ରତି କାର୍ଯ୍ୟକ୍ରମ ବା ଜିଲ୍ଲା ପ୍ରସ୍ତୁତି ବୈଠକରେ ମତେ ନଜର ଅନ୍ଦାଜ କରୁଥିଲେ ଜିଲ୍ଲା ସଭାପତି ଅଶୋକ ପଣ୍ଡା | ମୋ ସହିତ କାମ କରୁଥିବା ଦଳର  ଯୁବ କର୍ମକର୍ତ୍ତାଙ୍କୁ ଏହା ବାଧୁଥିଲା | ଏ ସମ୍ପର୍କରେ ମୁ ଦଳ କଥା ବୁଝୁଥିବା ନେତାଙ୍କୁ ଅବଗତ କଲି | ହେଲେ କିଛି ଫଳ ମିଳିଲାନି | ହେଲେ କ୍ଳାଇମାକ୍ସ ହୋଇଥିଲା ବିଜୁ ଜୟନ୍ତୀ ପୂର୍ବରୁ | ଆମେ ବିକୁ ବାବୁଙ୍କ ସହ ରାଜନୀତି ଜୀବନ ଆରମ୍ଭ କରିଥିଲୁ | ତାଙ୍କ ପ୍ରତି ଆମର ଅଜସ୍ର ସମ୍ମାନ | ତାଙ୍କ ଜନ୍ମଦିନ ପ୍ରସ୍ତୁତି ବୈଠକକୁ ଡକାଗଲା ନାହିଁ କି ବିଜୁ ଜୟନ୍ତୀରେ କୌଣସି ଗୁରୁତ୍ୱ ଦିଆଗଲା ନାହିଁ | ତେଣୁ ଦଳ ଭିତରେ ଏଭଳି  କଣ ଠେସା ହୋଇ ରହିବା ଉଚିତ ମନେ ନକରି ମୋ ସମର୍ଥକଙ୍କ ମତାମତ ଆଧାରରେ ମୁ ଇସ୍ତଫା ଦେଇଛି"  ବୋଲି " ଶାସକ ପ୍ରଶାସକ"କୁ ସ୍ୱତନ୍ତ୍ର ପ୍ରତିକ୍ରିୟାରେ କହିଛନ୍ତି ବାବୁ ସିଂ |  ଅନ୍ୟ ପକ୍ଷରେ ଅଶୋକ ପଣ୍ଡାଙ୍କୁ ଯୋଗଯୋଗ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇ ପାରିନାହିଁ

ସେ ଅନ୍ୟ କୌଣସି ଦଳରେ ଯୋଗ ଦେବାର ନାହିଁ | ଅନ୍ୟପକ୍ଷରେ  ପ୍ରମୁଖ ଦୁଇ ଦଳ ବିଜେପି ଓ କଂଗ୍ରେସର ଏକାମ୍ର ଆସନ ପାଇଁ ପ୍ରାର୍ଥୀ ଚୂଡାନ୍ତ ହୋଇ ଯାଇଥିବା ଯୋଗୁ ସେ  ସ୍ୱାଧୀନ ଭାବେ ଏକାମ୍ର ବିଧାନସଭା ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ବନ୍ଦ୍ବିତା କରିବେ  ବୋଲି କହିଛନ୍ତି ବାବୁ ସିଂ |

0
0
0
s2sdefault